ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଟିକଟକ୍ ଉପରେ ରୋକ୍‌ ଲଗେଇଲା ଫ୍ରାନ୍ସ, ଏମର୍ଜେନ୍ସି ପାୱାରକୁ କଲା ବ୍ୟବହାର

ପ୍ୟାରିସ୍‌ : ଫ୍ରାନ୍ସରେ ଟିକ୍‌ଟକ୍‌ରେ ଲାଗିଲା ରୋକ୍‌। ଏଠାରେ ଅନେକ ଦିନରୁ ଲାଗି ରହିଥିବା ହିଂସାତ୍ମକ ବିରୋଧ ପ୍ରଦର୍ଶନକୁ ଶାନ୍ତ କରିବା ପାଇଁ ନ୍ୟୁ କୈଲେଡୋନିଆରେ ଟିକଟକକୁ ବ୍ଲକ୍‌ କରିବାର ନାଟକୀୟ ପଦକ୍ଷେପ ଉଠାଇଛି ଫ୍ରାନ୍ସ। ଏହା ଗଣତାନ୍ତ୍ରିକ ସରକାର ଓ ଚାଇନା ମାଲିକାନାରେ ଥିବା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମଧ୍ୟରେ ଲାଗି ଥିବା ସଂଘର୍ଷର ଏକ ତାଜା ମାମଲା। ଦୁଇ ଦିନ ପୂର୍ବେ ହିଁ ଫ୍ରାନ୍ସ ସରକାର ନ୍ୟୁ କୈଲେଡୋନିଆରେ ଅତି କମ୍‌ରେ ୧୨ ଦିନ ପାଇଁ ଜରୁରିକାଳୀନ ସ୍ଥିତି ଲାଗୁ କରିବାକୁ ଘୋଷଣା କରିଥିଲେ। ଏହି ପଦକ୍ଷେପ ପଛରେ ଫ୍ରାନ୍ସ ସରକାରର ଉଦ୍ଦେଶ୍ୟ ପେସିଫିକ୍‌ ଅଞ୍ଚଳରେ ଜାରି ବିରୋଧ ପ୍ରଦର୍ଶନକୁ କାବୁ କରିବା ଓ ପୁଲିସକୁ ଆହୁରି ଅଧିକ ଶକ୍ତି ପ୍ରଦାନ କରିବା। 

ନ୍ୟୁ କୈଲେଡୋନିଆରେ ଜାରି ହିଂସାତ୍ମକ ପ୍ରଦର୍ଶନରେ ଏବେସୁଦ୍ଧା ୪ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ଏବେ ଫ୍ରାନ୍ସ ଏଠାରେ ଟିକ୍‌ଟକ୍‌ ବ୍ୟାନ୍‌ କରି ଦେଇଛି। ଏଠାରେ ବିଶେଷ କଥା ଏହାକି ଫ୍ରାନ୍ସ ଟିକଟକ୍ ବ୍ୟାନ୍‌ କରିବାକୁ ଜରୁରିକାଳୀନ ଶକ୍ତି ଗୁଡ଼ିକର ବ୍ୟବହାର କରିଛି। 

କହି ରଖୁଛି କି, ସମାଲୋଚକମାନେ ଦୀର୍ଘ ଦିନରୁ ଟିକଟକ୍‌ରେ ଭୁଲ୍‌ ସୂଚନା ଦେବା, ସମ୍ୱେଦନଶୀଳ ଡାଟା ଏକାଠି କରିବା , ସାମାଜିକ ଅଶାନ୍ତ ବଢାଇବା ଓ ଚୀନ୍‌ର ସମାଲୋଚନାକୁ ଚାପିବାର ଅଭିଯୋଗ ଲଗାଇଛନ୍ତି। ଟିକଟିକକୁ ନେଇ ଅଭିଯୋଗ କି ସେ ବିଶେଷ ଭାବେ ଚୀନ୍‌ ସହ ମତଭେଦ ଥିବା ଦେଶରେ ଭିନ୍ନ ଉଦ୍ଦେଶ୍ୟରେ କାମ କରୁଛି। 

ଅନେକ ୟୁରୋପୀୟ ଦେଶ ରାଷ୍ଟ୍ରୀୟ ସୁରକ୍ଷା କାରଣରୁ ନିଜର ଅଧିକାରୀଙ୍କୁ ଏହି ଆପ୍‌ର ବ୍ୟବହାର କରିବାରୁ ରୋକ୍ ଲଗେଇଛନ୍ତି। ଆମେରିକା ମଧ୍ୟ ଟିକଟକ୍‌ ଉପରେ ସଂପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଇବା ଉପରେ ବିଚାର କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.