ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ନିଶାଶକ୍ତ ଅବସ୍ଥାରେ ବାବୁଙ୍କ ଉତ୍ପାତ, ଲୋକଙ୍କୁ ଅଶ୍ଳୀଳ ଭାଷାରେ କରିଲେ ଗାଳି, କାର୍‌ ଚଳାଇ କରିଲେ ଦୁର୍ଘଟଣା

ଟାଙ୍ଗୀ, ୨୩/୦୮: ମଦ ନିଶାରେ ଚୁର୍ ହେଲେ ଟାଙ୍ଗୀ ସବ୍-ଟ୍ରେଜେରୀ କାର୍ଯ୍ୟାଳୟର ହେଡ୍-କିରାଣୀ । ମାତାଲ ହୋଇକି ବୁଲିଲେ । ଯିବା ଆସିବା କରିବା ବେଳେ ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ବୁହାଏ ଛେଚା ଖାଇଲେ । ପରେ ପୁଣି ମଦ ପିଇ ନିଜ କାର୍ ଚଳାଇ ୨ ବାଇକକୁ ଧକ୍କା ଦେଲେ । ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ । ହେଡ୍-କିରାଣୀ ଜଣକ ସୁଜିତ୍ କୁମାର ମଲିକ ବୋଲି ଜଣାପଡ଼ିଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଛକ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ମଦନିଶାରେ ନିୟନ୍ତ୍ରଣ ହରାଇଲେ ବାବୁ । ଉପୁରି ପଇସା ମିଳିଥିବାରୁ ମଦ ପିଇ ମାତାଲ ହୋଇ ବୁଲିଲେ ଟାଙ୍ଗୀ ସବ୍-ଟ୍ରେଜେରୀ କାର୍ଯ୍ୟାଳୟର ହେଡ୍-କିରାଣୀ । ନିଶାଶକ୍ତ ଅବସ୍ଥାରେ ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ସ୍ଥାନୀୟଲୋକେ ସରକାରୀ ବାବୁଙ୍କୁ  ନିର୍ଧୁମ ଛେଚିଥିଲେ । ବାବୁ ଏକା ନୁହନ୍ତି , ତାଙ୍କ ସାଙ୍ଗ ମଧ୍ୟ ଏଥିରେ ସାମିଲ ଥିଲେ । ତେଣୁ ଉଭୟଙ୍କୁ ଲୋକେ ମାଡ଼ ମାରିଥିଲେ । 

କିନ୍ତୁ ସେତିକିରେ ବାବୁଙ୍କ ମନ ଶାନ୍ତି ହୋଇ ନଥିଲା । ପରେ ପୁଣି ମଦ ପିଇ ନିଜ କାର ଚଳାଇ ରାସ୍ତା କଡ଼ରେ ଥିବା ୨ଟି ବାଇକ ସହ ଧକ୍କା କରିଥିଲେ । ଫଳରେ ଦୁଇଟି ବାଇକ ଭାଙ୍ଗି ଯାଇଥିଲା । ଏହି ଦୁର୍ଘଟଣାରେ ଦୁଇ ବାଇକ ଚାଳକ ଅଳ୍ପକେ ବର୍ତ୍ତିଯାଇଥିଲେ ।ପରେ ପୁଣି ଲୋକଙ୍କ ଠାରୁ ମାଡ଼ ଖାଇ ବାବୁଙ୍କ ନିଶା ଛାଡ଼ିଥିଲା । 

ତେବେ ଏହି ଘଟଣା ହୋଇଥିବା ସମୟରେ କିଛି ଲୋକ ଏହି ଦୃଶ୍ୟକୁ ମୋବାଇଲରେ କଏଦ କରିଥିଲେ । ଫଟୋ ଉଠାଇବା ବେଳେ ବାବୁ ଇଂଲିସରେ କଥା କହିଥିଲେ । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବାବୁଙ୍କୁ ଉଦ୍ଧାର କଲେ ।   

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.