ନୂଆଦିଲ୍ଲୀ, ୨୫/୯ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଭେଟରାନ ବ୍ୟାଟର ବିରେନ୍ଦ୍ର ସେହଓ୍ବାଗ ସବୁବେଳେ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ନିର୍ବାଚନୀ ମୈଦାନରେ ଓହ୍ଲାଇବାକୁ ନେଇ ଚର୍ଚ୍ଚାରେ ଅଛନ୍ତି । କ୍ରିକେଟର ପିଚରେ ଚୌକା – ଛକ୍କା ଲଗାଇ ବୋଲରଙ୍କ ନିଦ ହଜାଉଥିବା ସେହଓ୍ବାଗ ଏବେ ରାଜନୀତି ମୈଦାନରେ ଚୌକା – ଛକ୍କା ଲଗାଇବା ମୁଡ଼ରେ ଦେଖାଯାଉଛନ୍ତି । ଆସନ୍ତୁ ଦେଖିବା କ’ଣ ରହିଛି ସମ୍ପୂର୍ଣ୍ଣ ଘଟଣା ।
ସୋସିଆଲ ମିଡ଼ିଆରେ ଏହି କଥା କୁହାଯାଉଛି କି ସେହଓ୍ବାଗ ଏବେ ରାଜନୀତିର ପିଚରେ ଓହ୍ଲାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଦେଖାଯାଉଛନ୍ତି । ପୂର୍ବତନ ଭାରତୀୟ ବ୍ୟାଟରଙ୍କୁ ନେଇ ଦାବି କରାଯାଉଛି କି ସେ କଂଗ୍ରେସ ପ୍ରାର୍ଥୀ ଅନିଋଧ ଚୌଧୁରୀଙ୍କ ଲାଗି ଭୋଟ ମାଗୁଛନ୍ତି । କ୍ରିକେଟ ଆଡ଼ମିନିଷ୍ଟେ୍ରଟରୁ ନେତା ହୋଇଥିବା ଅନିଋଦ୍ଧ ଚୌଧୁରୀ ହରିୟାଣାର ତୋଶାମ ବିଧାନସଭା ସିଟରେ ପ୍ରାର୍ଥୀ ହୋଇଛନ୍ତି । ଅନିଋଦ୍ଧ ବିସିସିଆଇର କୋଷାଧ୍ୟକ୍ଷ ରହିସାରିଛନ୍ତି । ହରିୟାଣା ବିଧାନସଭାର ନିର୍ବାଚନ ୫ଅକ୍ଟୋବରରେ ହେବ ।
ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦାବି କରାଯାଉଛି କି ସେହଓ୍ବାଗ ସୋସିଆଲ ମିଡ଼ିଆ ମାଧ୍ୟମରେ ଏକ ଭିଡ଼ିଓ ସେୟାର କରାଯାଇଛି । ଯେଉଁଥିରେ ସେ କଂଗ୍ରେସର ଅନିଋଦ୍ଧ ଚୌଧୁରୀଙ୍କୁ ସପୋର୍ଟ କରୁଥିବା ଦେଖାଯାଉଛି । ଭିଡ଼ିଓରେ ଏକ ଆକର୍ଷୀୟ ଟ୍ରାକ୍ଟର ରାଲି ନଜର ଆସୁଛି । ସେହଓ୍ବାଗଙ୍କ ଏହି ଭିଡ଼ିଓରୁ ଏହା ବି ଅନୁମାନ ଲଗାଯାଉଛି କି କଂଗ୍ରେସରେ ମିଶିପାରନ୍ତି ସେହଓ୍ବାଗ ।