ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇଓଡବ୍ଲ୍ୟୁ ପଞ୍ଝାରେ ୨ କୁଖ୍ୟାତ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ

ଭୁବନେଶ୍ଵର, ୧୫/୦୪ : ଅର୍ଥନୈତିକ ଅପରାଧ ଶାଖା ହାତରେ ଦୁଇ କୁଖ୍ୟାତ କ୍ରିପ୍ଟୋ ଠକ। ୧୫ କୋଟି ଟଙ୍କାର ଠକେଇ ଅଭିଯୋଗରେ ଦୁଇ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ୍ ଇଓଡବ୍ଲୁ। ଦୁଇଜଣଙ୍କ ମଧ୍ୟରେ ଜଣେ ରାଜସ୍ଥାନରୁ ଅନ୍ୟଜଣେ ସୁନ୍ଦରଗଡ଼ରୁ ଗିରଫ ହୋଇଛନ୍ତି। 

ସୂଚନାନୁଯାୟୀ, ରାଜସ୍ଥାନ ଅନୂପଗଡରୁ ବେଦ ପ୍ରକାଶ ଏବଂ ଅନ୍ୟଜଣେ ସୁନ୍ଦରଗଡ଼ରୁ ସୁଧୀର ପଟେଲ। ଏମାନେ ଓଡ଼ିଶା ଏବଂ ମହାରାଷ୍ଟ୍ରରେ ଅନେକ ଲୋକଙ୍କୁ ବିଭିନ୍ନ ଆକର୍ଷଣୀୟ ଅଫର ଦେବା ସହିତ ଡବଲ ଆୟର ଲୋଭ ଦେଖାଇ ଲୁଟିଥିବା ଜଣାପଡିଛି। କ୍ରିପ୍ଟୋ ବାହାନାରେ ପୁଞ୍ଜି କରିବାକୁ କହି କୋଟି କୋଟି ଟଙ୍କା ଠକି ଥିଲେ। ପରେ ଅଭିଯୁକ୍ତ ବେଦ ପ୍ରକାଶ ଏବଂ ସୁନ୍ଦରଗଡ଼ରୁ ସୁଧୀର ପଟେଲଙ୍କୁ ଗିରଫ କରାଯାଇଛି । ବେଦ ପ୍ରକାଶଙ୍କୁ ରାଜସ୍ଥାନରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱରକୁ ଅଣାଯାଇଛି। ଏନେଇ ଅଧିକ ତଦନ୍ତ ଚାଲିଛି।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.