ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ଭାରତରେ ଦ୍ରୁତ ଗତିରେ ହ୍ରାସ ପାଉଛି ଡିଟିଏଚ୍‌ ସବ୍‌ସ୍କ୍ରାଇବରଙ୍କ ସଂଖ୍ୟା: ତିନି ବର୍ଷରେ କମିଛି କେତେ ?

ନୂଆଦିଲ୍ଲୀ,୦୯/୦୮: କେନ୍ଦ୍ର ସରକାର କହିଛନ୍ତି ଯେ ଗତ ତିନିବର୍ଷ ମଧ୍ୟରେ ଦେଶରେ ଡିଟିଏଚ୍‌ ସଂଯୋଗୀକରଣ ତଥା ସବ୍‌ସ୍କ୍ରାଇବରଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ସରକାର କହିଛନ୍ତି ଯେ ଏହାର ଗୋଟିଏ କାରଣ ହେଉଛି ଓଟିଟିର ଲୋକପ୍ରିୟତା। କେନ୍ଦ୍ର ସରକାର ଶୁକ୍ରବାର ଦିନ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ତେବେ ସରକାର ଏହି ଆକଳନ ବିଷୟରେ ବିସ୍ତୃତ ସୂଚନା ଦେଇନାହାଁନ୍ତି।

ରାଜ୍ୟସଭାରେ କ'ଣ କହିଲେ ସରକାର: 

ରାଜ୍ୟସଭାରେ ଟିଏମ୍‌ସିର ଡୋଲା ସେନ୍ ଜାଣିବାକୁ ଚାହିଁଥିଲେ ଯେ ଓଟିଟି ଆସିବା ହେତୁ କେବୁଲ ଟିଭି ଗ୍ରାହକଙ୍କ ସଂଖ୍ୟା ହ୍ରାସ ପାଇଛି କି? କେବୁଲ ଟିଭି ଗ୍ରାହକଙ୍କ ସଂଖ୍ୟା ହ୍ରାସର ରାଜ୍ୟସ୍ତରୀୟ ବିବରଣୀ ସେ କେନ୍ଦ୍ର ଠାରୁ ମାଗିଥିଲେ। ଏହାର ଉତ୍ତରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଡକ୍ଟର ଆର. ମୁରୁଗନ କହିଛନ୍ତି ଯେ ମାର୍ଚ୍ଚ ୨୦୨୦ ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ କେବୁଲ ଟିଭି ଗ୍ରାହକଙ୍କ ସଂଖ୍ୟା ୧୦ କୋଟି ୩୦ ଲକ୍ଷରୁ ୬ କୋଟି ୪୦ ଲକ୍ଷକୁ ହ୍ରାସ ପାଇଛି। ଏଥିରେ ଡିଟିଏଚ୍‌ ଏବଂ ମାଗଣା କେବୁଲ ଉପଭୋକ୍ତାଙ୍କ ହ୍ରାସ ମଧ୍ୟ ଅନ୍ତର୍ଭୁକ୍ତ। ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର ବାର୍ଷିକ ରିପୋର୍ଟ ଆଧାରରେ ସେ ଏହି ସୂଚନା ଦିଆଯାଇଛି।

କେଉଁ କାରଣ ପାଇଁ କମିଲେ ଡିଟିଏଚ୍‌ ଉପଭୋକ୍ତାଙ୍କ ସଂଖ୍ୟା:

ସେ କହିଛନ୍ତି ଯେ ଓଟିଟି ପ୍ଲାଟଫର୍ମର ଆସିବା ମଧ୍ୟ କେବୁଲ ଟିଭି ଗ୍ରାହକଙ୍କ ହ୍ରାସର କାରଣ ହୋଇପାରେ। କେବୁଲ ଟିଭି ଗ୍ରାହକଙ୍କ ସଂଖ୍ୟା ହ୍ରାସ ବିଷୟରେ ସରକାର ସୂଚନା ଦେଇଛନ୍ତି କିନ୍ତୁ ରାଜ୍ୟଓ୍ବାରୀ ଏନେଇ କୌଣସି ତଥ୍ୟ ପ୍ରଦାନ କରିନାହାଁନ୍ତି। ସରକାର ରାଜ୍ୟସଭାକୁ କହିଛନ୍ତି ଯେ ଓଟିଟି ପ୍ଲାଟଫର୍ମଗୁଡିକ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ ଦ୍ୱାରା ନିୟନ୍ତ୍ରିତ। ଏଠାରେ କେବୁଲ ଟିଭି, କେବୁଲ ଟିଭି ନେଟୱାର୍କ (ରେଗୁଲେସନ) ଆକ୍ଟ ୧୯୯୫ ଏବଂ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଟିଆର୍‌ଏଆଇ ମାଧ୍ୟମରେ ନିୟନ୍ତ୍ରିତ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.