ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ସରଲା ଷ୍ଟେସନରେ ପଣ୍ୟବାହୀ ଟ୍ରେନ୍ ପରୀକ୍ଷଣ ଏବଂ ୱାଗନ୍ ରୁଟିନ୍ ମରାମତି ପ୍ରକଳ୍ପ କାର୍ଯ୍ୟକ୍ଷମ

ଭୁବନେଶ୍ୱର, ୧୯।୮  ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ବୃଦ୍ଧି ପାଉଥିବା ଶିଳ୍ପ ଚାହିଦା ପୂରଣ ଦିଗରେ ପୂର୍ବତଟ ରେଳପଥ ସମ୍ବଲପୁର ନିକଟସ୍ଥ ସରଲା ଷ୍ଟେସନରେ ଏକ ପଣ୍ୟବାହୀ ଟ୍ରେନ୍ ପରୀକ୍ଷଣ  ଏବଂ ରୁଟିନ୍ ମରାମତି ସୁବିଧାକୁ  କାର୍ଯ୍ୟକ୍ଷମ କରାଇଛି।  ରାଇଟ୍ସ  ଲିମିଟେଡ୍ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏବଂ ସମ୍ବଲପୁର ରେଳ ମଣ୍ଡଳ ଗତି ଶକ୍ତି ୟୁନିଟ୍ (ଜିଏସୟୁ) ସହଯୋଗରେ ପ୍ରାୟ ୨୦୦ କୋଟି ବିନିଯୋଗ ଦ୍ୱାରା ଏହି ପ୍ରକଳ୍ପକୁ ଚଳିତ ବର୍ଷ ଜୁନ ମାସରେ ସମ୍ପୂର୍ଣ୍ଣ କରାଯାଇଛି ।

ଭାରତୀୟ ରେଳବାଇରେ ଦ୍ରୁତ ଅଗ୍ରଗତି କରୁଥିବା ସମ୍ବଲପୁର ରେଳମଣ୍ଡଳ ଏହାର ପରିସୀମା ମଧ୍ୟରୁ ଇସ୍ପାତ, ଆଲୁମିନିୟମ୍ ଏବଂ କୋଇଲା କ୍ଷେତ୍ର ସମେତ ଏହି ଅଞ୍ଚଳର ପ୍ରମୁଖ ଶିଳ୍ପଗୁଡିକରେ ସେବା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଅଛି । ଏହି ଅଞ୍ଚଳର ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହନ କରିବା ପାଇଁ ସରଲା ଷ୍ଟେସନରେ ପଣ୍ୟବାହୀ ଟ୍ରେନ ପରୀକ୍ଷଣ ଓ ରୁଟିନ ମରାମତି ଡିପୋର ବିକାଶ ଜରୁରୀ ଥିଲା। ଯାହାକି କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ସହିତ ପରିଚାଳନାଗତ ଦକ୍ଷତା ବୃଦ୍ଧି କରାଯାଇ ହେବ ।ଏହା ପୂର୍ବରୁ ପଣ୍ୟବାହୀ ଟ୍ରେନ ପରୀକ୍ଷଣ ଓ ମରାମତି ପାଇଁ ଦୂର ସ୍ଥାନକୁ ଯାଞ୍ଚ ପାଇଁ ପଠାଯାଉଥିଲା। ଯାହା ପରିଚାଳନାଗତ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.