ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଶେଷ, ୧୨ ରାଜ୍ୟର ୮୮ ଆସନରେ ହେବ ଭୋଟିଂ

ନୂଆଦିଲ୍ଲୀ: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି ।  ଏପ୍ରିଲ ୨୬ ତାରିଖରେ ୧୨ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ୮୮ଟି ଆସନରେ ମତଦାନ ହେବାକୁ ଯାଉଛି । ୧୨୦୬ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରିବେ। ମଧ୍ୟପ୍ରଦେଶର ବୈତୁଲ ଆସନର ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବାରୁ ଏହି ଆସନରେ ମତଦାନ ସ୍ଥଗିତ ରହିଛି । କେରଳରେ ସର୍ବାଧିକ ୨୦ଟି ଲୋକସଭା ଆସନ, କର୍ଣ୍ଣାଟକରେ ୧୪ଟି, ରାଜସ୍ଥାନରେ ୧୩ଟି ଆସନରେ ମତଦାନ ହେବ ।

ସେହଭଳି ଉତ୍ତର ପ୍ରଦେଶର ୮, ମହାରାଷ୍ଟ୍ର ୮, ମଧ୍ୟପ୍ରଦେଶ ୬, ବିହାର ୫, ଆସାମ ୫, ପଞ୍ଚିମବଙ୍ଗ ୩, ଛତିଶଗଡ଼ ୩, ଜାମ୍ମୁକାଶ୍ମୀର ୧  ଏବଂ ତ୍ରିପୁରାରେ ଗୋଟିଏ ଆସନରେ ନିର୍ବାଚନ ହେବାକୁ ଯାଉଛି ।  ଦ୍ବିତୀୟ ପର୍ଯ୍ୟାୟରେ କେରଳ ୱାୟନାଡରେ ରାହୁଲ ଗାନ୍ଧୀ, ରାଜସ୍ଥାନ କୋଟାରୁ ଓମ ବିର୍ଲା, ଛତିଶଗଡ଼ ରାଜନନ୍ଦଗାଁଓ ଆସନରୁ ଭୂପେଶ ବଘେଲ, କେରଳର ଥିରୁଅନନ୍ତପୁରମରେ ରାଜୀବ ଚନ୍ଦ୍ରଶେଖର, ଶଶୀ ଥରୁରଙ୍କ ଭଳି ପ୍ରାର୍ଥୀଙ୍କ ପାଇଁ ମତସାବ୍ୟସ୍ତ କରିବେ ମତଦାତା । 

ଏପ୍ରିଲ ୧୯ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମତଦାନରେ ପ୍ରାୟ ୬୪ ପ୍ରତିଶତ ମତଦାନ ହୋଇଥିଲା । ଚଳିତ ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି । ଜୁନ୍ ପହିଲାରେ ଶେଷ ପର୍ଯ୍ୟାୟ ଓ ଜୁନ୍ ୪ ତାରିଖରେ ଭୋଟ ଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ  ।

  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.