ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରିଲିଜ୍‌ ହେଲା ‘ଗେମ୍‌ ଚେଞ୍ଜର୍‌’ର ଗୀତ ‘ଜରାଗଣ୍ଡି’ , ଦର୍ଶକଙ୍କ ମନ ଜିଣିଲା ରାମଚରଣ-କିଆରାଙ୍କ ଦମ୍‌ଦାର କେମିଷ୍ଟ୍ରି

ନୂଆଦିଲ୍ଲୀ ୨୯/୦୩: ଅପ୍‌କମିଙ୍ଗ ପଲିଟିକାଲ ଆକ୍ସନ୍‌-ଥ୍ରିଲର ‘ଗେମ୍‌ ଚେଞ୍ଜର୍‌’ରେ ଫିମେଲ ଲିଡ୍‌ ଭାବେ ନଜର ଆସିବେ କିଆରା ଆଡ଼ଭାନି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସାଉଥ୍‌ ମେଗା ପାୱାର ଷ୍ଟାର୍‌ ରାମଚରଣ । ଗତ ବୁଧବାର ରାମଚରଣଙ୍କ ୩୯ତମ ଜନ୍ମଦିନ ଅବସରରେ ନିର୍ମାତା ଫିଲ୍ମର ‘ଜରାଗଣ୍ଡି’ ଶୀର୍ଷକ ଗୀତର ଭିଡିଓ ଜାରି କରିଛନ୍ତି । ୪ ମିନିଟ୍‌ର ଏହି ଭିଡିଓରେ ରାମଚରଣ-କିଆରାଙ୍କ ଦମ୍‌ଦାର କେମିଷ୍ଟ୍ରି ଦେଖିବାକୁ ମିଳିଛି ।

ପେସାଦାର ନୃତ୍ୟଶିଳ୍ପୀଙ୍କର ଏକ ଟିମ୍‌ ସହିତ କିଆରାଙ୍କ ଏନର୍ଜେଟିକ୍‌ ଡ୍ୟାନ୍ସ ଦର୍ଶକଙ୍କ ମନ ଜିଣିଛି । ଜରାଗଣ୍ଡି ଗୀତକୁ କମ୍ପୋଜ୍‌ କରିଛନ୍ତି ଥମନ୍‌ ଏସ୍‌ । କଣ୍ଠଦାନ କରିଛନ୍ତି ସୁନିଧି ଚୌହାନ ଓ ଦଲେର ମେହନ୍ଦୀ । ନୃତ୍ୟ କୋରିଓଗ୍ରାଫ୍‌ କରିଛନ୍ତି ପ୍ରଭୁଦେବା । ତାମିଲ ଫିଲ୍ମମେକର ଏସ୍‌ ଶଙ୍କର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । କାହାଣୀ ଲେଖିଛନ୍ତି ଯୁବ କାହାଣୀକାର କାର୍ତ୍ତିକ ସୁବ୍ୱାରାଜ । କିଆରାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ‘ୱାର୍‌-୨’ । ଫିଲ୍ମର ସୁଟିଂ ଚାଲିଛି । ‘ଡନ୍‌-୩’ରେ ରଣବୀର ସିଂହଙ୍କ ଅପୋଜିଟ୍‌ରେ ଲିଡ୍‌ ଭୂମିକାରେ ସେ ନଜର ଆସିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.