ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସଲମାନଙ୍କ ଫିଲ୍ମ ବିନା ଅଧୁରା ଇଦ୍ ୨୦୨୪, ସିଲଭର ସ୍କ୍ରିନରେ ସୁପରଷ୍ଟାରଙ୍କ ଅନୁପସ୍ଥିତି ବିଷୟରେ ଫ୍ୟାନ୍ସ କହିଲେ ଏଭଳି କଥା

ନୂଆଦିଲ୍ଲୀ, ୩୦/୧ :  ସଲମାନ ଖାନ୍ ନାଁ ହିଁ ଯଥେଷ୍ଟ । ବଲିଉଡ଼ର ଭାଇଜାନ ଭାବେ ପରିଚିତ । ତାଙ୍କର ଅଭିନୟଠାରୁ ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ସୁବକିଛି ନିଆରା । ଷ୍ଟାଇଲିସ୍ ଅନ୍ଦାଜ୍ ପାଇଁ ସେ ବେଶ ଜଣାଶୁଣା । ଏଥିପାଇଁ ତ ତାଙ୍କର ଫ୍ୟାନ୍ସମାନେ ଟିକେ ଝଲକ ପାଇବାକୁ ସବୁବେଳେ ପାଗଳ ଥାଆନ୍ତି । ଅନ୍ ସ୍କ୍ରିନ ଏବଂ ଅଫ୍ ସ୍କ୍ରିନ ଉଭୟରେ ବହୁ ଫ୍ୟାନ୍ସ  ଫଲୋର୍ସ ଅଛନ୍ତି । ୨୦୦୯ରୁ ସଲମାନ ଖାନ ଓ୍ବାଣ୍ଟେଡ, ଦବଙ୍ଗ, ବଡିଗାର୍ଡ, ଏକ ଥା ଟାଇଗର, କିକ, ବଜରଙ୍ଗୀ ଭାଇଜାନ, ସୁଲତାନ, ଭାରତ ଏବଂ ପୂର୍ବବର୍ଷର ରିଲିଜ କିସି କା ଭାଇ କିସି କା ଜାନ୍ ଭଳି ବ୍ଲକବଷ୍ଟର ଫିଲ୍ମ ଦ୍ବାରା ଦର୍ଶକ ଝୁମିଛନ୍ତି । କେତେକ ରେକର୍ଡ଼ ଭାଙ୍ଗିଥିବା ବ୍ଲକ ବଷ୍ଟର ଫିଲ୍ମ ସହ ସଲମାନ ଖାନ ନିଜକୁ ଇଦ୍ ଭଳି ଏକ ଉତ୍ସବରେ ସାମିଲ କରିଥିଲେ । ପ୍ରତିବର୍ଷ ଫ୍ୟାନ୍ସ ଏବଂ ଦର୍ଶକ ସୁପରଷ୍ଟାରଙ୍କ ଫିଲ୍ମକୁ ଇଦରେ ଦେଖିବାକୁ ଅପେକ୍ଷା କରିଥାନ୍ତି।  କିନ୍ତୁ ଏହି ବର୍ଷ ଟିକେ ଭିନ୍ନ ରହିଛି କାରଣ ସୁପରଷ୍ଟାରଙ୍କ କୌଣସି ଫିଲ୍ମ ଇଦରେ ରିଲିଜ ହୋଇନାହିଁ । 

ଇଦରେ ସଲମାନ ଖାନଙ୍କ ଫିଲ୍ମକୁ ତାଙ୍କର ଫ୍ୟାନ୍ସମାନେ ବହୁ ମିସ୍ କରୁଛନ୍ତି । ଏହାକୁ ସୋସିଆଲ ମିଡ଼ିଆରେ କେତେକ ମେସେଜ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।  




ଗୋଟିଏ ପଟେ ଫ୍ୟାନ୍ସ ଏବଂ ଦର୍ଶକ ଇଦରେ ସଲମାନ ଖାନଙ୍କ ଫିଲ୍ମକୁ ମିସ୍ କରୁଛନ୍ତି, ସେହିଭଳି ସୁପରଷ୍ଟାର ନିଜ ଆଗାମୀ ଇଦ ରିଲିଜର ଉତ୍ସବରେ ଏକ ବଡ଼ ବଜେଟର ଫିଲ୍ମ ଘୋଷଣା କରିଛନ୍ତି । ସେ ଏହି ପ୍ରୋଜେକ୍ଟ ଲାଗି ଡାଇନାମିକ୍ ପ୍ରଡ୍ୟୁସର ସାଜିଦ ନାଦିଆଓ୍ବାଲା ଏବଂ ଗଜନୀ ଫେମ୍ ନିର୍ଦେଶକ ଏଆର ମୁରୁଗାଦସଙ୍କ ସହ ହାତ ମିଶାଇଛନ୍ତି । ଘୋଷଣା ପରେ ହିଁ ଦର୍ଶକ ତାଙ୍କୁ ଇଦ ୨୦୨୫ରେ ସ୍କ୍ରିନରେ ଧମାଲ୍ ମଚାଇବାର ଦେଖିବାକୁ ଅପେକ୍ଷା କରୁଛନ୍ତି । 

ଏହା ମଧ୍ୟରେ ସଲମାନ ଖାନ ଆସୁଥିବା ବର୍ଷରେ କିଛି ରୋମାଞ୍ଚକ ଫିଲ୍ମରେ ନଜର ଆସିବେ । ଯାହାର ଘୋଷଣା ଖୁବ୍ ଶୀଘ୍ର କରାଯିବ । ଯାହାକି ଏହି ଇଦ୍ ୨୦୨୪ରେ ଫିଲ୍ମ ହଲରେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ବଡ଼ ମିୟାଁ ଛୋଟେ ମିୟାଁର ରିଲିଜ୍ ସହ ପ୍ରସ୍ତୁତ ଅଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.