ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁରୀ ରେଳ ଷ୍ଟେସନର ପଛ ଭାଗରେ ଅଗ୍ନିକାଣ୍ଡ

ପୁରୀ: ପୁରୀ ରେଲୱେ ଷ୍ଟେସନର ପଛ ଭାଗରେ ଅଗ୍ନିକାଣ୍ଡ ହୋଇଛି । ରେଲୱେ ଟ୍ରାକ୍ କଡ଼ରେ ପଡ଼ିଥିବା ଅଳିଆ ଆବର୍ଜନାରୁ ନିଆଁ ଲାଗିଥିଲା । କେହି ଦୁର୍ବୃତ୍ତ ଆବର୍ଜନାରେ ନିଆଁ ଲଗାଇ ଦେଇଥିବା ବେଳେ ଅଗ୍ନି ଚାରିଆଡ଼େ ବ୍ୟାପି ଯାଇଥିଲା । ଏନସିସି ବାଟାଲିଅନ୍ ଠାରୁ କିଛି ଦୂରରେ ନିଆଁ ଲାଗିଥିବା ବେଳେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁ ଆୟତ୍ତ କରିଥିଲେ ।

ଅଗ୍ନିକାଣ୍ଡ ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା । ତେବେ ନିଆଁ ଲାଗିବା ଫଳରେ କୌଣସି କ୍ଷୟକ୍ଷତି ହୋଇ ନଥିବା ବେଳେ ଟ୍ରେନ୍ ଚଳାଚଳରେ କୌଣସି ବାଧା ସୃଷ୍ଟି ହୋଇ ନଥିଲା । ରେଳ ବିଭାଗ ଅଧିକାରୀ, ଜିଆରପି ପୋଲିସ, ଆରପିଏଫ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.