ମୁମ୍ବାଇ, ୧୩/୦୯: ମୁମ୍ବାଇର ବହୁ ଲୋକପ୍ରିୟ ରେଷ୍ଟୁରାଣ୍ଟ ବଡେମିଆଁରେ ମିଳୁଛି ଅସ୍ବାସ୍ଥ୍ୟକର ଖାଦ୍ୟ । ଶତାଧିକ ଲୋକଙ୍କ ଭିଡ଼ ଜମୁଥିବା ଏହି ରେଷ୍ଟୁରାଣ୍ଟରେ ମିଳୁଥିବା ଖାଦ୍ୟର ମାନ ଖରାପ ବୋଲି ଅଭିଯୋଗ ହୋଇଛି । ଏହା ଉପରେ ଫୁଡ୍ ଓ ଡ୍ରଗ୍ସ ଆଡମିନିଷ୍ଟ୍ରେସନ(ଏଫଡିଏ) ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ସ୍ୱାଧୀନତା ପୂର୍ବରୁ ଖୋଲିଥିବା ଏହି ରେଷ୍ଟୁରାଣ୍ଟର ମୁମ୍ବାଇର ବିଭିନ୍ନ ଅଂଚଳରେ ଶାଖା ରହିଛି । ଲୋକପ୍ରିୟତାକୁ ନଜରେ ରଖି ଏହାର ବ୍ରାଞ୍ଚ ଖୋଲାଯାଇଛି ।
ଏପରିକି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖାଦ୍ୟ ଯୋଗାଉଥିବା ଏହି ରେଷ୍ଟୁରାଣ୍ଟରେ ଲୋକଙ୍କର ପ୍ରବଳ ଗହଳି ଲାଗେ । ସମୁଦ୍ରକୂଳ ଅଂଚଳରେ ଏହି ରେଷ୍ଟୁରାଣ୍ଟର ବିଭିନ୍ନ ଶାଖା ଥିବା ବେଳେ ଏହା ଖାଦ୍ୟପ୍ରେମୀଙ୍କ ଲାଗି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ତେବେ ବର୍ତ୍ତମାନ ରେଷ୍ଟୁରାଣ୍ଟର ଚଢ଼ାଉ ନେଇ ଖବର ମିଳିବା ପରେ ମୁମ୍ବାଇ ସମେତ ମହାରାଷ୍ଟ୍ରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚଢ଼ାଉ ପଛରେ ପ୍ରକୃତ କାରଣ କଣ ଥାଇପାରେ ଏବଂ କଣ ସବୁ ତଥ୍ୟ ଏଫଡିଏକୁ ମିଳିଛି ସେନେଇ ସବିଶେଷ ବିବରଣୀ ମିଳିପାରିନାହିଁ ।
You can also read: ଲିଭ-ଇନ୍ ପାର୍ଟନରକୁ ହତ୍ୟା କଲା ପ୍ରେମିକ, ଫିଲ୍ମ ଜଗତ ସହ ଜଡ଼ିତ ଅଭିଯୁକ୍ତ