ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ରାଖୀ ସୃଷ୍ଟି କରିବ ସବୁଜ ପରିବେଶ, ମଞ୍ଜି 'ରାଖୀ ପୋତିଲେ ଉଠିବ ଗଛ

ଭୁବନେଶ୍ୱର,୧୩/୦୮: ରାଖୀ ତ ଆପଣମାନେ  ସମସ୍ତେ ଦେଖିଥିବେ । ଯେଉଁଥିରେ ଲାଗିଥାଏ ଚିକିମିକି ଜରି ସହ ବିଭିନ୍ନ ପ୍ରକାର ଷ୍ଟୋନ୍‌ । ହେଲେ କେବେ ଭାବିଛନ୍ତି ଗୋଟିଏ ରାଖୀରୁ ଗଛ ସୃଷ୍ଟି  ହୋଇପାରିବ ବୋଲି । ହଁ ଆଜ୍ଞା ଏଭଳି  ନିଆରା ପ୍ରୟାସ କରିଦେଖାଇଛନ୍ତି ସାମାଜିକ ଅନୁଷ୍ଠାନ ୟୁଥ ଫର ସେବାର କର୍ମକର୍ତ୍ତାମାନେ । ରବିବାର ଏହି ସଂଗଠନର  ଭୁବନେଶ୍ୱର ଶାଖା ପକ୍ଷରୁ  ଗଙ୍ଗନଗର ସ୍ଥିତ ସ୍ୱାମୀ ବିବେକାନନ୍ଦ ଚାଟଶାଳୀରେ  ବିଭିନ୍ନ ରୋପଣଯୁକ୍ତ ମଞ୍ଜିରେ ତିଆରି କରାଯାଇଛି ରାଖୀ ।  ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ପରିବେଶ ସୁରକ୍ଷା । ବଜାରରେ ମିଳୁଥିବା ରାଖୀରେ ବ୍ୟବହୃତ ସାମଗ୍ରୀ ମାଟିରେ  ଅବକ୍ଷୟ ହୋଇପାରିବ ନାହିଁ । କିନ୍ତୁ ମଞ୍ଜି ରାଖୀ ମାଟିରେ  ପଡ଼ିବା ପରେ ସେଥିରୁ ଗଛ ଉଠିବ ଓ ସୃଷ୍ଟି ହେବ ସବୁଜ  ପରିବେଶ । 

ସଂଗଠନର କହିବା କଥା, ବର୍ତ୍ତମାନ ସମୟରେ  ଧୀରେ ଧୀରେ ଗଛ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସ୍ନେହ,  ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ ରାଖୀ ମାଧ୍ୟମରେ ସବୁଜ ବଳୟ ମଧ୍ୟ ତିଆରି କରିହେବ ।  ରୋପଣଯୋଗ୍ୟ ରାଖୀ ବା ମଞ୍ଜି ରାକ୍ଷୀ ତିଆରି ପଦ୍ଧତି ଅତି ସହଜ । ଆମେ ନିଜ ନିଜ ଘରେ ମଧ୍ୟ  ତିଆରି କରିପାରିବା । ସୂତା, ବୋର୍ଡ଼, ଅଠା ଏବଂ ବିଭିନ୍ନ  ପ୍ରକାର ମଞ୍ଜିକୁ ବ୍ୟବହାର  କରି ତିଆରି ହୋଇଥିବା  ଏହି ରାକ୍ଷୀକୁ ରାକ୍ଷୀ ପୂର୍ଣ୍ଣିମା  ଦିନ ଭାଇମାନଙ୍କ ହାତରେ  ବନ୍ଧାଯାଇପାରିବ ବୋଲି  କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ୟୁଥ ଫର ସେବାର ୩୯  ଜଣ ସଦସ୍ୟ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ  କାଳିଆ, ପ୍ରଣୟ, ଶୁଭଲକ୍ଷ୍ମୀ, ଶୁଭଶ୍ରୀ, ଶୁଭସ୍ମିତା, ସାଗରିକା,  ସଙ୍ଗୀତା, ଶୁଭଙ୍କର ଓ ପୂର୍ଣ୍ଣ ପ୍ରମୁଖ ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.