ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୋଏଡାରେ ବନ୍ଦ କୋଠରୀରୁ ମିଳିଲା ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ, ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଆଶଙ୍କା...

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ନୋଏଡାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାରେ ଏକ ବନ୍ଦ କୋଠରୀରୁ ୪ ଜଣଙ୍କ ମୃତଦେହ ମିଳିଛି । ସୂଚନାନୁସାରେ, ଏହି ଘଟଣା ନୋଏଡାର ଇକୋଟେକର ତୁସ୍ୟାନା ଗାଁରେ ଘଟିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି । କୁହାଯାଉଛି ଯେ କୋଠରୀ ଭିତରୁ ବାହାରକୁ ଦୁର୍ଗନ୍ଧ ଆସିବା ପରେ ପଡୋଶୀ ମାନେ ଘର ମାଲିକକୁ ଏହି ଖବର ଦେଇଥିଲେ । ଘର ମାଲିକ ଏହି ଖବର ପାଇବା ମାତ୍ରେ ସେ ପୋଲିସକୁ ସୂଚନା ଦେଇଥିଲେ ।

 ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରେ କୋଠରୀର ତାଲା ଭାଙ୍ଗିବା ପରେ ଚାରି ଜଣଙ୍କ ମୃତଦେହ ମିଳିଥିଲା । ଏହି ଘଟଣା ସମ୍ପର୍କରେ ସେଣ୍ଟ୍ରାଲ ନୋଏଡା ଡିସିପି ସୁନୀତି କହିଛନ୍ତି ଯେ ତୁସ୍ୟାନା ଗ୍ରାମ ନିବାସୀ ପୱନ ସିଂ ସୂଚନା ଦେଇଥିଲେ ଯେ ତାଙ୍କ ଘରେ ଚାରିଜଣ ଭଡାଟିଆ ରହୁଥିଲେ ଏବଂ ସେମାନଙ୍କ ମୃତଦେହ କୋଠରୀ ଭିତରେ ପଡି ରହିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ କୋଠରୀର କବାଟ ଭାଙ୍ଗି ଭିତରକୁ ଯାଇ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲା ।

 ଚାରିଜଣ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଥିବା ସୁନୀତି କହିଛନ୍ତି । ସେ କହିଛନ୍ତି ଯେ ମୃତ ବ୍ୟକ୍ତି ଚନ୍ଦ୍ରଶ କୁମାର, ତାଙ୍କ ଭାଇ ରାଜେଶ, ଭଉଣୀ ବବଲି ଏବଂ ଚନ୍ଦ୍ରଶ କୁମାରଙ୍କ ପତ୍ନୀ ନିଶା ବୋଲି ଜଣାପଡିଛି । ତେବେ ଏହି ଘଟଣା କିପରି ଘଟିଲା ସେ ସମ୍ପର୍କରେ ସୁନୀତି କହିଛନ୍ତି ଯେ, କୋଠରୀ ସବୁ ଦିଗରୁ ବନ୍ଦ ହୋଇଯାଇଥିଲା, ତେଣୁ ଏହା ସମ୍ଭବତ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥାଇପାରେ । ତେବେ ମୃତ୍ୟୁର ପ୍ରକୃତ କାରଣ କଣ ବୋଲି ପୋଲିସ ଅନୁସନ୍ଧାନ କରୁଛି । ପୋଲିସ କହିଛି ଯେ ଚାରିଜଣଙ୍କ ମୃତଦେହ ଉଦ୍ଧାର କରିବା ପରେ ସେମାନଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.