ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ଗାଁରେ ପଶି ଘର ଭାଙ୍ଗିବା ସହ ଉପଦ୍ରବ କଲା ହାତୀ, ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ନୀଳଗିରି, ୨୭/୮ : ବାଲେଶ୍ଵର ଜିଲ୍ଲା ନୀଳଗିରି କୂଳଡ଼ିହାରେ ଥମୁନି ହାତୀ ଉପଦ୍ରବ। ମଙ୍ଗଳବାର ସକାଳେ କୂଳଡ଼ିହା ଅଭୟାରଣ୍ୟରୁ ଏକ ହାତୀ ଆସି ଔପଦା ବ୍ଲକ ଢୋଲପୁର ଗ୍ରାମରେ ପଶି ଆତଙ୍କ ଖେଳାଇଛି। ଗ୍ରାମର ବହୁ ଲୋକଙ୍କ ବାଡ଼ିରେ ପଶି ଚାଷ ନଷ୍ଟ କରିବା ସହ ଘର ଛପରକୁ ଓପାଡି ଫିଙ୍ଗି ଦେଇଛି। ଗ୍ରାମରେ ହାତୀ ଉପଦ୍ରବ କରୁଥିବା ବେଳର ଲାଇଭ୍ ଭିଡିଓ କ୍ୟାମେରାରେ କଏଦ ହୋଇଛି।

ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ଔପଦା ବ୍ଲକ ଢୋଲପୁର ଗ୍ରାମରେ ଏକ ହାତୀ ପଶି ଉପଦ୍ରବ କରୁଛି। ହାତୀଟି ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ଘର ଆଜବେଷ୍ଟ ଛପରକୁ ମୁଣ୍ଡରେ ଟେକି ଫୋପାଡି ଦେଇଛି। ଏହା ସହ ବହୁ ଲୋକଙ୍କ ବାଡ଼ିରେ ପଶି ଚାଷ ନଷ୍ଟ କରିଛି। ଏହି ଘଟଣା ବେଳର ଲାଇଭ୍ ଭିଡିଓ ସାମ୍ନାକୁ ଆସିଛି। ସେପଟେ ଖବର ପାଇ ବନ ବିଭାଗ ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି। ତେବେ ଗାଁରେ ବାରମ୍ବାର ହାତୀ ପଶି ଉପଦ୍ରବ କରୁଥିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମବାସୀମାନେ ସ୍ଥାୟୀ ପ୍ରତିକାର ଦାବିରେ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। 




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.