ପ୍ରମୂଖ ଖବର

ଫସଲ ନଷ୍ଟ କଲେ ହାତୀପଲ, କ୍ଷତିପୂରଣ ଦାବି

ଗୁଣପୁର, ୦୨/୧୧ : ରାୟଗଡ଼ା ଜିଲ୍ଲା ଗୁଣପୁର ଶେଫାଳି ପାହଡ଼ ନିକଟରେ ଥିବା ଫସଲ ନଷ୍ଟ କଲେ ହାତୀପଲ। ଦୁଇଟି ହାତୀ ପଶି ଗଛ ଗୁଡିକ ଖାଇବା ସହ ଧାନ ଗଛ ଗୁଡିକୁ ନଷ୍ଟ କରିଛନ୍ତି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହ କ୍ଷତିପୂରଣ ଦାବି କଲେ ଚାଷୀ।

ସୂଚନାନୁଯାୟୀ, ଗୁଣପୁର ହାଉସିଂବୋର୍ଡ ଗ୍ରାମର ଜାବେଲ ଶବର ସକାଳୁ ନିଜ ଧାନ ଜମିକୁ ଯାଇଥିଲେ। ସେଠାରେ ୨ଟି ହାତୀ ଫସଲ ନଷ୍ଟ କରିଥିବା ଦେଖିବାକୁ ପାଇଥିଲେ । ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଜାବେଲ ଦାବି କରିବା ସହ କିଛି କ୍ଷତିପୂରଣ ପାଇଁ ଗୁହାରି କରିଛନ୍ତି। ଗତ କିଛି ଦିନ ହେବ ଦୁଇଟି ହାତୀ ବିଭିନ୍ନ ଅଞ୍ଚଳ ବୁଲି ଫସଲ ନଷ୍ଟ କରୁଥିବା ଜଣାପଡ଼ିଛି। ପୂର୍ବରୁ ୬ ଟିକିଆ ହାତୀପଲ ବୁଲି ବୁଲି ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଥିଲେ। ଗତ ମାର୍ଚ୍ଚ ୧୨ ତାରିଖ ଦିନ ଏକ ଛଅ ଟିକିଆ ହାତୀ ପଲ ମଧ୍ୟରୁ ୪ ଟି ହାତୀ ଆନ୍ଧ୍ରର କାଟ୍ରାଗଡ଼ ଗାଁ ନିକଟର ଜମିରେ ଥିବା ଟ୍ରାନ୍ସଫର୍ମର ସଂଯୋଗରେ ଆସି ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲେ। ଏବେ ଦୁଇଟି ହାତୀ ବିଚଳିତ ଭାବେ ବୁଲୁଥିବା ଜଣାପଡ଼ିଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.