ପ୍ରମୂଖ ଖବର
  • କାଶୀପୁର : କାଶୀପୁରରେ ବ୍ୟାପିଛି ଅଜଣା ରୋଗ, ସପ୍ତାହେ ଭିତରେ ଗଲାଣି ୪ ଶିଶୁଙ୍କ ଜୀବନ
  • ||
  • ଭୁବନେଶ୍ୱର: କୋଣାର୍କ ଶୈଳୀରେ ସଜେଇ ହୋଇଛି ଜନତା ମଇଦାନ, ଭିଭିଆଇପି ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
  • ||
  • ଭୁବନେଶ୍ୱର: ୬ ଥର ବିଧାୟକ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପତ୍ନୀ ବଲାଙ୍ଗିର ସାଂସଦ
  • ||
  • ପୁରୀ : ଜୋରସୋରରେ ଚାଲିଛି ରଥଖଳା କାମ; ସରିଛି ଚକ ଅଖ ଫିଟିଂ, ଆରମ୍ଭ ହୋଇଛି ଧୂଳିଦଣ୍ଡା କାମ
  • ||
  • ଭୁବନେଶ୍ଵର : ୫ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ, ସାମିଲ ହେବେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା
  • ||

ପୋଲସରାରେ ଫୁଟିଲା ଗୁଳି, ଜଣେ ଆହତ

ପୋଲସରା, ୧୬/୦୫ : ପୋଲସରା ଥାନା ତୋଟା ସାହି ନିକଟରେ ଚାଞ୍ଚଲ୍ୟ। ଦିନ ଦିପ୍ରହରରେ ଫୁଟିଲା ଗୁଳି। ଜଣେ ଆହତ। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ।

ସୂଚନାନୁଯାୟୀ, ପୋଲସରା ଥାନା ତୋଟା ସାହି ନିକଟରେ ୪ ଜଣ ଯୁବକ ଦୁଇଟି ବାଇକ୍‌ରେ ଆସି ଗଣେଶ ଖଟେଇଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି। ଗୁଳିଟି ତାଙ୍କ କାନରେ ବାଜିଛି। ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ପୋଲସରା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ତାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ଏସଡିପିଓ ରଜନୀ କାନ୍ତ ସାମଲ, ଆଇଆଇସି କୌଶିକ ମାଝୀ ପହଞ୍ଚିଛନ୍ତି। ଗଣେଶ ଜଣେ ଅପରାଧୀ ହୋଇଥିବା ବେଳେ ତାଙ୍କ ନାଁରେ ଥାନାରେ ମାମଲା ରହିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.