ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀ ଗୁରୁତର, ଭେଣ୍ଟିଲେଟରରେ ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ

ମୁମ୍ବାଇ: ମନୋରଞ୍ଜନ ଜଗତ ସହ ଜଡ଼ିତ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଚର୍ଚ୍ଚିତ ଅଭିନେତ୍ରୀ ଏବେ ହସ୍ପିଟାଲରେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି । ଆମେ ଯେଉଁ ଅଭିନେତ୍ରୀଙ୍କ କଥା କହୁଛୁ, ସେ ହେଉଛନ୍ତି ଲୋକପ୍ରିୟ ସାଉଥ ଅଭିନେତ୍ରୀ ଅରୁନ୍ଧତୀ ନାୟର । ସେ ଏବେ ହସ୍ପିଟାଲର ଭେଣ୍ଟିଲେଟରରେ ଥିବା ବେଳେ ଜୀବନ ମରଣ ସହ ଲଢ଼େଇ କରୁଛନ୍ତି । ତେବେ ମାର୍ଚ୍ଚ ୧୪ରେ ଅଭିନେତ୍ରୀ କେରଳର କୋବଲମରେ ବାଇକ୍‌ ଦୁର୍ଘଟଣାର ଶିକାର ହୋଇଥିଲେ । 

ଏହା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଥିରୁଅନନ୍ତପୁରମର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ତାଙ୍କ ଭଉଣୀ ଆରତୀ ନାୟର ସୂଚନା ଦେଇଛନ୍ତି । ଏହା ସହ ଅଭିନେତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ବେଳେ ସେ ମରଣ ସହ ଲଢ଼େଇ କରୁଛନ୍ତି ବୋଲି ତାଙ୍କ ଭଉଣୀ ଆରତୀ କହିଛନ୍ତି । ଅରୁନ୍ଧତୀ ନାୟରଙ୍କ ଭଉଣୀ ଆରତୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ‘ତାମିଲନାଡୁର ଖବରକାଗଜ ଏବଂ ଟେଲିଭିଜନରେ ପ୍ରସାରିତ ଖବର ଉପରେ ସ୍ପଷ୍ଟୀକରଣ ଦେବାକୁ ଉଚିତ ମନେକରୁଛି । ଏହି ଖବର ସତ ଯେ ୩ ଦିନ ତଳେ ମୋ ଭଉଣୀ ଅରୁନ୍ଧତୀ ନାୟରଙ୍କ ଦୁର୍ଘଟଣା ଘଟିଥିଲା ।’

ଏହା ସହ ସେ ଆହୁରି ଲେଖିଛନ୍ତି ଯେ, ‘ଅରୁନ୍ଧତୀ ଗୁରୁତର ହୋଇଛନ୍ତି । ସେ ଅନନ୍ତପୁରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ମରଣ ସହ ଲଢ଼େଇ କରୁଛନ୍ତି ।’ ଏହା ବ୍ୟତୀତ ଅରୁନ୍ଧତୀଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ଆରତୀ ଅନୁରୋଧ କରିଛନ୍ତି । ଏନେଇ ଜଣାପଡ଼ିବା ପରେ ତାଙ୍କର ମଙ୍ଗଳ କାମନା କରିଛନ୍ତି ଅରୁନ୍ଧତୀଙ୍କ ପ୍ରଶଂସକ । 




ସୂଚନାଯୋଗ୍ୟ, ଅରୁନ୍ଧତୀ ନାୟର ୨୦୧୪ରେ ତାମିଲ ଫିଲ୍ମ ‘ପୋଙ୍ଗି ଏଝୁ ମନୋହରା’ରେ ସିନେ ଦୁନିଆରେ ପାଦ ଥାପିଥିଲେ । ବିଜୟ ଏଣ୍ଟୋନି ନିର୍ଦ୍ଦେଶିତ ‘ସୈଥନ’ରୁ ଖୁବ ଲୋକପ୍ରିୟତା ପାଇଥିଲେ ଅରୁନ୍ଧତୀ । ସେହିଭଳି ସେ ୨୦୧୮ରେ ‘ଓଟ୍ଟାକୋରୁ କାମୁକନ’ ଜରିଆରେ ମାଲାୟାଲମ ଫିଲ୍ମରେ ପାଦ ଥାପିଥିଲେ । ଅରୁନ୍ଧତୀ ନାୟର ଅଭିନୀତ ପୋର୍କସୁକଲ’ ୨୦୨୩ରେ ରିଲିଜ୍‌ ହୋଇଥିଲା ।  

  • film
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.