ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ନିର୍ବାଚନ ବେଳେ ତିହିଡ଼ିରେ ବିଷାକ୍ତ ମଦ ପିଇ ଯାଇଥିଲା ୪ ଜୀବନ

ତିହିଡି, (ଅଭୟ ପତି): ଥରକୁ ଥର "ପ୍ରମେୟ' ମାଧ୍ୟମରେ  ପ୍ରଶାସନକୁ ସଜାଗ ରହିବା ପାଇଁ ଖବର ପ୍ରକାଶିତ ହୋଇଥିଲା  ଯେ, ନିର୍ବାଚନରେ ଜାଲ୍‌ ନୋଟ୍‌ ଓ ବିଷାକ୍ତ ମଦ ତିହିଡ଼ି-ଚାନ୍ଦବାଲି ଅଞ୍ଚଳରେ କାରବାର ହେବ । ମାତ୍ର ଏଥିପ୍ରତି ଧ୍ୟାନ ଦେଲାନି ପ୍ରଶାସନ । ଶେଷକୁ ତିହିଡ଼ି-ପୀରହାଟ ଅଞ୍ଚଳ ମଦ  ମୃତ୍ୟୁ ଭଳି ଏକ ଅପବାଦ ମୁଣ୍ଡାଇଲା ।

୨୦୧୯ ଏପ୍ରିଲ୍‌ରେ  ଘଟିଥିବା ଏହି ଘଟଣାରେ ୪ ଜଣଙ୍କର ଜୀବନ ଯିବା ସହ  ଜଣେ ସାରା ଜୀବନ ଅନ୍ଧ ହୋଇଗଲେ । ସଧବାଙ୍କ ହାତରୁ ଭାଙ୍ଗିଗଲା ଶଙ୍ଖା, ମଥାରୁ ପୋଛିଗଲା ସିନ୍ଦୁର । ଏହା ଆଗରୁ ୨୦୧୭ ଏପ୍ରିଲ ୨୩ରେ ବିଷାକ୍ତ ବିଦେଶୀ ମଦ ମଧ୍ୟ ଜୀବନ ନେଇଥିଲା । ସେତେବେଳେ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ୍‌  ଭଦ୍ରକ ଆସି ଏହାକୁ ଅତି ଖାମଖିଆଲ ଭାବେ ନେଇଥିଲେ ।  ଦୁଇ ଜଣଙ୍କର ସେ ସମୟରେ ଜୀବନ ଯାଇଥିଲା । ୧୫ ଅସୁସ୍ଥ  ହେଲେ । ତଥାପି ଚେତିଲା ନାହିଁ ପ୍ରଶାସନ । ଏହାର କିଛିଦିନ  ପରେ ତିହିଡ଼ି ଥାନାଠାରୁ ମାତ୍ର ଗୋଟିଏ କିଲୋମିଟର ଦୂର  ତିହିଡ଼ି କଲେଜ ଛକରେ ନକଲି ମଦ କାରଖାନା ଠାବ ହେଲା ।  ଏପରିକି ୨୦୧୮ରେ ନକଲି ଜାଲ୍‌ ନୋଟ କାରବାର ମଧ୍ୟ ଠାବ  ହେଲା ପୀରହାଟରେ । ଏସବୁ ପ୍ରତି ପୁଲିସ, ଅବକାରୀ ବିଭାଗ  ଓ ପ୍ରଶାସନ, ରାଜନେତା ଆଖି ବୁଜି ଦେଲେ । 

ସେହିପରି  ୨୦୧୯ ଏପ୍ରିଲ ୨୯ ତାରିଖ ବିଳମ୍ବିତ ରାତ୍ରିରେ ଏହି ମଦ ଏମିତି  କାରନାମା ସୃଷ୍ଟି କଲା ଯେ, ତିହିଡ଼ି-ଚାନ୍ଦବାଲିରେ ୩୦ ତାରିଖ  ସକାଳ ବେଳକୁ ୪ ଜଣଙ୍କ ଜୀବନ ଗଲା । ଏପରିକି ତିହିଡ଼ି ଓ  ଭଦ୍ରକ ଡାକ୍ତରଖାନାରେ ୪୩ ଜଣ ଚିକିତ୍ସିତ ହୋଇଥିବାବେଳେ ରାଜଧାନୀକୁ ୪, କଟକ ବଡ଼ ଡାକ୍ତରଖାନାକୁ ୪, ଘରୋଇ  ହସ୍ପିଟାଲକୁ ୨ ଗୁରୁତର ଚିକିତ୍ସା ପାଇଁ ଯାଇଥିଲେ । ମେ ୧  ତାରିଖ ଯାଏ ୧୫ ଜଣଙ୍କ ଅବସ୍ଥା ସଙ୍ଗିନ ଥିଲା ।

ନିର୍ବାଚନ ପାଇଁ ଆସିଥିଲା ମଦ 

୨୦୧୯ ସାଧାରଣ ନିର୍ବାଚନର ଏପ୍ରିଲ ୨୯ ଥିଲା ଶେଷ  ନିର୍ବାଚନ ପ୍ରକ୍ରିୟା । ଏହି ନିର୍ବାଚନ ପ୍ରକ୍ରିୟା ପାଇଁ ବିଭିନ୍ନ  ରାଜନୈତିକ ଦଳର ନେତା ମଦ, ମାଂସ ଭୋଜି ଓ ଟଙ୍କା  ବଣ୍ଟନ ଉପରେ ଗୁରୁତ୍ୱ ଦେଇଥିଲେ । ବିଷାକ୍ତ ମଦ ପିଇ  ତିହିଡ଼ି ଥାନା ଅନ୍ତର୍ଗତ ପୀରହାଟ ଅଞ୍ଚଳର ଦୌଲତପୁର  ଓ ବାମନବିନ୍ଧା ଗାଁର ଯେଉଁ ୪ ଜଣ ବ୍ୟକ୍ତି ମୃତ୍ୟୁବରଣ  କଲେ ସମସ୍ତେ ତତ୍କାଳୀନ ଶାସକ ଦଳର କର୍ମୀ ଥିଲେ । 

ମୃତକଙ୍କ ପରିବାରର ପିଲାମାନେ ଗଣମାଧ୍ୟମ ଆଗରେ  ସ୍ୱୀକାର କରିଥିଲେ ଯେ, ତାଙ୍କ ବାପା ଦିନ ୧୧ଟାରୁ ସନ୍ଧ୍ୟା  ଯାଏଁ ଥରକୁ ଥର ଏହି ବିଷାକ୍ତ ମଦ୍ୟପାନ କରିଥିଲେ ।  ପରେ ରାତି ୩ଟା ପରେ ଗୁରୁତର ହେବାରୁ ତାଙ୍କର  ମୃତ୍ୟୁ ହୋଇଥିଲା । ମୃତକମାନେ ଥିଲେ ଘନଶ୍ୟାମ ପଢ଼ିଆରିଙ୍କ ପୁଅ ଦୌଲତପୁର ଗ୍ରାମର ରାମଚନ୍ଦ୍ର  ପଢିଆରି (୫୫), ନମେଇସାହି ଗ୍ରାମର ହରିହର  ନାୟକଙ୍କ ପୁଅ ସାଧୁ ନାୟକ, ପୀରହାଟ ମଝି ବଜାରର  କୁନା ଜେନା ଓ ଦୌଲତପୁର ଗାଁର ରତ୍ନାକର ପରିଡ଼ାଙ୍କ  ପୁଅ ଶଙ୍କର୍ଷଣ ପରିଡ଼ା । ଏହା ସହ ବିନ୍ଧା ଅଞ୍ଚଳର ଶଙ୍କରା ଦାସ ଅନ୍ଧ ହୋଇଗଲେ ।  

୨୯ ରାତିରୁ ଆତଙ୍କ ଖେଳିଲା  

ଏପ୍ରିଲ ୨୯ ରାତି ପ୍ରାୟ ୩ଟା ବେଳେ ପ୍ରଥମେ ରାମଚନ୍ଦ୍ର  ପଢ଼ିଆରିଙ୍କ ନିଜ ଘରେ ମୃତ୍ୟୁ ହୋଇଥିଲା । ଏହା  ପରେ ଆତଙ୍କ ଖେଳି ଯାଇଥିଲା । ଜଣଙ୍କ ପରେ ଜଣେ  ତିହିଡ଼ି ଡାକ୍ତରଖାନାକୁ ରାତିରେ ବୁହା ହୋଇଥିଲେ ।  କେତେକଙ୍କୁ ଭଦ୍ରକ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଏବଂ  କାର୍‌ରେ ବୁହା ଯାଇଥିଲା । ସକାଳ ୭ଟା ବେଳକୁ  ଆଉ ଦୁଇଜଣଙ୍କ ମୃତ୍ୟୁ ହେଲା ପରେ ଗୁରୁତରଙ୍କୁ  କଟକ ନେବାର ବନ୍ଦୋବସ୍ତ କରାଗଲା । କଟକ ନେଉ  ନେଉ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କଟକରେ  ଆଉଜଣଙ୍କର ମୃତ୍ୟୁ ହେଲା । ଏହି ବିଷାକ୍ତ ମଦ  ପିଇଥିବା ଶତାଧିକ ବ୍ୟକ୍ତି ଆତଙ୍କିତ ହୋଇପଡ଼ିଥିଲେ ।  ବେସରକାରୀ ଭାବେ ସେମାନେ ନିଜ ସମ୍ମାନ ପାଇଁ  ବିଭିନ୍ନ ନର୍ସିଂହୋମ୍‌ ଓ ପ୍ରାଇଭେଟ୍‌ ହସ୍ପିଟାଲରେ ଭର୍ତ୍ତି  ହୋଇ ଚିକିତ୍ସିତ ହେଉଥିଲେ ।  

ଚପାଇ ଦିଆଯାଇଥିଲା ମଦ ମୃତ୍ୟୁ 

ନିର୍ବାଚନ ପାଇଁ ଆସିଥିବା ମଦ ପାଇଁ ଏହି ଘଟଣା  ଘଟିଥିବାରୁ ସାଧାରଣ ଜନତା ଏପରିକି ବରିଷ୍ଠ ବିଜେପି  ନେତା ମନମୋହନ ସାମଲ ମଧ୍ୟ ରାଜପଥରେ ଧାରଣାରେ  ବସିଥିଲେ । ତଥାପି ମଧ୍ୟ ଅବକାରୀ ବିଭାଗର ଭୂମିକା ଅସ୍ପଷ୍ଟ  ରହିଥିଲା । ଗୋଟିଏ ପଟେ ପୀରହାଟ ଗୁମୁରି ଗୁମୁରି କାନ୍ଦୁଥିବା  ବେଳେ ଅନ୍ୟପଟେ ଚାଲିଥିଲା ରାସ୍ତାରୋକ ଓ ପୋଡ଼ାଜଳା ।  କଂଗ୍ରେସ ନେତା ଓ କର୍ମୀ ବି ଧାରଣା ଧର୍ମଘଟରେ କରିଥିଲେ ।  ତଥାପି ମଧ୍ୟ ନିଦାବିଷ୍ଣୁ ପାଲଟି ଯାଇଥିଲା ଅବକାରୀ ବିଭାଗ ।  ଘଟଣାକୁ ଚପାଇ ଦିଆଯିବାକୁ ପ୍ରୟାସ କରାଯାଇଥିଲା ।  

ପୁଣି ଦେଖାଦେଇପାରେ  ଦୌଲତପୁର

ଆତଙ୍କ  ଦୌଲତପୁର ଭଳି ତିହିଡ଼ି ବ୍ଲକ୍‌ର ଆହୁରି ୩ଟି ପଞ୍ଚାୟତରେ  ମଦ ମୃତ୍ୟୁ ହେବା ଆଶଙ୍କା ଦେଖାଦେଇଛି । ଏବେ ବି  ପ୍ରଶାସନର ନିଦ ଭାଙ୍ଗୁ ନାହିଁ । ନକଲି ବିଦେଶୀ ମଦ ପ୍ରବଳ  ମାତ୍ରାରେ ତିଆରି ହେଉଛି । ସବୁ ଜାଣି ମଧ୍ୟ ପ୍ରଶାସନ ଆଖି  ବୁଜି ଦେଇଛି । ତିହିଡ଼ି ତହସିଲ୍‌ ପରିସରରେ ଅବକାରୀ  ବିଭାଗ ଥାନା ଖୋଲାଯାଇଥିଲେ ମଧ୍ୟ ମାସରେ ୩୦ ଦିନ  ତାଲା ଝୁଲୁଛି । ତିହିଡ଼ି ବ୍ଲକ୍‌ର ଗାଁ ଗାଁ ଓ ସାହିକୁ ସାହି  ଦେଶୀ ମଦ କାରଖାନା ଖୋଲାଯାଇଛି । ଗୋଟିଏ ପଟେ  ନକଲି ବିଷାକ୍ତ ମଦ କାରଖାନା ଅନ୍ୟପଟେ ଦେଶୀ ଓ  ଚୁଲେଇ ଭାଟି ଯାହାକୁ ଯେତେ ଚାଲିଛି । ଏଥିରେ ରୋକ୍‌  ନ ଲାଗିଲେ ଆଗାମୀ ଦିନରେ ୨୦୧୯ ଘଟଣାର ପୁନରାବୃତ୍ତି  ଘଟିବା ନେଇ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।  

ମଦ ସାଙ୍ଗକୁ ବ୍ୟାପିଗଲାଣି ବ୍ରାଉନସୁଗର୍‌ 

ତିହିଡ଼ି ବ୍ଲକ୍‌ରେ କେବଳ ଏହି ବିଷାକ୍ତ ମଦ ଜୀବନ ନେଇନାହିଁ  ବରଂ ବ୍ରାଉନସୁଗର୍‌ ଦୁଇଜଣଙ୍କ ଜୀବନ ନେଲାଣି । ଜଳେଶ୍ୱର  ଓ ବସ୍ତା ଅଞ୍ଚଳର ବେପାରୀମାନେ ଏହି ବ୍ରାଉନସୁଗର୍‌ ଆଣି  ତିହିଡ଼ିର ଛୋଟ ବେପାରୀଙ୍କୁ ଦେଉଛନ୍ତି । ରାତିରେ କୋଇଲା  ଚୋରି ଅର୍ଥ ଏହି ନିଶା କାରବାରରେ ମଧ୍ୟସ୍ଥି ସାଜିଛି ।  ବ୍ରାଉନ୍‌ସୁଗର କାରବାର ଗଳିକନ୍ଦିକୁ ବ୍ୟାପିଗଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.