ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ପଥରରୁ ଉଭାନ୍‌ ହୋଇଗଲା ୧୩୦୦ ବର୍ଷର ଯାଦୁକରୀ ଖଣ୍ଡା, ଚିନ୍ତାରେ ପୁଲିସ

ନୂଆଦିଲ୍ଲୀ  ୦୫/୦୭: ବିଗତ ୧୩ଶହ ବର୍ଷ ଧରି ପଥର ମଧ୍ୟରେ ରହିଥିବା ଏକ ଖଣ୍ଡା ହଠାତ୍‌ ଉଭାନ୍‌ ହୋଇଯାଇଛି । ଫ୍ରାନ୍ସର ଗୌରବ ଭାବେ ପରିଚିତ ଏହି ଐତିହାସିକ ଧରୋହରକୁ ବିଶ୍ୱର ଅବିନାଶୀ ଓ ସବୁଠୁ ଧାରୁଆ ଖଣ୍ଡା ରୂପେ ବିବେଚନା କରାଯାଏ । ଡୁରନ୍‌ଡଲ ଖଣ୍ଡା ନାମରେ ପରିଚିତ ଏହି ପ୍ରାଚୀନ ଅସ୍ତ୍ର ଫ୍ରେଞ୍ଚ୍‌ ଏକ୍ସକାଲିବର ନାମରେ ଲୋକପ୍ରିୟ । କିମ୍ବଦନ୍ତୀ ଅନୁସାରେ, ଅଷ୍ଟାଦଶ ଶତାବ୍ଦୀରେ ଜଣେ ପରୀ ଏହି ଖଣ୍ଡାକୁ ରୋମ୍‌ ସମ୍ରାଟ ଶାରଲେମେନ୍‌ଙ୍କୁ ଦେଇଥିଲେ । 

ଶାରଲେମେନ୍‌ ଏହାକୁ ନିଜର ବିଶ୍ୱସ୍ତ ସୈନ୍ୟ ରୋଲାଣ୍ଡଙ୍କୁ ଦେଇଥିଲେ । ତେବେ ରହସ୍ୟମୟ ଭାବେ ଖଣ୍ଡାଟି ହଠାତ୍‌ ଉଭାନ୍‌ ହେବାର କାରଣ କେହି ଜାଣିପାରୁ ନାହାନ୍ତି । ସ୍ଥାନୀୟ ଲୋକଙ୍କ ବିଶ୍ୱାସ, ଚୋର ଏହାକୁ ଚୋରି କରିନେଇଛି । ଭୂମିଠୁ ୧୦୦ ଫୁଟ ଉଚ୍ଚରେ ପଥର ଦେହରେ ଏହା ସଂଲଗ୍ନ ହୋଇଥିଲା । ତେଣୁ ଏହାର ଚୋରି କେମିତି ହେଲା, ପୁଲିସ ଜାଣିପାରୁନି । ୧୧ଶ ଶତାବ୍ଦୀର ଏକ କବିତାରେ ଖଣ୍ଡାର ଯାଦୁକରୀ ଶକ୍ତି ବିଷୟରେ ବର୍ଣ୍ଣନା କରାଯାଇଛି । ‘ଦ ସଙ୍ଗ୍‌ ଅଫ୍‌ ରୋଲାଣ୍ଡ’ରେ ଏହି ଖଣ୍ଡା ସମ୍ପର୍କିତ କାହାଣୀ ରହିଛି । କାହାଣୀ ଅନୁସାରେ, ଏହି ଖଣ୍ଡା ଗୋଟିଏ ପ୍ରହାରରେ ପଥରକୁ କାଟିଦେଉଥିଲା । କବିତାରେ ଖଣ୍ଡାର ସାହସିକତା, ବୀରତ୍ୱ ଓ ଅଲୌକିକ ଶକ୍ତି ବିଷୟରେ ବର୍ଣ୍ଣନା କରାଯାଇଛି ।

 

 

 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.