ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ ହେଲେ ଗାଁ ସାଥୀ ସଂଘ

ଚନ୍ଦାହାଣ୍ଡି ,୨।୭ -ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ର ଗାଁ ସାଥୀ  ସଂଘ ବିଭିନ୍ନ ସମସ୍ୟା ଓ କେତେକ ପଞ୍ଚାୟତରେ ବେନିୟମ ଭା‌ବେ ଗାଁ ସାଥୀ ଚୟନ କରାଯାଇଥିବା ଅଭିଯୋଗ କରି ବିଡିଓଙ୍କ ଦ୍ବାରସ୍ଥ ହୋଇଛି। ଗାଁ ସାଥୀ ସଂଘ  ସଭାପତି ଗଗନେଶ୍ୱର ମାଝି ଏବଂ ସମ୍ପାଦକ ଗୌତମ କଚି଼ମ  ଙ୍କ ନେତୃତ୍ୱ ରେ ସଂଘର  ସମସ୍ତ ସଦସ୍ୟ ବିଡିଓ ରାମକୃଷ୍ଣ ନାୟକଙ୍କୁ  ଭେଟି ଏକ ୩ ଦଫା ସମ୍ମିଳିତ ଦାବୀ ପତ୍ର ପ୍ରଦାନ କରିଛନ୍ତି l  ଏ ଦିଗରେ  ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା ସହ ବେନିୟମ ଭାବରେ ଚୟନ କରାଯାଇ ଥିବା ଗାଁ ସାଥୀଙ୍କୁ ରଦ୍ଧ କରିବେ ବୋଲି ବିଡିଓ ପ୍ରତିଶ୍ରୁତି ଦେଇ ଥିଲେ l  ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ  ସଂଘ ଦାବୀ କରିଛି l 

ସଂଘର  ସଭାପତି ଗଗନେଶ୍ଵର ମାଝିଙ୍କ ସୂଚନା  ଅନୁସାରେ ଚନ୍ଦାହାଣ୍ଡି ବ୍ଲକର   ୧୪ ଟି ପଞ୍ଚାୟତରେ ଗାଁ ସାଥୀ ରହିବା ସହ  ଗ୍ରାମରେ ଏନଆରଜିଏସ ଯୋଜନାର ବିଭିନ୍ନ କାର୍ଯ୍ୟରେ ଶ୍ରମିକ ନିୟୋଜନ   କରିବା ସହ   କାର୍ଯ୍ୟର ଏନଏମଏମଏସ ପଠାଇ ଥାନ୍ତି l ଯାହା ଫଳ ରେ କାର୍ଯ୍ୟର ବିଲ ଶୀଘ୍ର  ହେବା ସହ କାମ ଆଗେଇ ଥାଏ l  ଏହା ସତ୍ୱେ   କେତକ ଗ୍ରାମରେ ବେନିୟମ ଭାବରେ ରାଜସ୍ୱ ଗ୍ରାମରେ ଗାଁ ସାଥି ନିଯୁକ୍ତି ଦିଆ ଯାଇ ସେମାନଙ୍କ ଠାରୁ ଏନଏମ ଏମ ଏସ ନିଆଯାଇ କାର୍ଯ୍ୟର ବିଲ କରାଯାଉଛି l  ସେଠାକାର  ପୁରୁଣା ଗାଁ ସାଥି ଙ୍କୁ ଅଣଦେଖା କରାଯାଉଛି l  ଅନ୍ୟ ବ୍ଲକରେ ଗାଁ ସାଥୀଙ୍କ ପରିଚୟ ପତ୍ର ରହି ଥିବା ବେଳେ ଏଠାରେ ସେ ସବୁ ବ୍ୟବସ୍ଥା ର ବ୍ୟତିକ୍ରମ ଦେଖା ଦେଇଛି l  ଏହା ବ୍ୟତୀତ ଏଠାରେ କାର୍ଯ୍ୟରତ ଗାଁ ସାଥି ମାନଙ୍କ ସେମି ସ୍କିଲ ପ୍ରାପ୍ୟ ପ୍ରଦାନ କରାଯାଇ ନାହିଁ l  ଏ ସବୁର ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ବିଡିଓଙ୍କୁ ଦାବୀ ପତ୍ର ପ୍ରଦାନ  କରିଥିବା ଥିବା ନେଇ  ସଂଘର ସଭାପତି ଗଗନେଶ୍ଵର ମାଝି ପ୍ରକାଶ କରିଛନ୍ତି l ଏ ବାବଦରେ  ବିଡିଓ ରାମକୃଷ୍ଣ ନାୟକ  ଗାଁ ସାଥୀଙ୍କୁ କିଏ ନିଯୁକ୍ତି ଦେଇଛି ସେବାବଦ ରେ  ତାଙ୍କ ନଜରକୁ ଆସି ନ ଥିବା ପ୍ରକାଶ କରିବା ସହ ତୁରନ୍ତ   ଏହାକୁ ରଦ୍ଧ କରାଯିବ ଏବଂ ଗାଁ ସାଥୀଙ୍କ ସମସ୍ୟା ଉପରେ  ଖୁବ ଶୀଘ୍ର  ସମାଧାନ ପାଇଁ   ପଦକ୍ଷେପ ନେବେ ବୋଲି ସେ ପ୍ରତି ଶ୍ରୁତି ଦେଇଥିଲେ l ଦାବୀପତ୍ର ପ୍ରଦାନ ସମୟରେ କୈଳାଶ ନାୟକ, ଗଣ୍ଡାରାମ ନାୟକ, ଦେବିରାମ ଗହୀର, ଚନ୍ଦ୍ର ମାଝି, ଅଭିରାମ ସୋରି, ଜୟନ୍ତୀ ଧରୁଆ, ପରାଣୀ ଦାସ, ମାଳତି ମାଝି, ଭୁବନେଶ୍ୱର ପୂଜାରୀ, ଭୁଜବଳ ବିଶି ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.