ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଟିକଟ୍‌ ବଣ୍ଟାକୁ ଅପେକ୍ଷା..'ଚାଙ୍ଗୁମାଡ଼'..‘ରସ ଜାମୁଡାଲି’ ପ୍ରଚାର ଗୀତରେ ପୂରା ଗାଁରୁ ସହର ଉଠିବ ପଡ଼ିବ

ଭୁବନେଶ୍ୱର ୧୯/୦୩ (ମନୋରଂଜନ ମହାନ୍ତି):  ଟିକଟ୍‌ ଉପରେ ସମସ୍ତଙ୍କ ନଜର । ଟିକଟ୍‌ ବଣ୍ଟା ପରେ ସବୁ ସ୍ଥିର ହେବ । ନେତାଠୁ କର୍ମୀ ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରିଛନ୍ତି । ତା’ ସାଙ୍ଗକୁ ବେଶି ଘାଣ୍ଟୁଛି ମେଣ୍ଟ ଦ୍ୱନ୍ଦ୍ୱ । ଏହି ଭିତରେ ଦୋଛକିରେ ପଡ଼ିଛନ୍ତି ସଙ୍ଗୀତ ଶିଳ୍ପୀ । ନା’ କାମ ପାଉଛନ୍ତି ନା’ ଆଗୁଆ ବଇନା ନେଇ ଗୀତ କରିପାରୁଛନ୍ତି । ଯାହାକୁ ପଚାରିବ, ସେ କହୁଛି ଭାଇ ଆଉ ମାତ୍ର ଦିନ କେଇଟା ଅପେକ୍ଷା କରିଯାଅ । ଏହା ପରେ ହେବ ‘ଚାଙ୍ଗୁମାଡ଼...’, ତା’ ସାଙ୍ଗକୁ ‘ରସ ଜାମୁଡାଲି’ରେ ପୂରା ଗାଁରୁ ସହର ଉଠିବ ଆଉ ପଡ଼ିବ । 

ଯେଉଁ ଆଲ୍‌ବମ୍‌ ବା ମ୍ୟୁଜିକ୍‌ ଭିଡିଓ ଟ୍ରେଣ୍ଡ୍‌ରେ ଥାଏ,  ତାକୁ ନେଇ ଭୋଟ୍‌ ବେଳେ ସମସ୍ତେ ଗୀତ କରିଥାନ୍ତି । ସେହି ଟ୍ରାକ୍‌ର ତାଳେ ତାଳେ ପ୍ରଚାର ଜମେ । ଏଇ ନିକଟରେ ସେମିତି ଏକ ଗୀତ ବଜାରକୁ ଆସିଛି ‘ତୋ ଦୁଆରେ ହବ ଚାଙ୍ଗୁମାଡ଼’ । ବହୁ ଲୋକପ୍ରିୟତା ସାଉଁଟିଛି ଏ ଗୀତ । ଡା. ନିର୍ମଳ ନାୟକଙ୍କ ଲେଖା ଓ ମଳୟ ମିଶ୍ରଙ୍କ ସଙ୍ଗୀତରେ ଏହାକୁ ଅତି ସୁନ୍ଦର ଭାବେ ଗାଇଛନ୍ତି ଇରା ମହାନ୍ତି ଓ ସୋମନାଥ ।

ସେହିପରି ସମ୍ବଲପୁରୀରେ ଏକ ଲୋକ ସଙ୍ଗୀତ ବହୁତ ଲୋକପ୍ରିୟ ହୋଇଛି ‘ରସ ଜାମୁଡାଲି’ । ତାହା ବି ଅଧିକାଂଶ ପସନ୍ଦ ଥିବା ସଙ୍ଗୀତକାରଙ୍କଠୁ ଶୁଣିବାକୁ ମିଳିଛି । ଏହାଛଡ଼ା ଟ୍ରେଣ୍ଡ୍‌ର ରହିବ ‘ଫ୍ୟାନ୍‌...’ ‘ୱେଲକମ୍‌...’ ଓ ‘ଜଗତରେ ପାଇବୁନି...’ ଭଳି ଗୀତ ସବୁ । ଏହାବାଦ୍‌ ଆଉ କିଛି ଗୀତର ଟ୍ରାକ୍‌ ବି ବାଛି ରଖିଛନ୍ତି ସଙ୍ଗୀତକାର । କେବଳ ଟିକଟ୍‌ ଫାଇନାଲ୍‌ ହେଲେ ରେକର୍ଡିିଂ ଆରମ୍ଭ ହେବ । ବରିଷ୍ଠ ଗୀତିକାର ନିଗମ ମିଶ୍ର କହିଛନ୍ତି, ଜଣେ ସାଂସଦ ପ୍ରାର୍ଥୀ ଓ ଦୁଇ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଗୀତ କରି ସାରିଲିଣି । ଏଥର ‘ଚାଙ୍ଗୁମାଡ଼’ ‘ସେଦିନୁ ମୁଁ ହୁନୁ ହୁନୁ’, ‘ଜଗତରେ ପାଇବୁନି ଏମିତି ଠାକୁରଟିଏ’ ଗୀତର ବେଶି ଡିମାଣ୍ଡ୍‌ ରହିବ । ୩୬ବର୍ଷ ସଙ୍ଗୀତ ଯାତ୍ରାରେ କେବଳ ୩୦ ବର୍ଷ ହେଲା ନିର୍ବାଚନ ଗୀତ ଲେଖିଆସୁଛି । ୧୦ ହଜାରରୁ ଅଧିକ ଗୀତ ଲେଖିସାରିଲିଣି । 

ଗତ ଥର ୩୦୦ରୁ ୪୦୦ ଗୀତ ଲେଖିଥିଲି । ପଞ୍ଚାୟତ ନିର୍ବାଚନ ସମୟରେ ଅଧିକ ଗୀତ ଲେଖିଥିଲି । ଏଥର ବି ଆଶା ଭଲ ଲେଖା ହେବ । ଷ୍ଟୁଡିଓରେ ଗୋଟିଏ ନୂଆ ଗୀତ କଲେ ପୂରା ରେକର୍ଡ ସହ ୧୦ରୁ ୨୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ପୁରୁଣା ଟ୍ରାକ୍‌ରେ କଲେ ଗୋଟିଏ ଗୀତକୁ ୩ରୁ ୫ ହଜାର ଖର୍ଚ୍ଚ ହେଉଛି । ସେହି ଅନୁସାରେ ଯିଏ ଯାହା କହିଲା କଲୁ । ସଙ୍ଗୀତକାର ପ୍ରଶାନ୍ତ ପାଢ଼ୀ କହିଛନ୍ତି, ଆଗକୁ ଟିକଟ୍‌ ମିଳୁ । ଏ ପର୍ଯ୍ୟନ୍ତ କେହି ଯୋଗାଯୋଗ କରିନାହାନ୍ତି । କିନ୍ତୁ ଆମେ ଗୀତ ବାଛି ବସିଛୁ । ଆଗରୁ ସମ୍ବଲପୁର ଓ ଅନ୍ୟାନ୍ୟ ଅଞ୍ଚଳରେ ରେକର୍ଡ ହେଉନଥିଲା । ସମସ୍ତେ କଟକ ଓ ଭୁବନେଶ୍ୱର ଆସୁଥିଲେ । ଏବେ ସବୁଠି ଷ୍ଟୁଡିଓ, ସବୁଠି ରେକର୍ଡିଂ ହେଉଛି । ସେଭିତରେ ଆମ ଭାଗ୍ୟରେ ଯାହା ପଡ଼ିବ । ଦୌଡ଼ା ଦୌଡ଼ି କଲେ ୭-୮ ଜଣଙ୍କ ହେଇପାରନ୍ତା । ତଥାପି ୩-୪ ଜଣଙ୍କ କରିବି । କଣ୍ଠଶିଳ୍ପୀ ଜୟଶ୍ରୀ ଧଳ କହିଛନ୍ତି, ମୋ ଷ୍ଟୁଡିଓରେ ମୋର ନିଜସ୍ୱ ଗୀତ ‘ଲେ ଲେ ବଉଲ’, ‘ଦେଖ ଦେଖ ନବୀନ ବାବୁ’, ‘ଫ୍ୟାନ୍‌’ ରେକର୍ଡ ସରିଲାଣି । ଆଗକୁ ଆହୁରି ହେବ । ଆଶା, ଏଥର ବି ‘ଲେ ଲେ ବଉଲ’ ଓ ‘ଫ୍ୟାନ୍‌’ର ଚାହିଦା ଅଧିକ ରହିବ । 

ବିଜେପି କଲ୍‌ଚରାଲ୍‌ ସେଲ୍‌ ଆବାହକ ତଥା ବିଶିଷ୍ଟ ଗୀତିକାର ପଞ୍ଚାନନ ନାୟକ କହିଛନ୍ତି, ବର୍ତ୍ତମାନ ସମୟ ଭିତରେ କିଛି ସ୍ଥିର ହୋଇନି । ଟିକଟ୍‌ ନ ପାଇବା ଆଗରୁ କେମିତି ଜଣେ ଗୀତ କରିବ । ଟିକଟ୍‌ ବଣ୍ଟା ପରେ ପ୍ରାର୍ଥୀ, ଦଳ, ଚିହ୍ନ, ଇସ୍ତାହାର ଓ ଏଜେଣ୍ଡାକୁ ନେଇ ଦମ୍‌ଦାର୍‌ ଗୀତ ହେବ । ଗତ ଥର ‘ୱେଲ୍‌କମ୍‌’ ଗୀତ ବଜାରରେ ହଲଚଲ କରିଥିଲା । ଏଥର ପୂରା ବୋବାଲ ହେବ, ଅପେକ୍ଷା କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.