ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଏମ୍‌ସିର ଡେଙ୍ଗୁ ନିୟନ୍ତ୍ରଣ ସମୀକ୍ଷା, ଶୁକ୍ରବାର ଡ୍ରାଏ ଡେ' ପାଳନ

ଭୁବନେଶ୍ୱର,୨୪/୦୫: ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକ ବିଏମ୍‌ସି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କମିଶନର ରାଜେଶ ପ୍ରଭାକର ପାଟିଲ୍‌ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ  ଚଳିତ ବର୍ଷ ଜୁନ୍‌ ପ୍ରଥମ ସପ୍ତାହରୁ ମୌସୁମୀ ଆସିବାର ସମ୍ଭାବନା ଥିବାରୁ ବିଏମ୍‌ସି ପକ୍ଷରୁ ଡେଙ୍ଗୁ ସଚେତନତା ଅଭିଯାନକୁ ଜୋର୍‌ଦାର କରିବାକୁ  କମିଶନର ନିର୍ଦ୍ଦେଶ ଦେଇଛନ୍ତି । 

ଏହି ପରିପ୍ରେକ୍ଷୀରେ  ତିନୋଟି ଯାକ ଜୋନ୍‌ର ବିଭିନ୍ନ ୱାର୍ଡରେ ଯେଉଁସବୁ  ଖାଲଖମା ରହିଛି ଏବଂ ଅଳିଆ ଜମି ରହୁଛି ସେଥିପ୍ରତି  ସତର୍କ ଦୃଷ୍ଟି ରଖିବା ସହ ତୁରନ୍ତ ପଦକ୍ଷେପ ନେବାକୁ  ସେ କହିଛନ୍ତି । ବିଭିନ୍ନ ସ୍ଥାନରେ ଅବ୍ୟବହୃତ ଭାବେ  ପଡିଥିବା କିମ୍ବା ବିଭିନ୍ନ ସ୍ଥାନରେ ଗଦା ହୋଇଥିବା  ଟାୟାରଗୁଡିକୁ ତୁରନ୍ତ ସ୍ଥାନାନ୍ତର କରିବାକୁ କଡା  ନିର୍ଦ୍ଦେଶ ଦିଆଯାଇଛି । ଗୋଷ୍ଠୀ ସଚେତନତା ପାଇଁ ପୂର୍ବ  ବର୍ଷଗୁଡିକ ଭଳି ଅଭିଯାନକୁ ଜୋରଦାର କରିବାକୁ  କୁହାଯାଇଛି । 

ଏଥିରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀଙ୍କ  ସମେତ ସ୍ଥାନୀୟ ସ୍ୱେଚ୍ଛାସେବୀ, ଆବାସିକ ସଂଗଠନ  ଏବଂ ଯୁବ ଗୋଷ୍ଠୀଙ୍କୁ ନେଇ ଘରକୁ ଘର ପରିଦର୍ଶନ  କରାଯିବା ସହ ମଶା ବଂଶ ବୃଦ୍ଧିକୁ ନଷ୍ଟ କରିବାକୁ  କୁହାଯାଇଛି । ସପ୍ତାହର ପ୍ରତି ଶୁକ୍ରବାର ଦିନ ପାଳନ  ହେବ ଡ୍ରାଏ ଡେ । ତେଣୁ ବର୍ଜ୍ୟ ପୃଥକୀକରଣ ଏବଂ  ଡେଙ୍ଗୁ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମକୁ ଜୋରଦାର  କରିବାକୁ ସମସ୍ତ ଜୋନାଲ ଡେପୁଟି କମିଶନର, ୱାର୍ଡ  ଅଫିସର ଓ ଏସ୍‌ଆଇମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.