ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ବୈଜ୍ଞାନିକମାନେ ସନ୍ଧାନ କଲେ ପୃଥିବୀର ଆଉ ଏକ ଚନ୍ଦ୍ର, ସୂର୍ଯ୍ୟ ସହ ପୃଥିବୀର ଚାରିପଟେ କରୁଛି ପରିକ୍ରମା

ନୂଆଦିଲ୍ଲୀ,୧।୭: ମହାକାଶ ବିଜ୍ଞାନୀ ପୃଥିବୀର ଏକ ନୂଆ ଚନ୍ଦ୍ର ଖୋଜି ବାହାର କରିଛନ୍ତି। ଏହି ଆଷ୍ଟ୍ରଏଡ୍ ସୂର୍ଯ୍ୟ ସହିତ ପୃଥିବୀର ମଧ୍ୟ ପରିକ୍ରମା କରୁଛନ୍ତି। ଏହାକୁ 2023FW13 ଘୋଷଣା କରାଯାଇଛି ଓ ବୈଜ୍ଞାନିକଙ୍କ ଦ୍ବାରା ଏହାକୁ ଅର୍ଦ୍ଧଚନ୍ଦ୍ର କିମ୍ବା ଅର୍ଦ୍ଧ ଉପଗ୍ରହ କରାଯାଉଛି। ଏହି ଅର୍ଦ୍ଧ ଉପଗ୍ରହକୁ ପୃଥିବୀର ନୂଆ ଉପଗ୍ରହ କୁହାଯାଉଛି, କାରଣ ଏହା ସୂର୍ଯ୍ୟର ପରିକ୍ରମା ଠିକ୍ ପୃଥିବୀର ସମୟରେ କରୁଛି। ଏହା ସହିତ ପୃଥିବୀର ଗୁରୁତ୍ବାକର୍ଷଣ ପ୍ରଭାବକୁ ମଧ୍ୟ ପ୍ରଭାବିତ କରିପାରେ। ଏହି କାରଣରୁ ବୈଜ୍ଞାନିକଙ୍କ ମଧ୍ୟରେ ଜିଜ୍ଞାସା ବଢି ଯାଇଛି।

କ୍ଷୁଦ୍ରଗହ  2023FW13 ର ଆକାର ପ୍ରାୟ ୫୦ ଫୁଟ(୧୫ ମିଟର) ରହିଛି। ସେଭଳି ଏହା ପୃଥିବୀଠାରୁ ପ୍ରାୟ ୧୪ ମିଲିୟନ କିଲୋମିଟର ଦୂରରେ ରହିଛି। ଏହି ଅର୍ଦ୍ଧ ଉପଗ୍ରହକୁ ଖୋଜିବା ପାଇଁ ବୈଜ୍ଞାନିକମାନେ PAN-STARRS ନାମକ ଟେଲିସ୍କୋପର ଉପଯୋଗ କରିଥିଲା। ଏହା ଗତ ବର୍ଷ ମାର୍ଚ୍ଚ ୨୦୨୩ ରେ ଖୋଜା ଯାଇଥିଲା।

ଏହି ଟେଲିସ୍କୋପ ମାଭି ଦ୍ବୀପରେ ଥିବା ଏକ ଜ୍ବାଳାମୁଖୀ ହେଲାକଲି ଉପରେ ରହିଛି। ବୈଜ୍ଞାନିକଙ୍କ ଦ୍ବାରା ଏହାର ଉପଯୋଗ ମହାକାଶରେ ନୂଆ ରିସର୍ଚ୍ଚ ପାଇଁ କରାଯାଏ। ଏହି ଟେଲେିସ୍କୋପ୍‌ ବ୍ୟତୀତ ଏରିଜୋନାରେ ଥିବା ଆହୁରି ଦୁଇଟି ଟେଲିସ୍କୋପରେ ମଧ୍ୟ ଏହି ଅର୍ଦ୍ଧ-ଉପଗ୍ରହର ପୃଥିବୀ କକ୍ଷରେ ରହିବା ଓ ପୃଥିବୀର ସୂର୍ଯ୍ୟ ପରିକ୍ରମା କରିବା ସମୟରେ ହିଁ ପରିକ୍ରମା କରିବାର ଖବର ଉପରେ ମୋହର ଲଗାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.