ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖରାଦିନେ ତ୍ୱଚା ପାଇଁ ବରଦାନ ଏଲୋବେରା, କରନ୍ତୁ ଏଭଳି ବ୍ୟବହାର

ଏଲୋବେରା ବା ଘିକୁଆଁରୀ ଆମ ତ୍ୱଚା ପାଇଁ ବହୁତ ଲାଭଦାୟକ। ବଢୁଥିବା ଗରମରେ ଏଲୋବେରା ଏଆମ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ। ତ୍ୱଚା ଏବଂ କେଶ ପାଇଁ ଏହା କୌଣସି ବରଦାନଠାରୁ କମ୍ ନୁହେଁ। ଏଲୋବେରାରେ ଏପରି ଔଷଧିୟ ଗୁଣ ରହିଛି ଯାହା ଆମ ଶରୀରକୁ ସୂର୍ଯ୍ୟାଲୋକର ଗଭୀର ପ୍ରଭାବରୁ ବଞ୍ଚାଇଥାଏ। ସନବର୍ନ ହେବାଦ୍ୱାରା ଆପଣ ଏଲୋବେରାର ଜେଲ୍ ଲଗାଇ ପାରିବେ। ଏହାଦ୍ୱରା ଟ୍ୟାନିଂ ମଧ୍ୟ ବହୁତ ପରିମାଣରେ କମିଯାଇଥାଏ। ଏହା ତ୍ୱଚାକୁ ଥଣ୍ଡା ରଖିଥାଏ। ଆପଣ ଏଲୋବେରାର ଜୁସ୍ ମଧ୍ୟ ପିଇପାରିବେ। ଏହାଦ୍ୱାରା ପେଟ ମଧ୍ୟ ଥଣ୍ଡା ରହିଥାଏ।

ଖରାଦିନେ ତ୍ୱଚାରେ ଲଗାନ୍ତୁ ଏଲୋବେରା:-ଖରାଦିନେ ଖାସ୍କରି ତ୍ୱଚା ପାଇଁ ଏଲୋବେରା ଜେଲ୍ର ବ୍ୟବହାର ଅତ୍ୟନ୍ତ ଲାଭଦାୟକ। ଅତ୍ୟଧିକ ଖରା କାରଣରୁ ତ୍ୱଚାରେ ହେଉଥିବା ଜଳାପୋଡା ଏବଂ ଟ୍ୟାନିଂରୁ ଆରାମ ଦେଇଥାଏ। ଏଥିରେ ଏଣ୍ଟିବାକ୍ଟେରିୟଲ୍ ଏବଂ ଏଣ୍ଟିଫଙ୍ଗଲ୍ର ଗୁଣ ରହିଥାଏ, ଯାହା ଝାଳର ଗନ୍ଧକୁ କମ୍ କରିଥାଏ।  

ପେଟକୁ ଥଣ୍ଡା ରଖିଥାଏ ଏଲୋବେରା ଜୁସ୍:- ଏଲୋବେରା ଜୁସ୍ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ। ଏହାକୁ ପିଇବା ଦ୍ୱାରା ଅନେକ ପେଟ ରୋଗ ଦୂର ହୋଇଥାଏ। ସକାଳୁ ଖାଲିପେଟରେ ଏଲୋବେରା ଜୁସ୍ ପିଇବା ଦ୍ୱାରା ପାଚନକ୍ରିୟା ଉନ୍ନତ ହୋଇଥାଏ। ଏହାଦ୍ୱାରା କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ। ଓଜନ କମାଇବା ପାଇଁ ମଧ୍ୟ ଏଲୋବେରାର ଜୁସ୍ ବହୁତ ଲାଭଦାୟକ। ଏହା ମେଟାବୋଲିଜିମ୍କୁ ବଢାଇଥାଏ। 

କିପରି କରିବେ ଏହାର ବ୍ୟବହାର:- ତ୍ୱଚାରେ ଆପଣ ଫ୍ରେସ୍ ଏଲୋବେରା ଜେଲ୍ ଲଗାଇ ପାରିବେ। ଏଥିପାଇଁ ଗଛରୁ ଫ୍ରେସ୍ ଏଲୋବେରା ଆଣି ତାକୁ ଭଲରେ ସଫା କରି ନିଅନ୍ତୁ। ଏହାକୁ କାଟି ଜେଲ୍ କାଢି କିଛି ସମୟ ପାଇଁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ଏବଂ ପରେ ଏହାକୁ ମୁହଁରେ ଲଗାନ୍ତୁ। ଏହାର ଜୁସ୍ ମଧ୍ୟ ଆପଣ ଘରେ ବନାଇପାରିବେ ନଚେତ୍ ବଜାରରୁ  କିଣିକରି ମଧ୍ୟ ଆଣିପାରିବେ। ଏହାଛଡା ରୋଷେଇ ବା ଚା’ରେ ମଧ୍ୟ ଏହାର ବ୍ୟବହାର କରାଯାଇଥାଏ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.