ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୋମା ଖାଇ ହାତୀ ଗୁରୁତର, କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ଚାଲିଛି ଚିକିତ୍ସା

ଢେଙ୍କାନାଳ ୦୪/୦୩: ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ରଖାଯାଇଥିବା ବୋମା ଖାଇ ଏକ ହାତୀ ଗୁରୁତର ହୋଇପଡ଼ିଛି । ହାତୀର ପାଟିରେ ବୋମାଟି ଫୁଟି ଯିବାରୁ ତାରସମ୍ମୁଖ ଭାଗ  ନଷ୍ଟ ହୋଇଯାଇଛି । ହାତୀଟି ଖାଦ୍ୟ ଗ୍ରହଣ କରିପାରୁନଥିବାରୁ ତାର ଜୀବନ ସଙ୍କଟରେ  ପଡ଼ିଛି । ହାତୀଟିକୁ ଉଦ୍ଧାର କରାଯାଇ କପିଳାସ ଚିଡ଼ିଆଖାନା ପରିସରରେ ଥିବା ହାତୀ ଉଦ୍ଧାର  କେନ୍ଦ୍ରରେ ରଖାଯାଇ ଚିକିତ୍ସା ଜାରି ରହିଛି ।   

ସୂଚନା ଅନୁସାରେ, ଢେଙ୍କାନାଳ ସଦର ବନାଞ୍ଚଳ ଅନ୍ତର୍ଗତ ମେଘା ଜଙ୍ଗଲର କାଇମାଟି ଲୋଚାପଲ୍ଲୀ ନିକଟରେ ଗତ ଶୁକ୍ରବାର ଦିନ ଏକ ହାତୀ ଅସୁସ୍ଥ ଅବସ୍ଥାରେ ବୁଲୁଥିଲା । କିଛି ଖାଦ୍ୟ ଗ୍ରହଣ କରିନପାରି ଜଙ୍ଗଲରେ ଡହଳବିକଳ ହେଉଥିଲା । ବନବିଭାଗ କର୍ମଚାରୀମାନେ ଖବରପାଇ ହାତୀ ନିକଟରେ ପହଞ୍ଚିଥିଲେ । ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଅସୁସ୍ଥ  ହାତୀକୁ ଟ୍ରାଙ୍କୁଲାଇଜ୍‌ କରି ଏକ ଟ୍ରକ୍‌ରେ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଥିଲା ।  ଉଦ୍ଧାର ମାଈହାତୀଟିର ବୟସ ୧୧ ବର୍ଷ  ହେବ । ରାସାୟନିକ ପଦାର୍ଥରେ ତିଆରି ବୋମା ଚୋବାଇଦେବା ଦ୍ୱାରା ହାତୀଟିର ସମ୍ମୁଖ ଭାଗ ସମେତ ପାଟିର ଆଭ୍ୟନ୍ତରିଣ ଅଂଶରେ  ଗୁରୁତର କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ସାତକୋଶିଆ, ଭୁବନେଶ୍ୱର  ଓୟୁଏଟି ସମେତ କପିଳାସର ପ୍ରାଣୀ ଚିକିତ୍ସକ  ଓ ବନ କର୍ମଚାରୀଙ୍କ ସହାୟତାରେ ଅସୁସ୍ଥ  ହାତୀଟିର ଚିକିତ୍ସା କରାଯାଇଥିଲା । ଚିକିତ୍ସାର  ଦୁଇଦିନ ସତ୍ତେ୍ୱ ବି ହାତୀଟି କୌଣସି  ଖାଦ୍ୟପଦାର୍ଥ ଗ୍ରହଣ କରିପାରୁନାହିଁ । କେବଳ  ଆଣ୍ଟିବାୟୋଟିକ୍‌ ଓ ସାଲାଇନ୍‌ ଦିଆଯାଉଛି ।  ପାଟିରେ କ୍ଷତ ସୃଷ୍ଟି ହୋଇଥିବାରୁ ଖାଦ୍ୟ  ଦେଲେ ମଧ୍ୟ ତାହାକୁ ଏଡ଼ାଇ ଦେଉଛି ।  ପ୍ରାଣୀ ଚିକିତ୍ସକମାନେ ହାତୀର ଚିକିତ୍ସା  କରୁଥିବା ବେଳେ ତାର ଜୀବନ ସଙ୍କଟାପନ୍ନ  ଥିବା ରହିଥିବା ସୂଚନା ମିଳିଛି । ହାତୀଟିର  ଚିକିତ୍ସା ଚାଲିଛି । ହାତୀଟି ସୁସ୍ଥ ହୋଇଯିବ  ବୋଲି ଆଶା ରହିଥିବା ଢେଙ୍କାନାଳ ବନଖଣ୍ଡ  ଅଧିକାରୀ ସୁମିତ କର ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.