ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆର୍ଜେଣ୍ଟିନାରେ ହିଟଓ୍ବେଭ୍, କାଲିଫର୍ଣ୍ଣିଆରେ ବନ୍ୟା ଓ ସ୍ପେନ୍‌ରେ ଭୟଙ୍କର ମରୁଡି : ବଦଳୁଥିବା ପାଣିପାଗ ନେଇଛି ଭୟଙ୍କର ରୂପ

ନୂଆଦିଲ୍ଲୀ,୨।୨: ବଦଳୁଛି ସାରା ବିଶ୍ବର ପାଣିପାଗ। ଜୀବନ ଉପରେ ପକାଉଛି ସିଧାସଳଖ ପ୍ରଭାବ।  ବର୍ତ୍ତମାନ ଆର୍ଜେଣ୍ଟିନାରେ ବର୍ତ୍ତମାନ ୪୦ ଡିଗ୍ରୀ ତାପମାତ୍ରା ଥିବାରୁ, ଭୟଙ୍କର ହିଟ୍‌ଓ୍ବେଭ୍ ଚାଲିଛି। ଲୋକେ ବାହାରକୁ ଗଲେ ଥଣ୍ଡା ପାଣି ନେଇକି ଯାଉଛନ୍ତି ଓ ଛାଇ ଥିବା ସ୍ଥାନ ଦେଖି ଟିକେ ବିଶ୍ରାମ ନେଇଯାଉଛନ୍ତି। ଘର ଗୁଡିକରେ ଏସି ମଧ୍ୟ ଠିକ୍ ଭାବରେ କାମ କରୁଛି। ଏହା ଆର୍ଜେଣ୍ଟିନା ଇତିହାସର ସବୁଠାରୁ ଗରମ ପାଣିପାଗ ବୋଲି କୁହାଯାଉଛି। 

ଆର୍ଜେଣ୍ଟିନାର ଲୋକ ଅହସ୍ୟ ଗରମରେ ଜୀବନ ବିତାଉଥିବା ବେଳେ କାଲିଫର୍ଣ୍ଣିଆରେ କିନ୍ତୁ ସ୍ଥିତି ପୁରା ଅଲଗା। ସାମୁଦ୍ରିକ ଝଡକ କାରଣରୁ ବନ୍ୟା ଆସିଛି। ଏହାଛଡା ବରଫ ଝଡ କାରଣରୁ ଚାରିଆଡେ ବରଫର ମୋଟା ମୋଟା ଆସ୍ତରଣ ଜମି ରହିଛି। ଦକ୍ଷିଣ କାଲିଫର୍ଣ୍ଣିଆରେ   ଅଧିକ ବର୍ଷା ହେଉଛି, ଯାହାଫଳରେ ସେଠାରେ ବନ୍ୟା ଆସିଯାଇଛି। ବହୁ ସ୍ଥାନରେ ଗାଡି ସବୁ ପାଣିରେ ବୁଡି ହୋଇ ରହିଛି। ଭୂସ୍ଖଳନ ଓ ପଥର ଧସିବାର ଖବର ଆସିଛି। ବହୁ ରାସ୍ତା ମଧ୍ୟ ବନ୍ଦ ହୋଇସାରିଛି। ଆଗକୁ କାର୍ଲିଫର୍ଣ୍ଣିଆରେ ୨୪-୩୬ ଘଣ୍ଟା ବର୍ଷା ହେବାର ସମ୍ଭାବନା ରହିଛି। ସେଠାରେ ଏଲନିନୋ କାରଣରୁ ପାଣିପାଗ ବଦଳିଯାଇଥିବା କଥା କୁହାଯାଉଛି। 


ଏବେ କଥା ହେବା ସ୍ପେପ୍ ବିଷୟରେ, ସ୍ପେନ୍‌ର ପୂର୍ବରେ ଥିବା କେଟାଲୋନିଆରେ ଲୋକଙ୍କୁ ତାଙ୍କ କାର ଧୋଇବାକୁ ମଧ୍ୟ ମନା କରିଦିଆଯାଇଛି। ସୁଇମିଂ ପୁଲ ଖାଲି କରିଦିଆଯାଇଛି। କାରଣରୁ ସେଠାରେ ଉତ୍କଟ ମରୁଡି ବଡ ସମସ୍ୟା ପାଲଟିଛି। ମରୁଡିଗ୍ରସ୍ତ ଅଞ୍ଚଳରେ ଖୁବ୍ କଷ୍ଟରେ ପିଇବାକୁ ପାଣି ଦିଆଯାଉଛି। ଏହା ସ୍ପେସ୍‌ ଇତିହାସର ସବୁଠାରୁ ବଡ ମରୁଡି ବୋଲି କୁହାଯାଉଛି। କେଟା ଲୋନିଆର ୬୦ ଲକ୍ଷ ଲୋକ ଏହି ସମସ୍ୟା ଦେଇ ଗତି କରୁଛନ୍ତି। ବାର୍ସିଲୋନା ପରେ ଏହା ହେଉଛି ସ୍ପେନ୍‌ର ଦ୍ବିତୀୟ ବଡ ସହର। ଜଳାଶୟ ଗୁଡିକରେ ମାତ୍ର ୧୬% ପାଣି ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.