ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସରେ ପିଏଚଡି କରୁଥିବା ଭାରତୀୟ ଛାତ୍ରୀ ଟ୍ରକ୍ ଧକ୍କାରେ ମୃତ

ଲଣ୍ଡନ, ୨୫/୦୩: ଲଣ୍ଡନରେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ । ୩୩ ବର୍ଷୀୟ ଚେଇସ୍ତା କୋଚରଙ୍କ ମୃତ୍ୟୁ ଗତ ସପ୍ତାହରେ ହୋଇଛି । ସେ ସାଇକେଲ୍ ଯୋଗେ ଘରକୁ ଫେରୁଥିବା ବେଲେ ତାଙ୍କୁ ଏକ ଟ୍ରକ୍ ଚାପି ଦେଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଚେଇସ୍ତା ପୂର୍ବରୁ ନୀତି ଆୟୋଗଙ୍କ ସହ କାମ କରିଥିବା ବେଳେ ଏବ ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସରେ ପିଏଚଡି କରୁଥିଲେ ।

ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ ଏକ ଅନଲାଇନ୍ ପୋଷ୍ଟରେ ଚେଇସ୍ତା କୋଚରଙ୍କ ଦେହାନ୍ତ ନେଇ ସୂଚନା ଦେଇଛନ୍ତି । ଅମିତାଭ ଏକ୍ସରେ ଲେଖିଛନ୍ତି, ଚେଇସ୍ତା କୋଚର ମୋ ସହ ଲାଇଫ୍ କାର୍ଯ୍ୟକ୍ରମରେ କାମ କରୁଥିଲେ । ଲଣ୍ଡନରେ ସାଇକେଲ୍ ଚଳାଇବା ବେଳେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି ।

ସୂଚନା ଅନୁସାରେ, ମାର୍ଚ୍ଚ ୧୯ରେ ଚେଇସ୍ତା କୋଚର ସାଇକେଲ୍ ଯୋଗେ ଫେରୁଥିବା ବେଳେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଦୁର୍ଘଟଣା ସମୟରେ ଚେଇସ୍ତାଙ୍କ ସ୍ୱାମୀ ତାଙ୍କ ଆଗେ ଆଗେ ଯାଉଥିଲେ । ଟ୍ରକ୍ ଧକ୍କା ପରେ ସେ ତୁରନ୍ତ ବଞ୍ଚାଇବା ପାଇଁ ପ୍ରୟାସ କରିଥିଲେ, ହେଲେ ଘଟଣାସ୍ଥଳରେ ଚେଇସ୍ତା ଆଖି ବୁଜିଥିଲେ ।

ଗୁରୁଗ୍ରାମରେ ରହୁଥିବା ଚେଇସ୍ତା ପିଏଚଡି କରିବା ଲାଗି ଲଣ୍ଡନକୁ ଗତବର୍ଷ ସେପ୍ଟେମ୍ବର ଯାଇଥିଲେ । ଏହା ପୂର୍ବରୁ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଅଶୋକ ବିଶ୍ୱବିଦ୍ୟାଳୟ ଓ ପେନସିଲଭାନିଆ ଏବଂ ଚିକାଗୋ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.