ପ୍ରମୂଖ ଖବର
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ଚାର୍ଜସିଟ୍‌ରେ ଉଭୟ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଆପ୍‌କୁ ଦୋଷୀ ଦର୍ଶାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନତୀ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାଉଜ ଆଭେନ୍ୟୁ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି । ଚାର୍ଜସିଟ୍‌ରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ତାଙ୍କ ଦଳ ଆମ ଆଦମୀ ପାର୍ଟିକୁ ଦୋଷୀ ଦର୍ଶାଇଛି । କେଜ୍ରିଓ୍ବାଲଙ୍କୁ ଦୁର୍ନୀତିର କିଙ୍ଗପିନ୍‌ ଏବଂ ଷଡ଼ଯନ୍ତ୍ରକାରୀ ବୋଲି ଦର୍ଶାଇଛି ଇଡି । କେବଳ ସେତିକି ନୁହେଁ ଇଡି ଦାବି କରିଛି ଯେ, ଗୋଆ ନିର୍ବାଚନରେ ଦୁର୍ନୀତି ଟଙ୍କା ବ୍ୟବହାର କରାଯାଇଥିବା ନେଇ କେଜ୍ରିଓ୍ବାଲ ଜାଣିଥିଲେ । 

ଚାର୍ଜସିଟ୍‌ରେ କେଜ୍ରିଓ୍ବାଲ ଏବଂ ଅଭିଯୁକ୍ତ ବିନୋଦ ଚୌହାନଙ୍କ ହ୍ବାଟସଆପ୍‌ ଚାଟ୍‌ର ଡିଟେଲ ଦିଆଯାଇଛି । କେ କବିତାଙ୍କ ପିଏ ବିନୋଦଙ୍କ ମାଧ୍ୟମରେ ୨୫.୫ କୋଟି ଟଙ୍କା ଗୋଆ ନିର୍ବାଚନ ଲାଗି ଆପ୍‌କୁ ପଠାଇଥିଲେ । ବିନୋଦ ଚୌହାନ ଏବଂ କେଜ୍ରିଓ୍ବାଲଙ୍କ ମଧ୍ୟରେ ବହୁତ ଭଲ ସଂପର୍କ ରହିଛି ବୋଲି ଚାଟରୁ ଜଣାପଡ଼ିଥିବା ନେଇ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି ଇଡି । ଇଡି ଚାର୍ଜସିଟ୍‌ର ମଙ୍ଗଳବାର ସଜ୍ଞାନ ନେଇଛନ୍ତି କୋର୍ଟ । ଏହା ପରେ କେଜ୍ରିଓ୍ବାଲଙ୍କୁ କୋର୍ଟ ସମନ କରିଛନ୍ତି । ଅବକାରୀ ଦୁର୍ନୀତି ମାମଲାରେ କଥିତ ମନି ଲଣ୍ଡରିଂର ତଦନ୍ତ କରୁଥିବା ଇଡି ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରିଥିଲା । ସେ ଏବେ ତିହାର ଜେଲ୍‌ରେ ଅଛନ୍ତି । 

କୋର୍ଟ ତାଙ୍କୁ ଜୁଲାଇ ୧୨ ସୁଦ୍ଧା ବ୍ୟକ୍ତିଗତ ଭାବରେ କୋର୍ଟରେ ହାଜର କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଚାର୍ଜସିଟ୍‌ରେ ପ୍ରୋସିଡ୍‌ ଅଫ କ୍ରାଇମ୍‌ ସଂପର୍କରେ ଉଲ୍ଲେଖ କରିଛି ଇଡି । ଅଭିଯୁକ୍ତ ବିନୋଦ ଚୌହାନଙ୍କ ଫୋନ୍‌ରୁ ଲାଞ୍ଚ ଟଙ୍କାର ନମ୍ବରର ସ୍କ୍ରିନ୍‌ସଟ୍‌ ମିଳିଛି । କିଭଳି ଦିଲ୍ଲୀରୁ ଗୋଆ ଟଙ୍କା ପହଞ୍ଚିଥିଲା ଏହି ସ୍କ୍ରିନ୍‌ସଟ୍‌ରୁ ଜଣାପଡ଼ିଛି ବୋଲି ଇଡି କହିଛି । ସେପଟେ ଦିଲ୍ଲୀ ହାଇକୋର୍ଟ କେଜ୍ରିଓ୍ବାଲଙ୍କ ଜାମିନ ବିରୋଧରେ ଇଡି ଆବେଦନ ଉପରେ ଜୁଲାଇ ୧୫ରେ ଶୁଣାଣି କରିବେ । ପୂର୍ବରୁ ହାଇକୋର୍ଟ ତଳ କୋର୍ଟଙ୍କ ୨୦ ଜୁନ୍‌ର ଜାମିନ ରାୟ ଉପରେ ରୋକ ଲଗାଇ ଦେଇଥିଲେ । 


 
 

 

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.