ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁପରଫିଟ୍‌ ରଖିବ ‘ଏକ୍ସରସାଇଜ୍‌ ପିଲ୍‌’, ମୂଷାଙ୍କ ଉପରେ ହୋଇଛି ସଫଳ ପରୀକ୍ଷଣ

ନୂଆଦିଲ୍ଲୀ ୨୪/୦୩: ଫିଟ୍‌ ରହିବା ଲାଗି ଆଜିକାଲି ଲୋକେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି । କିଏ ଜିମ୍‌ ଯାଉଛନ୍ତି ତ କିଏ ନିୟମିତ ଭାବେ ଚାଲିବା, ଦୌଡ଼ିବା ଭଳି ବ୍ୟାୟାମ କରୁଛନ୍ତି । ଇତିମଧ୍ୟରେ ଆମେରିକାର ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏବେ ଏମିତି ଏକ ଔଷଧ ପ୍ରସ୍ତୁତ କରିଛନ୍ତି ଯାହାକୁ ଖାଇବା ପରେ ଲୋକମାନଙ୍କୁ ଆଉ ବ୍ୟାୟାମ କରିବାକୁ ପଡି଼ବ ନାହିଁ । ତାର ନାମ ରହିଛି ‘ଏକ୍ସରସାଇଜ୍‌ ପିଲ୍‌’ । ବ୍ୟାୟାମ କରିବା ଫଳରେ ଶରୀରକୁ ଯେଉଁ ଉପକାର ମିଳିଥାଏ, ଶରୀରରେ ଯେଉଁ ପରିବର୍ତ୍ତନ ହୋଇଥାଏ ଏହି ପିଲ୍‌ ଖାଇବା ପରେ ସେହି ସମସ୍ତ ଫାଇଦା ମିଳିବ ବୋଲି କୁହାଯାଉଛି । 

ବର୍ତ୍ତମାନ ଏହାକୁ ମୂଷାଙ୍କ ଉପରେ ପରୀକ୍ଷଣ କରାଯାଇଛି । ସେଥିରୁ ସକରାତ୍ମକ ଫଳାଫଳ ମଧ୍ୟ ମିଳିଛି । ମୂଷାଙ୍କୁ ଯେତେବେଳେ ଏହି ବଟିକା ଖୁଆଗଲା ସେମାନଙ୍କର ଶରୀରର ମେଟାବଲିଜିମ୍‌ ଠିକ୍‌ ସେମିତି ହୋଇଗଲା ଯେମିତି ବ୍ୟାୟାମ ପରେ ହୋଇଥାଏ । ଲଗାତର ଏହି ବଟିକା ଖାଇବା ପରେ ମୂଷାଙ୍କ ମାଂସପେଶୀର ଶକ୍ତି ବୃଦ୍ଧି ହେଲା । ଫିଟ୍‌ନେସ୍‌ ସ୍ତର ବଢ଼ିବା ସହିତ ଶାରିରୀକ କ୍ଷମତା ବି ୭୦ ପ୍ରତିଶତ ଯାଏ ବଢ଼ିଗଲା । ଏହି ଔଷଧର ରସାୟନିକ ନାମ ଏସଏଲୟୁ-ପିପି୩୩୨ । ଏ ସଂପର୍କରେ ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟର ମୁଖ୍ୟ ଗବେଷକ ଓ ରସାୟନବିତ୍‌ ୱାହା ଏଲଗେଣ୍ଡି କହିଛନ୍ତି, ଏହି ବଟିକାକୁ ଅନ୍ୟ ସାଧାରଣ ବଟିକା ଭଳି ସହଜରେ ଖାଇହେବ । ଏହାଯୋଗୁ ଶରୀରର ମେଟାବଲିଜିମ୍‌ ସୁଧୁରିଯିବ । ତାଙ୍କ ଅନୁସାରେ, ଯଦି ମନୁଷ୍ୟଙ୍କ ଶରୀରରେ ଏହି ଔଷଧ ପ୍ରଭାବଶାଳୀ ହୁଏ ତା’ହେଲେ ଏହା ଏକ ବଡ଼ କଥା ହେବ । ଏହାକୁ ବ୍ୟବହାର କରି ଅନେକ ପ୍ରକାର ରୋଗକୁ ଭଲ କରିହେବ । 




ଏହାପୂର୍ବରୁ ଫ୍ଲୋରିଡ଼ା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମଧ୍ୟ ଏଭଳି ଔଷଧ ପ୍ରସ୍ତୁତି ଲାଗି ଉଦ୍ୟମ କରିଥିଲେ । କିନ୍ତୁ ସେମାନେ ସଫଳ ହୋଇନଥିଲେ । ଆମେ ଏହି ଔଷଧ ପ୍ରସ୍ତୁତ କରିବା ଲାଗି ପ୍ରଥମେ ଏକ ଷ୍ଟାର୍ଟଅପ୍‌ ଔଷଧ କଂପାନି କରିଛୁ । ମୂଷାଙ୍କ ଉପରେ ଆମର ପରୀକ୍ଷଣ ସଫଳ ହେବା ପରେ ଏହାର କ୍ଲିନିକାଲ୍‌ ଟ୍ରାଏଲ୍‌ ଲାଗି ଅନୁମତି ମଗାଯାଇଛି । ଯଦି ସବୁକିଛି ଠିକ୍‌ଠାକ୍‌ ରହେ ତା’ହେଲେ ଆସନ୍ତା କିଛି ବର୍ଷ ମଧ୍ୟରେ ଏହାର କ୍ଲିନିକାଲ୍‌ ଟ୍ରାଏଲ ଆରମ୍ଭ ହେବ । ସାଧାରଣତଃ ଆମେ ବ୍ୟାୟାମ କରିବା ସମୟରେ ଶରୀରରେ ଏଷ୍ଟ୍ରୋଜେନ୍‌ ରିଲେଟେଡ୍‌ ରିସେପ୍ଟର୍ସ(ଇଆରଆରଏସ) ସକ୍ରିୟ ହୋଇଯାଇଥାଏ । ଏହି ରିସେପ୍ଟର୍ସ ମାଂସପେଶୀ, ହୃଦୟ ଓ ମସ୍ତିଷ୍କର ଟିସ୍ୟୁରେ ରହିଥାଏ । ଏହା ମେଟାବଲିଜିମ୍‌, ରୋଗ ପ୍ରତିରୋଧକ ଶକ୍ତି, ଶାରୀରିକ ବିକାଶ, କୋଷିକାର ବିକାଶ ଓ ରିପ୍ରଡକ୍ସନ୍‌ ସହ ଜଡ଼ିତ ଜିନ୍‌କୁ ନିୟନ୍ତ୍ରଣ କରିଥାଏ । ‘ଏକ୍ସରସାଇଜ୍‌ ପିଲ୍‌’ ଖାଇଲେ ବ୍ୟାୟାମ କରିବା ଭଳି ରିସେପ୍ଟର୍ସ ସକ୍ରିୟ ହୋଇଯିବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.