ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କ୍ଵିକ୍ କ୍ଲିକ୍ ଆଡ ମିଡିଆ କମ୍ପାନୀ ନାଁରେ ୨ କୋଟି ଟଙ୍କାର ଠକେଇ ଅଭିଯୋଗ ମାମଲା, ଅଭିଯୁକ୍ତ ବିମଳାନନ୍ଦଙ୍କୁ ବାନ୍ଧିଲା ଇଓଡବ୍ଲ୍ୟୁ

ଭୁବନେଶ୍ଵର, ୨୧/୦୫ : ଇଓଡବ୍ଲ୍ୟୁ ପଞ୍ଝାରେ କ୍ଵିକ୍ କ୍ଲିକ୍ ଆଡ ମିଡିଆ କମ୍ପାନୀ ପାର୍ଟନର୍। ୨ କୋଟି ଟଙ୍କାର ଠକେଇ ଅଭିଯୋଗରେ ଅଭିଯୁକ୍ତ ବିମଳାନନ୍ଦ ଭୂୟାଁଙ୍କୁ ଲକ୍ଷ୍ନୌରୁ ଗିରଫ କଲା ଇଓଡବ୍ଲ୍ୟୁ। ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ଵର ଅଣାଯିବ। 

ସୂଚନାନୁଯାୟୀ, ବିକାଶ ପୋଡାର ନାମକ ଜଣେ ବ୍ୟକ୍ତି କ୍ଵିକ୍ କ୍ଲକ୍ ଆଡ୍ ମିଡିଆ କମ୍ପାନୀ ବିରୋଧରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ମାମଲା ପଞ୍ଜିକୃତ ହୋଇଥିଲା। ତଦନ୍ତ ପରେ ମାଲକାନଗିରିର ବିମଳାନନ୍ଦ ଭୂୟାଁ ଏବଂ ତାଙ୍କ ପତ୍ନୀ ରାମି ଭୂୟାଁ ୫୩ ଜଣ ନିବେଶକଙ୍କ ଠାରୁ ଠକେଇ କରିଥିବା ଜଣାପଡ଼ିଥିଲା। ଏଲଇଡି ଯୋଗାଣ ବାହାନାରେ ସେମାନେ ପ୍ରାୟ ୨ କୋଟି ଟଙ୍କାର ଠକେଇ କରିଥିଲେ। ବିଜ୍ଞାପନରୁ ଆକର୍ଷଣୀୟ ଲାଭ ପାଇବାକୁ ସେମାନଙ୍କ ସହିତ ବିନିଯୋଗ କରିବା ଉଚିତ୍ ବୋଲି କହି ଲୋକଙ୍କୁ ଭୂଆଁ ବୁଲାଇଥିଲେ। 

ଛତିଶଗଡ ରାୟପୁର ଶ୍ୟାମନଗରରେ କ୍ଵିକ୍ କ୍ଲିକ୍ ଆଡ ମିଡିଆ କମ୍ପାନୀର ରହିଛି ମୁଖ୍ୟ କାର୍ଯ୍ୟାଳୟ। ଛତିଶଗଡ଼ ଜଗଦଲପୁର ଏବଂ ଭୁବନେଶ୍ଵର ଜୟଦେବ ବିହାରରେ ରହିଛି ଏହାର ଶାଖା କାର୍ଯ୍ୟାଳୟ। କ୍ଵିକ୍ କ୍ଲିକ୍ ଆଡ ମିଡିଆ କମ୍ପାନୀର ପାର୍ଟନର ଥିଲେ ଅଭିଯୁକ୍ତ ବିମଳାନନ୍ଦ ଭୂୟାଁ ଏଵଂ ତାଙ୍କ ପତ୍ନୀ ରାମି ଭୂୟାଁ। ୨୦୧୭-୧୮ରେ ସେମାନେ ଲୋକଙ୍କୁ ଅଧିକ ରିଟର୍ଣ୍ଣ ଦେବା ଆଶାରେ ସେମାନଙ୍କ ସଂସ୍ଥାରେ ବିନିଯୋଗ କରିବା ପାଇଁ ଲୋଭ ଦେଖାଇଥିଲେ। ଏମାନେ ମୁଖ୍ୟତଃ ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ମୟୂରଭଞ୍ଜ, ବାଲେଶ୍ଵର, ରାଉରକେଲା, ସମ୍ବଲପୁର, ଗଞ୍ଜାମ ଇତ୍ୟାଦି ଅଞ୍ଚଳ ଗୁଡ଼ିକରେ ସେମାନଙ୍କ ନେଟୱାର୍କ ବିସ୍ତାର କରିଥିଲେ। ଏହିଭଳି ଭାବେ ୧୦୦ରୁ ଅଧିକ ନିବେଶକଙ୍କ ଠାରୁ ସେ ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଠକେଇ କରିଥିଲେ। ଏମାନେ ଦୀର୍ଘଦିନ ହେଲା ଫେରାର୍ ରହିଥିଲେ। 





  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.