କଟକ, ୨୦/୮ : କଟକରେ ସୁନା ବ୍ୟବସୟୀଙ୍କୁ ଆକ୍ରମଣ କରି ଫେରାର ହୋଇଗଲେ ଦୁର୍ବୃତ୍ତ । ଲୁଟ ଉଦ୍ଦେଶ୍ୟରେ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ସୁନା ବ୍ୟବସାୟୀ ଜଣକ ଯାଜପୁର ଅଞ୍ଚଳର ବୋଲି ପ୍ରାଥମିକ ଭାବରେ ଜଣାପଡିଛି । ଦୁର୍ବୃତ୍ତମାନେ ଏକ ଲୁହା ରଡ଼ରେ ବ୍ୟବସାୟୀଙ୍କ ବାମ ଗୋଡ଼କୁ ଶକ୍ତ ଆଘାତ ଦେଇ ତାଙ୍କ ହାତରେ ଥିବା ସୁନା ଅଳଙ୍କାର ବ୍ୟାଗକୁ ଛଡାଇ ନେଇଥିବା ସୂଚନା ମିଳିଛି ।
ରକ୍ତ ଜୁଡୁବୁଡୁ ହୋଇ ରାସ୍ତାରେ ପଡ଼ିଥିବାବେଳେ ସ୍ଥାନୀୟ ଲୋକ ଓ ପୋଲିସ ବ୍ୟବସାୟୀଙ୍କୁ ଚିକିତ୍ସା ପାଇଁ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପଠାଇଛନ୍ତି । ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ବ୍ୟବସାୟୀଙ୍କ ଚପଲ ଓ ବ୍ୟାଗର ଦୁଇଟି ହ୍ୟାଣ୍ଡେଲ ପଡିଛି । ଯାହାକୁ ପୋଲିସ ଜବତ କରିଛି ।