ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ବଢିଲା ପେଟ୍ରୋଲ- ଡିଜେଲ ଦର, ଜାଣନ୍ତୁ କେଉଁ ରାଜ୍ୟରେ ହୋଇଛି ଦର ବୃଦ୍ଧି

ନୂଆଦିଲ୍ଲୀ,୧୫/୬ : କର୍ଣ୍ଣାଟକ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ସେଲ୍ସ ଟ୍ୟାକ୍ସ ବଢାଇ ଦେଇଛନ୍ତି । ଏହାପରେ ଏହାର ଦରରେ ବୃଦ୍ଧି ହୋଇଛି । ରାଜ୍ୟରେ ପେଟ୍ରୋଲ ୩ଟଙ୍କା ଏବଂ ଡିଜେଲ ୩.୨୦ଟଙ୍କା ବୃଦ୍ଧି ହୋଇଛି । ସରକାରୀ ଆଦେଶ ଅନୁସାରେ ପେଟ୍ରୋଲ ୨୫.୯୨ରୁ ୨୯.୮୪ପ୍ରତିଶତ ଏବଂ ଡିଜେଲ ୧୪.୩୪ପ୍ରତିଶତରୁ ୧୮.୪୪ପ୍ରତିଶତ ସେଲ୍ସ ଟ୍ୟାକ୍ସ ବଢାଇ ଦିଆଯାଇଛି ।

ରାଜ୍ୟ ସରକାର ୧୫ଜୁନରେ ପେଟ୍ରୋଲ ଏବଂ ଡିଜେଲ ଉପରେ କର ବୃଦ୍ଧିର ଘୋଷଣା କରିଛନ୍ତି । ରାଜ୍ୟ ସରକାର ଅଧିସୂଚନା ଅନୁସାରେ କର୍ଣ୍ଣାଟକ ବିକ୍ରି କର(କେଏସଟି) ପୋଟ୍ରୋଲରେ ୨୫.୯୨ପ୍ରତିଶତରୁ ବଢି ୨୯.୮୪ପ୍ରତିଶତ ଏବଂ ଡିଜେଲରେ ୧୪.୩ପ୍ରତିଶତରୁ ବଢି ୧୮.୪ପ୍ରତିଶତ କରି ଦିଆଯାଇଛି । ଅର୍ଥ ବିଭାଗ ପକ୍ଷରୁ ଜାରି ଅଧିସୂଚନାରେ କୁହାଯାଇଛି କି ଏହା ତୁରନ୍ତ ଲାଗୁ ହେବ । ବେଙ୍ଗାଲୁରରେ ଏହି ସୟରେ ୯୯.୮୪ଟଙ୍କା ପ୍ରତି ଲିଟର ଥିବାବେଳେ ଯାହାକି ଡିଜେଲ ୮୫.୯୩ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି ।

ଅର୍ଥ ବିଭାଗ ପକ୍ଷରୁ ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି କି ଇନ୍ଧନର ଦର ବୃଦ୍ଧି ହେତୁ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୨,୫୦୦- ୨,୮୦୦କୋଟି ଟଙ୍କା କଲେକ୍ସନ କରିବାରେ ସହାୟ ହେବ । କଂଗ୍ରେସ ପାର୍ଟି ରାଜ୍ୟରେ ସରକାର କରିବା ଉପରେ ଗ୍ୟାରେଣ୍ଟିର ଘୋଷଣା କରିଥିଲେ । ଯେଉଁଥିପାଇଁ ଅତିରିକ୍ତ ରାଜସ୍ବ ଜୁଟାଇବା ଲାଗି ରାଜ୍ୟ ସରକାର ଭାରତୀୟ ନିର୍ମିତ ମଦ(ଆଇଏମଏଲ)ଉପରେ ସବୁ ସ୍ଲାବ୍ ଉପରେ ୨୦ପ୍ରତିଶତ ଅତିରିକ୍ତ ଉତ୍ପାଦ ଶୁଳ୍କ (ଏଇଡି) ଲଗାଯାଇଛି ଏବଂ ବିୟର ଉପରେ ଏଇଡି ୧୭୫ପ୍ରତିଶତରୁ ବଢି ୧୮୫ପ୍ରତିଶତ କରି ଦିଆଯାଇଛି । ନୂଆ ପଞ୍ଜୀକୃତ ପରିବହନ ବାହାନ ଉପରେ ୩ପ୍ରତିଶତ ଅତିରିକ୍ତ ଉପକର ଲଗାଇଛନ୍ତି । ୨୫ଲକ୍ଷ ଟଙ୍କାରୁ ଅଧିକ ଇଭି(ଇଲେକ୍ଟ୍ରି ଯାନ) ଉପରେ ଆଜୀବନ କର ଲଗାଯାଇଛି ଏବଂ କର ସଂଗ୍ରହକୁ ଦ୍ରୁତ କରାଯାଇଛି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.