ପ୍ରମୂଖ ଖବର

‘ଫାଇଟର’ର ଦମଦାର୍ କଲେକ୍ସନ ! ୩୦୦କୋଟି କ୍ଲବ୍ ପାଖାପାଖି ପହଞ୍ଚିଲା ହ୍ରିତିକ ରୋଶନଙ୍କ ଫିଲ୍ମ

ନୂଆଦିଲ୍ଲୀ,୪/୨ : ‘ଫାଇଟର’ ଥିଏଟର୍ସରେ ଛାଇଯାଇଛି ଏବଂ  ବକ୍ସ ଅଫିସରେ ଧୂଆଁଦାର କଲେକ୍ସନ କରୁଛି । ଫିଲ୍ମର ଜ୍ବର ଦର୍ଶକଙ୍କ ମୁଣ୍ଡରେ ଚଢିଛି ଏବଂ ଏଭଳି ସ୍ଥଳେ ଫ୍ୟାନ୍ସ ହ୍ରିତିକ ରୋଶନ ଷ୍ଟାରର ଏହି ଫିଲ୍ମକୁ ଭରପୁର ଭଲପାଇବା ଦେଉଛନ୍ତି । ଯାହାକି ୨୫ଜାନୁଆରୀରେ ରିଲିଜ ହୋଇଥିବା ଫିଲ୍ମ ୧୦ଦିନରେ ଘରୋଇ ବକ୍ସ ଅଫିସରେ ୨୦୦କୋଟି କ୍ଲବରେ ଏଣ୍ଟ୍ରି କରିବାର ପାଖାପାଖି ହୋଇଛି ତ ସେହଭିଳି ବିଶ୍ବସାରାରେ ‘ଫାଇଟର’ର କଲେକ୍ସନ ୩୦୦କୋଟି ଛୁଇଁବାକୁ ଆଉ କିଛି କମ୍ ଅଛି ।

ଟ୍ରେଡ ଆନାଲିଷ୍ଟ ମନୋବାଳା ବିଜୟନଙ୍କ କହିବା ଅନୁଯାୟୀ ଦ୍ବିତୀୟ ଶନିବାର ‘ଫାଇଟର’ର କଲେକ୍ସନରେ ବଢିଛି ଏବଂ ଫିଲ୍ମ ଓ୍ବାର୍ଲ୍ଡଓ୍ବଇଡ ୨୮୭କୋଟିରୁ ଅଧିକ କଲେକ୍ସନ କରିଛି । ଏହିକଥାର ସୂଚନା ମନୋବାଳା ବିଜୟନ ଏକ୍ସରେ ପୋଷ୍ଟ କରି ଦେଇଛନ୍ତି । ସେ ପୋଷ୍ଟରେ ଲେଖିଛନ୍ତି କି‘ଫାଇଟର’ ଓ୍ବାର୍ଲ୍ଡଓ୍ବାଇଡ ବକ୍ସ ଅଫିସ, ହ୍ରିତିକ ରୋଶନ- ଦୀପିକା ପାଦୁକୋନଙ୍କ ‘ଫାଇଟର’ଦ୍ବିତୀୟ ଶନିବାର ଦମଦାର୍ କରିଛି ।

ପ୍ରକାଶ ଯେ, ନିଜର ଓ୍ବାର୍ଲ୍ଡଓ୍ବାଇଡ କଲେକ୍ସନ ସହ ‘ଫାଇଟର’ ହ୍ରିତିକ ରୋଶନଙ୍କ କ୍ୟାରିୟରର ଟପ୍ ୫ଫିଲ୍ମରେ ସାମିଲ ହୋଇଯାଇଛି । ଅଭିନେତାଙ୍କ ୫ସବୁଠାରୁ ଅଧିକ କଲେକ୍ସନ କରିଥିବା ଫିଲ୍ମର କଥା ଯଦି କହିବା ପ୍ରଥମେ ଆସିବ ଓ୍ବାର, ଦ୍ବିତୀୟରେ କ୍ରିଶ ୩, ତୃତୀୟରେ ବ୍ୟାଙ୍ଗ ବ୍ୟାଙ୍ଗ, ଚତୁର୍ଥରେ ‘ଫାଇଟର’ ଏବଂ ପଞ୍ଚମରେ ଅଗ୍ନିପଥ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.