ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ ପାଇଁ ଅବକାରୀ ବିଭାଗର ଚଢ଼ାଉ, ପରିତ୍ୟକ୍ତ ଘରୁ ବହୁ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ...

ମାଲକାନଗିରି,୧୦/୫ ନିର୍ବାଚନ ପାଇଁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ମଦଗଞ୍ଜେଇ ଭଳି ବିଭିନ୍ନ ଅବକାରୀ ଦ୍ରବ୍ୟ ଚୋରା ଚାଲାଣ ଓ ବିକ୍ରି ଉପରେ ଚଢ଼ାଉ ଜାରି ରହିଛି । ଆଜି ଚଢ଼ାଉ ସମୟରେ ଏକ ପରିତ୍ୟକ୍ତ ଗୃହରୁ ବହୁ ପରିମାଣର ବିଦେଶୀ ମଦ ଜବତ କରାଯାଇ ଜଣକୁ ଗିରଫ କରାଯାଇଛି । ମାଲକାନଗିରି ଜିଲ୍ଲା ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଉପ ଅଧିକ୍ଷକ ଟଙ୍କଧର ଭୋଇ ଏବଂ ମାଲକାନଗିରି ରେଞ୍ଜ ଇନ୍ସପେକ୍ଟର ସନ୍ତୋଷ କୁମାର ବଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଶେଷ କୁମାର ନାୟକ ସବ୍-ଇନ୍ସପେକ୍ଟରଜିଲ୍ଲା ମୋବାଇଲ୍ ୟୁନିଟ୍ ଏହି ଚଢାଉ କରିଥିଲେ । ଏକ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ମାଲକାନଗିରି ଥାନା  ଅନ୍ତର୍ଗତ ଛତିଶଗଡ଼ ସୀମାନ୍ତ ତଣ୍ଡିକି ଗ୍ରାମର ଏକ ପରିତ୍ୟକ୍ତ ଘରେ ଚଢାଉ କରାଯାଇଥିଲା । ଏହି ସମୟରେ ୧୦ ପେଟି ବିଦେଶୀ ମଦ ଜବତ କରାଯାଇଛି । ଏହି ଘଟଣାରେ ତଣ୍ଡିକି ଗ୍ରାମର ଅଭିଯୁକ୍ତ କମଳେସ ବର୍ମାକୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.