ପ୍ରମୁଖ ଖବର
  • ନୀଳଗିରିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର
  • ||
  • ଚିଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କଲେ
  • ||
  • ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରେସ୍, ମାହେଲା ଜୟବର୍ଦ୍ଧନେଙ୍କୁ ବିସିସିଆଇର ପ୍ରସ୍ତାବ
  • ||
  • ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ
  • ||
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

ବିଜେପି ପ୍ରାର୍ଥୀ ପରନୀତ କୌରଙ୍କୁ ବିରୋଧ କରୁଥିବା ଚାଷୀଙ୍କର ହଠାତ୍ ମୃତ୍ୟୁ

ପଟିଆଲା- ଶନିବାର ରାଜପୁରା ପାଖ ସେହରାରେ ବିଜେପିର ପଟିଆଲା ପ୍ରାର୍ଥୀ ପରନିତ୍‌ କୌରଙ୍କ ବିରୋଧରେ, ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ଜଣେ କୃଷକଙ୍କ ହୋଇଛି ମୃତ୍ୟୁ। ୪୫ବର୍ଷିୟ ସୁରିନ୍ଦରପାଲ୍‌ ସିଂହ ଏହି ସମୟରେ ଭୂମି ଉପରେ ଖସି ପଡ଼ି ଥିଲେ , ଯେବେ କୃଷକଙ୍କର ଏକ ସଂଗଠନ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । କୃଷକ ନେତା ତେଜବୀର ସିଂହ କହିଛନ୍ତି କି ଘଟଣା ସମୟରେ ପୁଲିସ ସେଠାରେ ଉପସ୍ଥିତ ଥିଲା। ସେ ଏକ୍ସରେ ଲେଖିଛନ୍ତି,ପରବୀନ କୌରଙ୍କ ପ୍ରଚାର ବେଳେ ଜଣେ କୃଷକଙ୍କ ଜୀବନ ଚାଲି ଯାଇଛି। ଏହି ସମୟରେ ପୁଲିସ , ବିଜେପି ନେତା ପରନୀତ କୌରଙ୍କ କହିବାନୁସାରେ ପ୍ରଦର୍ଶନକାରୀଙ୍କୁ ସେଠାରୁ ତଡ଼ୁ ଥିଲେ। 

ପରେ ପରନୀତ କୌରଙ୍କ ଟିମ୍‌ ଏକ ଭିଡ଼ିଓ ଜାରି କରିଥିଲା , ଯେଉଁଥିରେ ଚାଷୀ ଜଣଙ୍କ ବିରୋଧ ସ୍ଥଳ ପାଖରେ ଠିଆ ହୋଇ ଥିବାର ନଜର ଆସୁଛି। ଭିଡ଼ିଓରେ ପରନୀତ କୌରଙ୍କ କାରକୁ ରୋକା ଯିବାର ଦେଖିବାକୁ ମିଳୁଛି ଏବଂ ପୀଡ଼ିତ ଅନ୍ୟ ଆନ୍ଦୋଳନକାରୀଙ୍କ ସହ ବିରୋଧ ପ୍ରଦର୍ଶନ କରିବା ନଜର ଆସୁଛି। ପୁଲିସ ପ୍ରଦର୍ଶନକାରୀଙ୍କୁ ପ୍ରାର୍ଥୀଙ୍କ କାର୍ ନରୋକିବାକୁ କହୁ ଥିବାର ଦେଖିବାକୁ ମିଳୁଛି, ସେତେବେଳେ ହଠାତ୍‌ ସୁରିନ୍ଦରପାଲ ସିଂହ ତଳେ ଖସି ପଡ଼ନ୍ତି।

ମୃତକ ସୁରିନ୍ଦରପାଲ ସିଂହଙ୍କ ମୃତଦେହକୁ ରାଜପୁରାର ସରକାରୀ ହସ୍ପଟାଲକୁ ଅଣାଯାଇଛି। ଅନ୍ୟପଟେ ପରନୀତ କୌର ନିଜର ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଏକ ଭିଡ଼ିଓ ଭାଇରାଲ କରି କହିଛନ୍ତି ଯେ, ଏହି ଚାଷୀ ନିଜେ ଖସି ପଡ଼ିଛନ୍ତି , ତାଙ୍କୁ କେହି ଧକ୍କା ମାରି ଖସାଇ ନାହାନ୍ତି। 

କୃଷକ ଶ୍ରମିକ ସଂଘର୍ଷ ସମିତିର ପ୍ରମୁଖ ସରବନ ସିଂହ ପନ୍ଧେର କହିଛନ୍ତି କି ସେ ଘଟଣାସ୍ଥଳକୁ ଗସ୍ତ କରିଛନ୍ତି ଏବଂ ତଥ୍ୟ ଜାଣିବାକୁ ଚେଷ୍ଟା କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.