ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

କୋର୍ଟରେ ସରେଣ୍ଡର କଲେ ରାମପୁରର ପୂର୍ବତନ ସାଂସଦ ଏବଂ ଫିଲ୍ମ ଅଭିନେତ୍ରୀ ଜୟାପ୍ରଦା

ନୂଆଦିଲ୍ଲୀ,୪/୩ :  ରାମପୁରରୁ ଆସିଲା ବଡ଼ ଖବର । ନିର୍ବାଚନ ଆଚାର ସଂହିତା ଉଲ୍ଲଂଘନ ମାମଲାରେ ଅଭିଯୁକ୍ତ ରାମପୁରରୁ ପୂର୍ବତନ ସାଂସଦ ଏବଂ ଫିଲ୍ମ ଅଭିନେତ୍ରୀ ଜୟାପ୍ରଦା କୋର୍ଟରେ ସରେଣ୍ଡର କରିଦେଇଛନ୍ତି । ଆଜି ଜୟାପ୍ରଦାଙ୍କୁ ଅଧିବକ୍ତା କୋର୍ଟରେ NBW ରିକଲ କରିବାକୁ ଆପ୍ଲିକେଶନ ଲଗାଇଥିଲେ । ଜୟାପ୍ରଦାଙ୍କ ଉପରେ ରାମପୁର ଏମପି ଏମଏଲଏ କୋର୍ଟରୁ NBW ଜାରି ଅଛି । ଆଚାର ସଂହିତା ଉଲ୍ଲଂଘନ ମାମଲାରେ କୋର୍ଟ ଜୟାପ୍ରଦାଙ୍କୁ ଫେରାର ଘୋଷଣା କରିସାରିଥିଲେ । ୨୦୧୯ଲୋକସଭା ନିର୍ବାଚନରେ ଜୟାପ୍ରଦା ରାମପୁରରୁ ବିଜେପିର ଆଶାୟୀ ପ୍ରାର୍ଥୀ ଥିଲେ ।

୨୦୧୯ରେ ଜୟାପ୍ରଦାଙ୍କ ଉପରେ ଆଚାର ସଂହିତା ଉଲ୍ଲଂଘନର ମାମଲା ରୁଜୁ ହୋଇଥିଲା । ତାଙ୍କ ବିରୁଦ୍ଧରେ ସ୍ବାର ଏବଂ କେମରୀ ଥାନାରେ ଦୁଇଟି ନିର୍ବାଚନ ଆଚାର ସଂହିତା ଉଲ୍ଲଂଘନର ଏଫଆଇଆର ହୋଇଥିଲା । ସ୍ବାରରେ ତାଙ୍କ ଉପରେ ଆଚାର ସଂହିତା ପରେ ବି ନୂରପୁର ଗାଁରେ ସଡ଼କର ଉଦଘାଟନ କରିବାର ଅଭିଯୋଗ ଅଛି । ଆଦର୍ଶ ଆଚାର ସଂହିତା ଉଲ୍ଲଂଘନ ମାମଲାର ଶୁଣାଣି ମାଜିଷ୍ଟେ୍ରଟ ଟ୍ରାୟଲ କୋର୍ଟରେ ଚାଲୁଛି । କ୍ୟାମେରୀ ଏବଂ ସ୍ବାର ଥାନାରେ ଆଚାର ସଂହିତା ଉଲ୍ଲଂଘନର ମାମଲା ରୁଜୁ ହୋଇଥିଲା । ପୂରା ମାମଲାରେ ଜୟାପ୍ରଦାଙ୍କୁ ଏବେ ପର୍ଯ୍ୟନ୍ତ ବୟାନ ରେକର୍ଡ଼ ହୋଇପାରିନାହିଁ । ହାଜର ନ ହେବା ଉପରେ ଅଦାଲତକୁ ଶକ୍ତ ହେବାକୁ ପଡ଼ିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.