ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ବିଜାପୁର-ସୁକମା ସୀମାରେ ଏନକାଉଣ୍ଟର; ୩ ଯବାନ ସହିଦ୍, ୧୪ ଆହତ…

ନୂଆଦିଲ୍ଲୀ: ଛତିଶଗଡର ବିଜାପୁର-ସୁକମା ସୀମାରେ ସୁରକ୍ଷା କର୍ମୀ ଏବଂ ନକ୍ସଲ ମୁହାଁମୁହିଁ ହୋଇଛନ୍ତି । ଏହି ଏନକାଉଣ୍ଟରରେ ମୋଟ ୩ ଜଣ ସୈନିକ ସହିଦ୍ ହୋଇଥିବା ବେଳେ ୧୪ ଜଣ ସୈନିକ ଆହତ ହୋଇଛନ୍ତି । ଲୋକମାନଙ୍କୁ ମୌଳିକ ସୁବିଧା ଯୋଗାଇବା ଏବଂ ନକ୍ସଲଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଆଜି ସୁକମାର ଟେକାଲଗୁଡେମ ଗ୍ରାମରେ ଏକ ସୁରକ୍ଷା ଶିବିର ପ୍ରତିଷ୍ଠା କରାଯାଇଥିଲା । ଏହି ଶିବିର ସ୍ଥାପନ କରିବା ପରେ ଜିଲ୍ଲା ରିଜର୍ଭ ଗାର୍ଡ, କୋବ୍ରା ବାଟାଲିୟନ ଏବଂ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଜୋନାଗୁଡା-ଅଲିଗୁଡା ଅଂଚଳ ଆଡକୁ ପାଟ୍ରୋଲିଂ ପାଇଁ ଗସ୍ତ କରୁଥିଲେ । ଏହି ସମୟରେ ନକ୍ସଲମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ ।  

ପୋଲିସର ସୂଚନା ଅନୁସାରେ ନକ୍ସଲ ମାନଙ୍କର ଗୁଳିମାଡର ମୁହଁତୋଡ ଯବାବ ଦେଇଥିଲେ ସୁରକ୍ଷା ବାହିନୀ । ଏହାକୁ ଦେଖି ମାଓବାଦୀ ମାନେ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ । ଏହି ଏନକାଉଣ୍ଟର ସମୟରେ ୩ ଜଣ ସୈନିକ ସହିଦ୍ ହୋଇଥିବା ବେଳେ ୧୪ ଜଣ ଗୁରୁତର ହୋଇଛନ୍ତି । ପୋଲିସ ଏକ ସରକାରୀ ବିବୃତ୍ତିରେ କହିଛି ଯେ, ଆହତ ସୈନିକଙ୍କ ଅବସ୍ଥା ବିପଦରେ ଅଛି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ହେଲିକପ୍ଟର ସାହାଯ୍ୟରେ ରାୟପୁର ପଠାଯାଇଛି । ସୂଚନାଯୋଗ୍ୟ ଯେ ୨୦୨୧ ମସିହାରେ ଟେକାଲଗୁଡେମ ଜଙ୍ଗଲରେ ପୋଲିସ-ନକ୍ସଲ ଏନକାଉଣ୍ଟରରେ ୨୩ ସୈନିକ ସହିଦ ହୋଇଥିଲେ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.