ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ୍ ଲିକ୍, ୧୫ରୁ ଊର୍ଦ୍ଧ୍ବ ଅସୁସ୍ଥ

ନୀଳଗିରି,୧୬/୫ : ବାଲେଶ୍ଵର ଜିଲ୍ଲା ନୀଳଗିରି ନିକଟ ଗଡ଼ିଆମାଳଠାରେ ଥିବା ଏକ ଚିଙ୍ଗୁଡ଼ି କମ୍ପାନୀରେ ଅଘଟଣ ।  ୧୫ରୁ ଊର୍ଦ୍ଧ୍ବ ମହିଳା ଓ ଯୁବତୀ ଗୁରୁତର ହୋଇ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ବିଷାକ୍ତ ଗ୍ୟାସ ଲିକ ହୋଇଥିବା ସୂଚନା ମିଳିଛି। ଏ ସିଫ୍ଟରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଆଜି ସନ୍ଧ୍ୟାରେ ହଠାତ ମୁଣ୍ଡ ବୁଲାଇ ଅଚେତ ହୋଇପଡିଛନ୍ତି। ତାଙ୍କୁ ସଙ୍ଗେ ସଙ୍ଗେ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। 

ଅଧିକାଂଶ ଯୁବତୀ ନାବାଳିକା ଥିବା ଅନୁମାନ କରାଯାଉଛି । କମ୍ପାନୀର କିନ୍ତୁ କୌଣସି ଅଧିକାରୀ ମେଡ଼ିକାଲରେ ପହଞ୍ଚି ନ ଥିବାବେଳେ ମେଡ଼ିକାଲ ପକ୍ଷରୁ ଚିକିତ୍ସା ଜାରୀ ରହିଛି । ଏମନିଆ ଗ୍ୟାସ ଲିକ ପାଇଁ ଏଭଳି ହୋଇଥିବା ଅଭିଯୋଗ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.