ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ

ବାଲେଶ୍ୱର,୧୩/୦୪: ବାଲେଶ୍ୱର ଜିଲ୍ଲା ଅବକାରୀ ବିଭାଗ ହାଜତରେ ଜଣେ ମଦ ବ୍ୟବସାୟୀଙ୍କୁ ଥାର୍ଡ ଡିଗ୍ରୀ ପ୍ରୟୋଗ କରାଯାଇଥିବା ଅଭିଯୋଗ ଆସିଛି । ବ୍ୟବସାୟୀ ଜଣକ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଅବକାରୀ  ବିଭାଗ ପକ୍ଷରୁ ଉକ୍ତ ବ୍ୟବସାୟୀଙ୍କୁ ନିସ୍ତୁକ ମାଡ଼  ମାରି ହତ୍ୟା ଉଦ୍ୟମ କରାଯାଇଥିବା ବୋଲି ତାଙ୍କ  ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।   

ମଦ ବ୍ୟବସାୟୀ ଜଣଙ୍କ ହେଲେ ଟାଉନ ଥାନା ଅନ୍ତର୍ଗତ ପାତ୍ରପଡ଼ା ଅଞ୍ଚଳର ନବକୁମାର ରାୟ(୩୫) । ସେ ଜଣେ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀ । ତାଙ୍କ  ନାମରେ ପାତ୍ରପଡ଼ା, ବଳରାମଗଡ଼ି, ଫୁଲାଡ଼ିରେ  ତିନୋଟି ମଦ ଦୋକାନ ଅଛି । ପ୍ରାୟ ୩ ବର୍ଷ ହେଲା ସେ ଏହି ମଦ ଦେକାନଗୁଡ଼କୁ ଚଳାଇ  ଆସୁଥିଲେ । ସରକାରୀ ନିର୍ଦ୍ଦେଶକ୍ରମେ ତାଙ୍କର  ତିନୋଟି ଯାକ ମଦ ଦେକାନକୁ ଅବକାରୀ ବିଭାଗ ପକ୍ଷରୁ ସିଲ୍‌ କରାଯାଇଥିଲ । ଏହି  ବିଷୟରେ ଆଲୋଚନା କରିବା ପାଇଁ ବିଭାଗ  ପକ୍ଷରୁ ତାଙ୍କୁ ଗୁରୁବାର ବାଲେଶ୍ୱର ଅବାକରୀ ଥାନାକୁ ଡାକାଯାଇଥିଲା । ସେ ମଧ୍ୟ ବିଭାଗର  ଅଧିକାରୀଙ୍କୁ ଭେଟିବାକୁ ଅସିଥିଲେ । ହେଲେ  ସେଠାରେ ତାଙ୍କୁ ଅଟକ ରଖାଯାଇଥିଲା । ଏହି  ଖବର ପାଇବା ପରେ ରାତିରେ ନବକୁମାରଙ୍କ  ପରିବାର ଲୋକ ତାଙ୍କୁ ଭେଟିବାକୁ ଚାହିଁଥିଲେ ।  ମାତ୍ର ସେମାନଙ୍କୁ ଭେଟିବାର ସୁଯୋଗ  ଦିଆଯାଇନଥିଲା । ନବ କୁମାର ସେଠାରେ  ନଥିବା ବିଭାଗ ପକ୍ଷରୁ କୁହାଯାଇଥିଲା । ଫଳରେ  ପରିବାର ଅନଲାଇନ୍‌ ମାଧ୍ୟମରେ ସହଦେବଖୁଣ୍ଟା  ଥାନାରେ ଅଭିଯୋଗ କରିଥିଲେ ।   

ଶୁକ୍ରବାର ସକାଳେ ନବକୁମାରଙ୍କ  ଦେହ ଅସୁସ୍ଥ ଥିବା ଖବର ଅବକାରୀ ବିଭାଗ  ପକ୍ଷରୁ ପରିବାରକୁ ଦିଆଯାଇଥିଲା । ପରିବାର  ଲୋକ ସେଠାରେ ପହଞ୍ଚିଥିଲେ । ନବକୁମାରଙ୍କୁ  ମାରିଦେବା ପାଇଁ ଅବକାରୀ ବିଭାଗ ପକ୍ଷରୁ  ଷଡ଼ଯନ୍ତ୍ର କରାଯାଇଥିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ତେବେ ଖବର  ଲେଖା ହେବା ସୁଦ୍ଧା ନବକୁମାରଙ୍କ ପରିବାର  ଲୋକଙ୍କ ପକ୍ଷରୁ ଏନେଇ ଥାନାରେ କୌଣସି ଅଭିଯୋଗ କରାଯାଇନି ।   

ଅପରପକ୍ଷରେ ଅବକାରୀ ବିଭାଗ  ଇନ୍ସପେକ୍ଟର କେଶବ ଦାସ ଏଭଳି ଅଭିଯୋଗକୁ  ସେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି,  ନବକୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା କଣ ଅଛି³  ସେନେଇ ଚିକିତ୍ସା କରୁଥିବା ଡାକ୍ତରମାନେ  କହିବେ । ନବକୁମାର ଏକ ସଙ୍ଗରେ ତିନୋଟି  ସରକାରୀ ମଦ ଦୋକାନ ଚଲାଉଛନ୍ତି । ସରକାରୀ  ନିୟମ ଅନୁସାରେ ସେ ସରକାରଙ୍କଠାରୁ ମଦ  କ୍ରୟ କରୁନାହାନ୍ତି । ଫଳରେ ସରକାରଙ୍କ ୧୫  କୋଟିରୁ ଅଧିକ ଟଙ୍କା କ୍ଷତି ହୋଇଛି । ନିୟମ  ଅନୁସାରେ ଯେଉଁମାନଙ୍କ ଲାଇସେନ୍ସ ରିନ୍ୟୁ  ହେବ³ ସେମାନେ ସରକାରଙ୍କ ରାଜକୋଷରୁ  କ୍ଷତି ହୋଇଥିବା ଟଙ୍କାକୁ ଭରଣା କରିବେ ।  

ମାତ୍ର ଏହି ନବକୁମାର ତାହା ନ କରି ବିଭାଗକୁ  ଫାଙ୍କି ଆସୁଥିଲେ । କେବଳ ଏତିକି ନୁହେଁ, ସେ  ଏକ୍ସପାରି ବିୟରକୁ ପାତ୍ରପଡ଼ାସ୍ଥ ବାସଭବନରେ  ରଖି ଲୋକଙ୍କୁ ବିକ୍ରି କରୁଥିଲେ । ଏହି ଖବର  ମିଳିବା ପରେ ବିଭାଗ ପକ୍ଷରୁ ତାଙ୍କ ଘରେ ଚଢ଼ଉ  କରାଯାଇଥିଲା । ଚଢ଼ଉ ବେଳେ ଘରୁ ୭୪ପେଟି  ଏକ୍ସପାରି ବିୟର ଜବତ କରାଯାଇଥିଲା । ଏହି  ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା  ବୋଲି ଶ୍ରୀ ଦାସ କହିଥିଲେ । ସୂଚନାଯୋଗ୍ୟ,  ଏହି ମଦ ବ୍ୟବସାୟୀଜଣକ କିଛିମାସ ପୂର୍ବେ  ସାମ୍ବାଦିକ ସମ୍ମିଳନୀ ଡକାଇ ପୁଲିସ୍‌ ବିଭାଗର  କିଛି ଅଧିକାରୀଙ୍କ ବିରୋଧରେ ଲାଞ୍ଚ ନେବା  ଅଭିଯୋଗ ଆଣି ଚର୍ଚ୍ଚାରେ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.