ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟ୍ରମ୍ପଙ୍କ ସମର୍ଥନରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ, କହିଲେ ସେ ଆମେରିକାର ରାଷ୍ଟ୍ରପତି ଥିବାବେଳେ ବିଶ୍ୱ ଅଧିକ ସୁରକ୍ଷିତ ଥିଲା...

Image source:

ନୂଆଦିଲ୍ଲୀ: ବର୍ତମାନ ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଅପରାଧିକ ମାମଲା ଚାଲିଛି । ଆଉ ଏହି ସମୟରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ତାଙ୍କୁ ସମର୍ଥନ କରି କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଥିବାବେଳେ ବିଶ୍ୱ ଅଧିକ ସୁରକ୍ଷିତ ଥିଲା । 

ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥନରେ ଏବେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଏକ ବିବୃତ୍ତି ଦେଇ କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ବିଶ୍ୱ ଅଧିକ ସୁରକ୍ଷିତ ଥିଲା । ସେ କହିଛନ୍ତି ଯେ ମୁଁ ଏହା କହୁ ନାହିଁ ଯେ ସେ ଯାହା କରିଛନ୍ତି ମୁଁ ସେଥିରେ ସହମତକିନ୍ତୁ ଚୀନ୍ ଏବଂ ଇରାନ ପ୍ରତି ତାଙ୍କର ମନୋଭାବ ଆକ୍ରମଣାତ୍ମକ ଥିଲା’ । ତାଙ୍କ ସମର୍ଥନରେ ଦେଶ ଏବଂ ବିଶ୍ୱ ଅଧିକ ସୁରକ୍ଷିତ ଥିଲା । 

ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିଛନ୍ତି । ୟୁକ୍ରେନକୁ ସମର୍ଥନ କରିବା ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସେ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଟ୍ରମ୍ପ ହ୍ବାଇଟ୍ ହାଉସରେ ରହିବା ଉଚିତ ।"ଆକ୍ରମଣାତ୍ମକ ଶାସନର ବସ୍ତାରକୁ ରୋକିବାରେ ଟ୍ରମ୍ପ ଅଧିକ ପ୍ରଭାବଶାଳୀ ଥିଲେ । ମତେ ଲାଗୁଛି ଯଦି ସେ ୨୦୨୦ ରେ ପୁନନିର୍ବାଚିତ ହୋଇଥାନ୍ତେ ତେବେ ଆମେ ଏକ ଭିନ୍ନ ପରିସ୍ଥିତିରେ ଥାନ୍ତେ।"

୭୭ ବର୍ଷୀୟ ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତିଯିଏକି ଅପରାଧିକ ମାମଲାର ସମ୍ମୁଖୀନ ହୋଇଛନ୍ତି । ୨୦୧୬ ନିର୍ବାଚନ ପ୍ରଚାର ସମୟରେ ଚଳଚ୍ଚିତ୍ର ଅଭିନେତ୍ରୀ ଷ୍ଟର୍ମୀ ଡାନିଏଲ୍ସଙ୍କ ସହ ହୋଇଥିବା ଯୌନ ସମ୍ପର୍କକୁ ଲୁଚାଇବା ପାଇଁ ସେ ଏକ ଯୋଜନାରେ ବ୍ୟବସାୟ ରେକର୍ଡ ଜାଲିଆତି କରିଥିବା ଅଭିଯୋଗ ହୋଇଛି । ଏହା ବ୍ୟତୀତ ଟ୍ରମ୍ପଙ୍କ ବିରୋଧରେ ଅନ୍ୟ ତିନୋଟି ମାମଲା ଚାଲୁ ରହିଛି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.