ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଅଡୁଆରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ‘ନୋଟ୍ ଫର୍ ଭୋଟ୍’ ମାମଲାରେ ଆସିଲା ED ସମନ୍...

ନୂଆଦିଲ୍ଲୀ: ଅଡୁଆରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ। ୨୦୧୫ ମସିହାରେ ‘ନୋଟ୍ ଫର ଭୋଟ୍’ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି ଆଜି (ମଙ୍ଗଳବାର) ତାଙ୍କୁ ସମନ ଜାରି କରିଛି। ଅକ୍ଟୋବର ୧୬ କିମ୍ବା ତା ପୂର୍ବରୁ ତାଙ୍କୁ କୋର୍ଟରେ ହାଜର ହେବାକୁ ସମନରେ କୁହାଯାଇଛି। 

୨୦୧୫ ରେ ଯେତେବେଳେ କେସିଆରଙ୍କ ସରକାର ଥିଲା, ସେତେବେଳେ ଟିଡିପି ବିଧାୟକ ରେବନ୍ତ ରେଡ୍ଡୀ କ୍ୟାମେରାରେ ଜଣେ ଜଣାଶୁଣା ବିଧାୟକଙ୍କୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରୁଥିବା ସମୟରେ ଧରାପଡିଥିଲେ । ରେବନ୍ତ ରେଡ୍ଡୀ ଏମଏଲସି ନିର୍ବାଚନରେ ଭୋଟ୍ ବଦଳରେ ବିଧାୟକ ଏଲଭିସ୍ ଷ୍ଟିଫେନସନଙ୍କୁ ଟଙ୍କା ପ୍ରଦାନ କରିଥିଲେ । ପରେ ରେବନ୍ତ ରେଡ୍ଡୀଙ୍କୁ ତେଲେଙ୍ଗାନା ପୋଲିସ ଗିରଫ କରିଥିଲା ।

ବିଆରଏସର କାର୍ଯ୍ୟକାରୀ ସଭାପତି କେ.ଟି.ଆର ମଧ୍ୟ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ଉପରେ ଦୁର୍ନୀତି ଅଭିଯୋଗ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ କେ.ଟି.ଆର କହିଛନ୍ତି ଯେ ଅମୃତ 2.0 ଯୋଜନା ଅନ୍ତର୍ଗତ ନକଲି ଟେଣ୍ଡର ଆବଣ୍ଟନକୁ କେନ୍ଦ୍ର କରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ୮୮୮୮ କୋଟି ଟଙ୍କାର ଦୁର୍ନୀତି କରିଛନ୍ତି ।  

୨୦୧୫ ର ନୋଟ୍ ଫର୍ ଭୋଟ୍ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର (ସେପ୍ଟେମ୍ବର ୨୦) ରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବଣ୍ଟ ରେଡ୍ଡୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ରେବନ୍ତ ରେଡ୍ଡୀଙ୍କୁ କହିଥିଲେ ଯେ, ସେ ଏହି ମାମଲାର ପ୍ରକ୍ରିୟାରେ ଅଭିଯୋଗକାରୀ ପକ୍ଷ ଉପରେ କୌଣସି ପ୍ରକାରେ ହସ୍ତକ୍ଷେପ କରନ୍ତୁ ନାହିଁ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.