ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଦିବ୍ୟାଙ୍ଗଙ୍କୁ ବରଦାନ ‘ଇ-ଗ୍ଲୋଭ୍‌’

ନୂଆଦିଲ୍ଳୀ ୭/୯: କୃତ୍ରିମ ହାତ ସାହାଯ୍ୟରେ କେବଳ କାର୍ଯ୍ୟ କରିହୁଏ, କିନ୍ତୁ ଅନୁଭବ କରିହୁଏନା । ଏଣୁ ଦିବ୍ୟାଙ୍ଗମାନେ ବହୁ ସମସ୍ୟା ସାମ୍ନା କରିଥାନ୍ତି । ଏହାର ସମାଧାନ କରି ଆମେରିକା ସ୍ଥିତ ପୁର୍‌ଡ୍ୟୁ କଲେଜ ଅଫ୍‌ ଇଞ୍ଜିନିଅରିଂର ଗବେଷକମାନେ ସମ୍ବେଦନଶୀଳ ଇଲେକ୍ଟ୍ରୋନିକ୍‌ ଗ୍ଲୋଭ୍‌ ବା ‘ଇ-ଗ୍ଲୋଭ୍‌’ ତିଆରି କରିଛନ୍ତି ।

{"id":42124,"width":710,"height":693}

କୃତ୍ରିମ ନଖ ଓ ଆଙ୍ଗୁଠିଛାପଯୁକ୍ତ ଏହି କୃତ୍ରିମ ହାତକୁ ବ୍ୟବହାର କରୁଥିବା ବ୍ୟକ୍ତି ସ୍ପର୍ଶ କରୁଥିବା ବସ୍ତୁକୁ ଅନୁଭବ କରିପାରିବେ । ଏହା ସାହାଯ୍ୟରେ କୌଣସି ବସ୍ତୁକୁ ସ୍ପର୍ଶ କରିବା ମାତ୍ରେ ତା’ର ଆକାର, ଆର୍ଦ୍ରତା ଓ ତାପମାତ୍ରା ଅନୁଭବ କରିପାରିବେ । କୌଣସି ବସ୍ତୁ ଅତ୍ୟଧିକ ଥଣ୍ଡା ଓ ଗରମ ଥିଲେ, ଏହି କୃତ୍ରିମ ହାତ ତାହା ଅନୁଭବ କରି ବ୍ୟବହାରକାରୀଙ୍କୁ ତୁରନ୍ତ ସୂଚନା ଦେବ ।

ଏହା ନରମ, ପତଳା ଓ ନମନୀୟ । ଏଥିରେ ନମନୀୟ ଇଲେକ୍ଟ୍ରୋନିକ୍‌ ସେନ୍‌ସର ଓ ଛୋଟ ସିଲିକନ୍‌ବିଶିଷ୍ଟ ସର୍କିଟ୍‌ ଚିପ୍‌ ବ୍ୟବହୃତ ହୋଇଛି । ତ୍ୱଚାର ବିଭିନ୍ନ ରଙ୍ଗ ସହ ଖାପଖୁଆଇ ଏହାକୁ ପ୍ରସ୍ତୁତ କରାଯାଇଛି, ଫଳରେ ବ୍ୟବହାରକାରୀ ବାସ୍ତବ ହାତର ଅନୁଭବ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.