ଜଳେଶ୍ଵର, ୦୮/୦୯ : ଜଳକା ନଦୀରେ ବନ୍ୟା। ଲଘୁଚାପ ବର୍ଷା ଯୋଗୁଁ ଉପର ମୁଣ୍ଡରେ ପ୍ରବଳ ବର୍ଷା ପାଇଁ ଜଳକା ନଦୀରେ ବନ୍ୟା ସ୍ଥିତି ଦେଖା ଦେଇଛି। ବସ୍ତା ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ସକାଳ ୬ ଟା ସୁଦ୍ଧା ୬.୪୨ ମିଟରରେ ପ୍ରଭାବିତ ହେଉଛି ବନ୍ୟା ପାଣି। ଉପର ମୁଣ୍ଡରେ ୨ଦିନ ଧରି ଲଗାଣ ଲଘୁଚାପ ବର୍ଷା ଲାଗି ରହିଥିବା ଯୋଗୁଁ ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା, ମୁରୁଡା, ଚିତ୍ରଡା, ରସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଜଳକା ନଦୀରେ ବନ୍ୟା ପରିସ୍ଥିତି ଦେଖା ଦେଇଛି।
ଜଳକା ନଦୀରେ ବନ୍ୟା ଆସିଥିବା ଯୋଗୁଁ ତଳିଆ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଭୟ ଦେଖା ଦେଇଛି। ବନ୍ୟା ହେଲେ ବସ୍ତା ବ୍ଲକର ୧୩ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ ପତ୍ର ଝଡା, ସଦାନନ୍ଦପୁର, ବାହାର୍ଦା, ମଥାନୀ, ଦୁଧହଂସା, ରାଉତପଡା, ଗଡ଼ପଦା, କୁଡ଼ିଆ, ବାସିଚକୁରି, ଦରଡ଼ା, ବ୍ରାହ୍ମଦା, ବରୁଣ ଗଡିଆ ଓ ସଦର ବ୍ଲକରେ ଦୁଇଟି ପଞ୍ଚାୟତ ରସଲପୁର, ଶ୍ରୀରାମପୁର ପଞ୍ଚାୟତରେ ୧୦ରୁ ଅଧିକ ଗାଁ ବନ୍ୟାରେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ତଳିଆ ଅଞ୍ଚଳରେ ଅନେକ ଚାଷ ଜମିରେ ପାଣି ପଶିବା ମଧ୍ୟ ଆରମ୍ଭ କଲାଣି।