ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାରରେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ, ଜଣେ ଗିରଫ

ଦାରିଙ୍ଗବାଡି,୩୦/୪(ଆପ୍ର): ବାଲିଗୁଡା ଥାନା ଅନ୍ତର୍ଗତ ଜଗେରମାହା ଗ୍ରାମରୁ ଗଞ୍ଜେଇ କାରରେ ଖୋର୍ଦ୍ଧା ଚାଲାଣ ବେଳେ ଦାରିଙ୍ଗବାଡି ପୋଲିସ ଚଢ଼ାଉ କରି ୩୬ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ବାଲିଗୁଡା ଥାନା ଅନ୍ତର୍ଗତ ଜଗେରମାହା ଗ୍ରାମର ଗେଲେ ଦିଗାଲ

ଗେଲେ ଦିଗାଲ ସୋମବାର ଏକ ଟାଟା ଇଣ୍ଡିଗୋ କାର ରେ ନିଜ ଗାଁ ରୁ ଗଞ୍ଜେଇ ଖୋର୍ଦ୍ଧା ଅଞ୍ଚଳକୁ ବିକ୍ରି ପାଇଁ ନେଉଥିଲେ।  ପୋଲିସ କୌଣସି ସୂତ୍ର ରୁ ଖବର ପାଇଁ ଥାନା ଅଧିକାରୀ ଙ୍କ ନେତୃତ୍ୱ କ୍ରମେ ଏସଆଇ ଲକ୍ଷ୍ମୀ ମାଝୀ ଙ୍କ ସମେତ ପୋଲିସ ଫୋର୍ସ ଶ୍ରାନିକେତା ସ୍ଥିତ ଆମ୍ବ ଖାଲିଆ ଘାଟିରେ କାରକୁ ଅଟକାଇ ଯାଞ୍ଚ କରିଥିଲେ। କାର ରୁ ୩୬ କିଲୋ ୧୫୦ ଗ୍ରାମ ଗଞ୍ଜେଇ ଜବତ  କରିବା ସହ ଦିଗାଲଙ୍କୁ ଗିରଫ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.