ପ୍ରମୁଖ ଖବର
  • ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ ଆଶ୍ବସ୍ତି, ଦଙ୍ଗା ସହ ଜଡିତ ୨ଟି ମାମଲାରେ ନିର୍ଦ୍ଦୋଷରେ ଖଲାସ…
  • ||
  • ଭଦ୍ରକରେ ୧୪୪ ଧାରା ଜାରି, ଜୁନ ୨ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ
  • ||
  • କନ୍ୟାକୁମାରୀରେ ଧ୍ୟାନ କରିବେ ମୋଦୀ, ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି ୩ ହଜାର ଯବାନ
  • ||
  • ଜମ୍ମୁକାଶ୍ମୀରର ଅଖନୁରରେ ୧୫୦ ଫୁଟ ଖାଈକୁ ଖସିଲା ବସ୍, ୨୦ ମୃତ, ୨୮ ଆହତ…
  • ||
  • ଭୁବନେଶ୍ୱର ଏମ୍‌ସ୍‌ରେ ଆଇପିଏସ୍ ଆଶିଷ ସିଂହ, ୬ ଜଣିଆ ଟିମ୍ କରିବେ ସ୍ବାସ୍ଥ ଯାଞ୍ଚ
  • ||
  • ଆଇସିସି ପକ୍ଷରୁ ଟି-ଟ୍ୱେଣ୍ଟି ମାନ୍ୟତା ତାଲିକା ଘୋଷଣା: ଶୀର୍ଷ ମାନ୍ୟତାପ୍ରାପ୍ତ ଦଳ ଭାବେ ବିଶ୍ୱକପ୍‌ ଖେଳିବ ଭାରତ
  • ||
  • କୋରାପୁଟରେ ପୁଣି ଆନ୍ଥ୍ରାକ୍ସ ଆତଙ୍କ: ଦୁଇ ଜଣଙ୍କଠାରୁ ନମୁନା ସଂଗ୍ରହ କଲା ଡାକ୍ତରୀ ଟିମ୍
  • ||
  • କୁଡୁକି ଛକ ନିକଟରେ ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ, ୪ ଗୁରୁତର
  • ||
  • ଗୁରୁବାର ସନ୍ଧ୍ୟାରେ ପ୍ରଚାରରେ ପୂର୍ଣ୍ଣଚ୍ଛେଦ: ଓଡିଶା ଆସୁଛନ୍ତି ରାହୁଲ, ମାରାଥନ୍‌ କ୍ୟାମ୍ପେନ୍ କରିବେ ନବୀନ, ପାଣ୍ଡିଆନ, ଧର୍ମେନ୍ଦ୍ର
  • ||
  • ଭଉଁରି ଯାତ୍ରାରେ ବାଣ ବିସ୍ଫୋରଣ: କଟକ ବଡ଼ ମେଡିକାଲରେ ଜଣଙ୍କ ମୃତ୍ୟୁ, ୫୦ ଆହତ, ୨୦ ଅବସ୍ଥା ସଂକଟାପନ୍ନ
  • ||
  • ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ: ଆସନ୍ତା ଦୁଇ ଦିନ ଅସମ୍ଭାଳ ତାତି, ଉପକୂଳରେ ଜାରି ରହିବ ପ୍ରବଳ ଗୁଳୁଗୁଳି
  • ||

ଇଡି ଠାରୁ ନେଇ ସିବିଆଇର ନାଁ ଯାଏ ବ୍ୟବହାର କରି ଚାଲିଛି ଠକେଇ … ଆକ୍ସନରେ ସରକାର

ନୂଆଦିଲ୍ଲୀ – କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବର୍ତ୍ତନ ଏଜେନ୍ସିଙ୍କ ନାମରେ ଲୋକଙ୍କୁ ଧମକ, ବ୍ଲାକମେଲ୍‌ , ଜୋରଜବରଦସ୍ତି ଅର୍ଥ ଆଦାୟ ଓ ଡିଜିଟାଲ ଆରେଷ୍ଟ ଭଳି ଘଟଣାର ସୂତ୍ରପାତ କରୁଥିବା ,ସାଇବର ଅପରାଧୀଙ୍କ ଠକେଇରେ ସାବଧାନ ରହିବାକୁ ପରାମର୍ଶ ଦେଇଛି। ଏହାସହ ତାଙ୍କ ବିଷୟରେ ସଚେତନତା ପ୍ରସାର କରିବା ତଥା ଏହାର ଅଭିଯୋଗ ତତ୍କାଳ ସାଇବର ଅପରାଧୀ ହେଲ୍ପଲାଇନରେ କରିବାକୁ ପରାମର୍ଶ ଦେଇଛନ୍ତି। ଗୃହ ମନ୍ତ୍ରଣାଳୟ ମଙ୍ଗଳବାର କହିଛି କି, ସାଇବର ଅପରାଧୀ ନିଜକୁ ପୁଲିସ , କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ)  , ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଭଳି କେନ୍ଦ୍ରୀୟ ଏଜେନ୍ସିଙ୍କ ଅଧିକାରୀ କହି ଠକେଇ କରୁଛନ୍ତି। 

ଏହି ସାଇବର ଅପରାଧି ଏକ ସଙ୍ଗଠିତ ଅନଲାଇନ୍‌ ଆର୍ଥିକ ଅପରାଧର ଅଂଶ , ଯାହାକୁ ଦେଶର ସୀମା ସେପଟୁ ସିଣ୍ଡିକେଟ୍‌ ଦ୍ୱାରା ଅପରେଟ୍ କରାଯାଏ। 

ଏଥିରେ କୁହାଯାଇଛି କି, ମାଇକ୍ରୋସଫ୍ଟର ସହଯୋଗରେ ୧୪ ସି (ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର) ପୂର୍ବରୁ ମଧ୍ୟ ଏମିତି କାର୍ଯ୍ୟକଳାପରେ ସାମିଲ ୧,୦୦୦ରୁ ଅଧିକ ସ୍କାଇପ୍‌ ଆଇଡିକୁ ବ୍ଲକ୍‌ କରି ଦେଇଛି। ଏହା ବ୍ୟତୀତ ଏହି ଠକଙ୍କ ଦ୍ୱାରା ବ୍ୟବହାର କରାଯାଉ ଥିବା ସିମ୍‌ କାର୍ଡ , ମୋବାଇଲ ଡିଭାଇସ ଓ ଠକଙ୍କ ଆକାଉଣ୍ଟକୁ ମଧ୍ୟ ବ୍ଲକ୍‌ କରାଯାଉଛି। ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି। ୧୪ସି ନିଜର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ସାଇବରଦୋସ୍ତ (ଏକ୍ସ, ଫେସବୁକ୍‌ , ଇନଷ୍ଟାଗ୍ରାମଆଦି) ରେ ଇନ୍ଫୋଗ୍ରାଫିକ୍ସ ଓ ଭିଡ଼ିଓ ମାଧ୍ୟମରେ ବିଭିନ୍ନ ଆଲର୍ଟ ମଧ୍ୟ ଜାରି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.