ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାରାଦୀପରେ ୬୧ ଦିନ ଯାଏଁ ମାଛଧରା ବନ୍ଦ, ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ

ପାରାଦୀପ, ୧୫/୦୪ : ଆଜିଠୁ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରକୁ ଯିବେ ନାହିଁ ମତ୍ସ୍ୟଜୀବୀ। ମାଛ ବଂଶ ବୃଦ୍ଧି ପାଇଁ ରୋକ୍ ଲଗାଇଛନ୍ତି ସରକାର। ଏପ୍ରିଲ ୧୫ ରୁ ଜୁନ ୧୪ ମାଛଙ୍କ ଅଣ୍ଡାଦାନ ସମୟ। ପାରାଦୀପରେ ୨୫୪୩ରୁ ଉର୍ଦ୍ଧ୍ବ ଯନ୍ତ୍ର ଚାଳିତ ଡଙ୍ଗା ଓ ୬୧୧ଟି ସୋନା ବୋଟ ଚଳାଚଳ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାନୁଯାୟୀ, ଏପ୍ରିଲ ୧୫ ରୁ ଜୁନ୍ ୧୪ ମାଛମାନଙ୍କର ଅଣ୍ଡାଦାନ ସମୟ। ତେଣୁ ମାଛ ବଂଶ ବୃଦ୍ଧି ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଏହି ସମୟରେ ସାଢେ ୮ ମିଟର ଦୈର୍ଘ୍ୟ ବିଶିଷ୍ଟ ଯନ୍ତ୍ର ଚାଳିତ ଡଙ୍ଗା କିମ୍ଵା ଟ୍ରଲର ମାଛ ଦରିବାକୁ ସମୁଦ୍ର ଭିତରକୁ ଯିବ ନାହିଁ। ଯନ୍ତ୍ର ଚାଳିତ ଡଙ୍ଗା କିମ୍ବା ବୋଟ ଯୋଗୁଁ ମାଛମାନେ ଯେପରି କ୍ଷତିଗ୍ରସ୍ତ ହେବେ ନାହିଁ ସେଥି ଲାଗି ମତ୍ସ୍ୟ ସମ୍ପଦ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। 










  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.