ସୁନ୍ଦରଗଡ଼, ୧୯/୦୯ : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ। ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ପରେ ପୋଲିସ ୩ ଜଣଙ୍କୁ ଅଟକ ରଖିଛି।
ସୂଚନାନୁଯାୟୀ, କୁତ୍ରା ଥାନା ଅଞ୍ଚଳର ଜଣେ ଯୁବତୀ ୧୬ ତାରିଖ ରାତିରେ କରମା ପୂଜା ଦେଖିବାକୁ ଆସିଥିଲେ। ଏହି ସମୟରେ ୩ ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏନେଇ ୧୭ ତାରିଖ ଦିନ ପୀଡ଼ିତା କୁତ୍ରା ଥାନାରେ ଏତଲା ଦେଇଥିଲେ। କୁତ୍ରା ପୋଲିସ ମାମଲା ରୁଜ କରି ତଦନ୍ତ ଜାରି ରଖିଛି। ୩ ଅଭିଯୁକ୍ତ ବୀରମିତ୍ରପୁର ଥାନା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ ନାବାଳକ ଅଛନ୍ତି। ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଏନେଇ ଏସଡିପିଓ ଅଭିଷେକ ପାଣିଗ୍ରାହୀ ସୂଚନା ଦେଇଛନ୍ତି।