ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଶୀତଳାପଲ୍ଲୀ ସମ୍‌ ହସ୍ପିଟାଲ୍‌ରେ ବନ୍ଧ୍ୟାଦୋଷ ଚିକିତ୍ସା ଶିବିର, ନିଃସନ୍ତାନ ଦମ୍ପତିଙ୍କୁ ନିଃଶୁଳ୍କ ପରାମର୍ଶ

ବ୍ରହ୍ମପୁର,୨୦/୦୫: ରବିବାର ଶୀତଳାପଲ୍ଲୀ ସମ୍‌ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ୍‌ରେ ନିଃଶୁଳ୍କ ବନ୍ଧ୍ୟାଦୋଷ ଚିକିତ୍ସା ପରାମର୍ଶ ଶିବିର  ଅନୁଷ୍ଠିତ ହୋଇଛି । ଦକ୍ଷିଣ ଓଡ଼ିଶାର ବିଭିନ୍ନ  ସ୍ଥାନରୁ ବହୁ ନିଃସନ୍ତାନ ଦମ୍ପତି ମାଗଣା ଡାକ୍ତରୀ  ପରାମର୍ଶ ଗ୍ରହଣ କରିଛନ୍ତି । ଭୁବନେଶ୍ୱର  ଆଇଏମ୍‌ଏସ୍‌ ଓ ସମ୍‌ ହସ୍ପିଟାଲ ସେଣ୍ଟର୍‌ ଫର୍‌  ହ୍ୟୁମାନ୍‌ ରିପ୍ରଡକ୍ସନ୍‌ (ସିଏଚ୍‌ଆର୍‌) ବିଭାଗୀୟ  ମୁଖ୍ୟ ପ୍ରଫେସର୍‌ ସୁଜାତା ପ୍ରଧାନ ରୋଗୀଙ୍କୁ  ଆବଶ୍ୟକ ଡାକ୍ତରୀ ପରାମର୍ଶ ଦେଇଥିଲେ ।  ପ୍ରଜନନ କ୍ଷମତା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ  ବହୁ ଦମ୍ପତି ପରାମର୍ଶ ଗ୍ରହଣ କରିଥିଲେ । ସେ  କହିଲେ, ବନ୍ଧ୍ୟାଦୋଷରେ ପୀଡ଼ିତ ଏହି ଅଞ୍ଚଳର  ରୋଗୀମାନେ ରୋଗ ନିରୂପଣ ବା ଉପଯୁକ୍ତ  ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି । ସେମାନଙ୍କୁ  ଆବଶ୍ୟକ ଡାକ୍ତରୀ ସେବା ଯୋଗାଇଦେବା  ଏହି ପରାମର୍ଶ ଶିବିରର ଲକ୍ଷ୍ୟ । ପ୍ରଥମେ  କାରଣଗୁଡ଼ିକୁ ଚିହ୍ନଟ କରି ଉପଯୋଗୀ ଚିକିତ୍ସା  ପରାମର୍ଶ ଦିଆଯିବା ଦ୍ୱାରା ଅନେକାଂଶରେ  ସମସ୍ୟାର ସମାଧାନ ହୋଇପାରିବ ବୋଲି  ପ୍ରଫେସର୍‌ ପ୍ରଧାନ କହିଛନ୍ତି ।  

ଏକ ଅଧ୍ୟୟନ ଅନୁସାରେ, ୩୦-୩୯ ବର୍ଷ  ବୟସ ବର୍ଗର ୨୨ ପ୍ରତିଶତ ମହିଳାଙ୍କଠାରେ  ପ୍ରଥମ ସନ୍ତାନର ଗର୍ଭଧାରଣ ଜନିତ ସମସ୍ୟା ଦେଖାଯାଏ । ସେହିଭଳି ମହିଳାଙ୍କ ବୟସ  ୩୦ ବର୍ଷ କିମ୍ବା ଏହାଠାରୁ କମ୍‌ ହୋଇଥିଲେ  ଗର୍ଭଧାରଣ ଜନିତ ସମସ୍ୟା ୧୩%କୁ ହ୍ରାସ ହୋଇଥାଏ । ଅନ୍ୟପକ୍ଷରେ ପୁରୁଷଙ୍କ କ୍ଷେତ୍ରରେ  ଏହି ସମସ୍ୟାର ହାର ୧୫% ବୋଲି ଅଧ୍ୟୟନ  ରିପୋର୍ଟରୁ ଜଣାଯାଇଥିବା ହସ୍ପିଟାଲ୍‌ ନିର୍ଦ୍ଦେଶକ  ଦେବପ୍ରସାଦ ଦାଶ କହିଛନ୍ତି । ଏହି ସମସ୍ୟା ପାଇଁ  ଦୈନଦିନ ଜୀବନଶୈଳୀ, ଖାଦ୍ୟ ପ୍ରଣାଳୀ, ଆର୍ଥିକ ସ୍ୱାଧୀନତା ଆଦି ବିଶେଷଭାବେ ଦାୟୀ ବୋଲି  ବିଶେଷଜ୍ଞ ଡାକ୍ତରମାନେ ମତବ୍ୟକ୍ତ କରିଛନ୍ତି ।  ଏହାର ସମାଧାନ ପାଇଁ ସମ୍‌ ହସ୍‌ପିଟାଲ  ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ମାର୍ଚ୍ଚ ଓ ଏପ୍ରିଲ୍‌ରେ ବନ୍ଧ୍ୟାଦୋଷ ଚିକିତ୍ସା ପରାମର୍ଶ ଶିବିର  ହୋଇଥିଲା । ଆଗକୁ ମଧ୍ୟ ପ୍ରତି ମାସର ତୃତୀୟ  ରବିବାର ଦିନ ଏଭଳି ଶିବିର ଆୟୋଜନ ହେବ  ବୋଲି ସେ ସୂଚନା ଦେଇଛନ୍ତି । 

ଶୀତଳାପଲ୍ଲୀ ସମ୍‌ ହସ୍‌ପିଟାଲ୍‌ର ଡା. ରିଷିକା  ସେନ୍‌, ଏଏନ୍‌ଏସ୍‌ ଅର୍ଚ୍ଚନା ପ୍ରିୟଦର୍ଶିନୀ ତ୍ରିପାଠୀ  ଅନ୍ୟ ନର୍ସିଂ ଷ୍ଟାଫ୍‌, କ୍ଲିନିକାଲ୍‌ ଓ ନନ୍‌-କ୍ଲିନିକାଲ୍‌  ଷ୍ଟାଫ୍‌ ଶିବିର ପରିଚାଳନାରେ ସହଯୋଗ କରିବା  ସହ ଶିବିରକୁ ସଫଳ କରାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.