ପ୍ରମୂଖ ଖବର
  • କୋଣାର୍କ : ୨ ବେଆଇନ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ବରଗଡ ମୁଖ୍ୟ କାରାଗାରରେ ଅଘଟଣ, ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
  • ||
  • ସୁନ୍ଦରଗଡ଼ : ଧାର ଟଙ୍କା ମାଗିବାରୁ ଟାଙ୍ଗିଆରେ ଆକ୍ରମଣ କଲା ଦୁର୍ବୃତ୍ତ, ଯୁବକ ମୃତ
  • ||
  • ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରଦବ ପରେ ଜଳକ୍ରୀଡା, ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼
  • ||
  • କୋରାପୁଟ : ସ୍କୁଟି ଉପରେ ଚଢିଗଲା ଟ୍ରକ୍‌; ଜଣେ ମୃତ, ଜଣେ ଆହତ
  • ||
  • ବଣାଇ : ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ଉଦ୍ଧାର ହେଲା ମୃତଦେହ
  • ||
  • ଦଶମଥର ଅପରିବର୍ତ୍ତିତ ରହିଲା ରେପୋ ରେଟ୍ , ୬.୫%ରେ ହିଁ ରେପୋ ରେଟ୍ ସ୍ଥିର
  • ||
  • ଚାନ୍ଦବାଲି : ମଦ୍ୟପଙ୍କ ଆତ୍ମହତ୍ୟା ଉଦ୍ୟମ, ପଚାଶ ଫୁଟ ବିଜୁଳି ଖୁଣ୍ଟିରୁ ଜଳି ଜଳି ତଳକୁ ଖସିଲେ ଯୁବକ
  • ||
  • ଖୋର୍ଦ୍ଧା : ଫାଟିଲା ଏୟାର ପ୍ରେସର ଟାଙ୍କି; ଜଣେ ମୃତ, ୨ ଗୁରୁତର
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଧାମନଗର ଓ ଦୋବଲରୁ ହଟିଲା ୧୬୩ ଧାରା
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଭାରତ-ଶ୍ରୀଲଙ୍କା ଟକ୍କର, ଏସିଆ କପ୍‌ ପରାଜୟ ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ, ଶଙ୍ଖ ଭବନରେ ଶୁଭାରମ୍ଭ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଲମତାପୁଟ : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟି-ଟ୍ୱେଣ୍ଟି: ଫୋକସ୍‌ରେ ବିସ୍ଫୋରକ ବ୍ୟାଟିଂ, ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଖଲ୍ଲିକୋଟ : ୨ ମାସ ପରେ ମିଳିଲା ଚୋରି ସୁନା, ସୁନା ଜବତ କରି ମାଲିକକୁ ହସ୍ତାନ୍ତର କଲା ପୋଲିସ
  • ||
  • ଆଜି ୩୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା, ବାରିପଦାରେ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ପୀଠରେ ଆରମ୍ଭ ହେବ ତ୍ରିଦିନାତ୍ମକ ପୂଜା: ଆଜି ଶ୍ରୀମନ୍ଦିରରେ ମହାସପ୍ତମୀ, ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ଆମିଷ ଭୋଗ ଲାଗିବ
  • ||

ଆଇଏମ୍‌ଏସ୍‌ ଆଣ୍ଡ ସମ ହସ୍ପିଟାଲ୍‌ ଶୀତଳାପଲ୍ଲୀ କ୍ୟାମ୍ପସରେ କର୍କଟ ରୋଗୀଙ୍କ ପାଇଁ ମାଗଣା ଚିକିତ୍ସା ଓ ପରାମର୍ଶ ପ୍ରଦାନ

ବ୍ରହ୍ମପୁର,୨୬/୯ :  କର୍କଟ ରୋଗରେ ପୀଡ଼ିତ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବା ଲକ୍ଷ୍ୟ ନେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ ହସ୍ପିଟାଲ୍‌ (ଶୀତଳାପଲ୍ଲୀ କ୍ୟାମ୍ପସ)ଠାରେ ଆସନ୍ତା ସେପ୍ଟେମ୍ବର ୨୮ ତାରିଖରୁ ସପ୍ତାହରେ ଦୁଇ ଦିନ ମାଗଣା ଚିକିତ୍ସା ଓ ପରାମର୍ଶ ଶିବିର ଆୟୋଜନ କରାଯିବ । କର୍କଟ ବିଶେଷଜ୍ଞ  ଏବଂ ସର୍ଜନମାନଙ୍କ ଠାରୁ ଏହି ଚିକିତ୍ସାର ସୁବିଧା ଉପଲବ୍ଧ ହୋଇପାରିବ ବୋଲି ହସ୍ପିଟାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି । 

ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନ ଯଥାକ୍ରମେ ମେଡିକାଲ୍‌ ଓ ସର୍ଜିକାଲ୍‌ ଅଙ୍କୋଲୋଜି ଶିବିର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଥିଲାବେଳେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ, ରୋଗ ନିରୂପଣ ଓ ଚିକିତ୍ସା ରୋଗୀମାନଙ୍କୁ ପ୍ରଦାନ କରାଯିବ । ଏହି ରୋଗର ଚିକିତ୍ସା ଓ ଅସ୍ତ୍ରୋପଚାର ସମ୍ବନ୍ଧୀୟ ସୁବିଧା ବିଷୟରେ ମଧ୍ୟ ପରାମର୍ଶ ଦିଆଯିବ । 

ହସ୍ପିଟାଲ୍‌ର ଅତ୍ୟାଧୁନିକ କର୍କଟ ଜନିତ ଚିକିତ୍ସା ସୁବିଧା ବ୍ୟବହାର କରାଯାଇ କେମୋଥେରାପି ସେସନ୍‌ ମଧ୍ୟ ଏହି ଶିବିରରେ ପ୍ରଦାନ କରାଯିବାର ଯୋଜନା ରହିଛି ।  ଆଇଏମଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ ଶୀତଳାପଲ୍ଲୀ କ୍ୟାମ୍ପସ୍‌ ଦକ୍ଷିଣ ଓଡ଼ିଶାର ଜନସାଧାରଣଙ୍କୁ ଏହି ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବାର ସୁବିଧା ଉଠାଇବା ସହ ଉପଯୁକ୍ତ ସମୟରେ କର୍କଟ ରୋଗୀଙ୍କର ଚିକିତ୍ସା କରାଇବା ପାଇଁ ଆହ୍ୱାନ ଦେଇଛନ୍ତି । କାରଣ ପ୍ରାଥମିକ ସ୍ତରରେ ରୋଗ ନିରୂପଣ ଓ ଉପଯୁକ୍ତ ଚିକିତ୍ସା ହେଲେ ରୋଗୀ ସୁସ୍ଥ ହୋଇପାରିବ । 

ଏହି ଚିକିତ୍ସାର ଲାଭ ଉଠାଇବା ପାଇଁ ରୋଗୀମାନେ ୯୧-୬୮୧୧୨୭୫୭୭୭ କିମ୍ବା ୯୧-୬୮୧୧୨୭୭୭୭୭ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ସମ୍‌ ହସ୍ପିଟାଲ୍‌ ଶୀତଳାପଲ୍ଲୀ କ୍ୟାମ୍ପସ୍‌ର ନିର୍ଦ୍ଦେଶକ ଦେବ ପ୍ରସାଦ ଦାଶ ସୂଚନା ଦେଇଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.