ପ୍ରମୂଖ ଖବର
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେକ୍‌କୁ ପଛ ପଟୁ ଧକ୍କା ଦେଲେ ମାଲବାହୀ ଟ୍ରେନ୍, ଏକାଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ ହେବାକୁ ଇଚ୍ଛୁକ ଗୌତମ ଗମ୍ଭୀର, ହେଲେ ରଖିଛନ୍ତି ଗୋଟିଏ ସର୍ତ୍ତ ?

Image Courtesy: news9live

ନୂଆଦିଲ୍ଲୀ: ଗୌତମ ଗମ୍ଭୀର ଭାରତୀୟ ଟିମ୍‌ର କୋଚ୍‌ ହେବାକୁ ଇଚ୍ଛୁକ କିନ୍ତୁ ବସିସିଆଇ ସାମ୍ନାରେ ଗୋଟିଏ ସର୍ତ୍ତ ରଖିଛନ୍ତି । ଯଦି ବିସିସିଆଇ ସଂକେତ ଦେବ ଯେ, କୋଚ୍‌ ଗମ୍ଭୀର ହିଁ ହେବେ ତେବେ ସେ ଏଥିପାଇଁ ଆବେଦନ କରିବେ । ଏନେଇ ଦୈନିକ ଜାଗରଣରେ ଏକ ରିପୋର୍ଟ ପ୍ରକାଶ ପାଇଛି । ସେପଟେ ବିସିସିଆଇ ମଧ୍ୟ ଗୌତମ ଗମ୍ଭୀରଙ୍କୁ ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ ନିୁଯୁକ୍ତ କରିବାକୁ ତାଙ୍କ ସହ ଯୋଗାଯୋଗ କରିଥିଲା । ଗମ୍ଭୀରଙ୍କ ତତ୍ତ୍ବାବଧାନରେ ଆଇପିଏଲ ଟିମ୍‌ ଭଲ ପ୍ରଦର୍ଶନ କରୁଥିବାରୁ ବିସିସିଆଇ ତାଙ୍କ ଉପରେ ଖୁସି ଥିବା କୁହାଯାଉଛି।  

ଗତ ଆଇପିଏଲ ସିଜନ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ କ୍ବାଲିଫାୟରରେ ପହଞ୍ଚିଥିଲା । ଏଥର ଗମ୍ଭୀର କୋଲକାତ ଟିମ୍‌ର ମେଣ୍ଟର ହୋଇଥିବା ବେଳେ ଟିମ୍ ଫାଇନାଲରେ ପ୍ରବେଶ କରିଛି । ନିଜର ପ୍ରିଶିକ୍ଷଶ ପ୍ରତିଭାକୁ ନେଇ ଗମ୍ଭୀର ଚର୍ଚ୍ଚାରେ ଥିବା ବେଳେ ଚେନ୍ନାଇରେ ବିସିସିଆଇ ଅଧିକାରୀ ତାଙ୍କ ସହ ସାକ୍ଷାତ କରିବେ ବୋଲି କୁହାଯାଉଛି । ସେପଟେ ମେ’ ୨୮ ଯାଏଁ କୋଚ୍‌ ପାଇଁ ଆବେଦନର ଶେଷ ତାରିଖ ଧାର୍ଯ୍ୟ ହୋଇଛି । 

ରିପୋର୍ଟ ଅନୁସାରେ ଗମ୍ଭୀର କେକେଆର ମାଲିକ ଶାହରୁଖ ଖାନଙ୍କୁ କୋଚ୍‌ ସଂପର୍କରେ କୌଣସି ସୂଚନା ଦେଇ ନାହାନ୍ତି । ଯଦି ବିସିସିଆଇ ପକ୍ଷରୁ ତାଙ୍କୁ କୋଚ୍‌ କରିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳେ ତେବେ ଗମ୍ଭୀର ଏନେଇ ଶାହରୁଖ ଖାନଙ୍କ ଆଲୋଚନା କରିପାରନ୍ତି । ଅନ୍ୟପକ୍ଷରେ ବିସିସିଆଇ ସଚିବ ସ୍ପଷ୍ଟ କରିସାରିଛନ୍ତି କୋଚ୍‌ ପାଇଁ କୌଣସି ଅଷ୍ଟ୍ରେଲୀୟଙ୍କୁ ସଂପର୍କ କରାଯାଇ ନାହିଁ। ମିଡିଆରେ ପ୍ରକାଶ ପାଇଥିବା ଖବର ମିଛ । 

ପୁରୁଷ କ୍ରିକେଟ ଟିମ୍‌ର ମୁଖ୍ୟ କୋଚଙ୍କ ନିଯୁକ୍ତି ପାଇଁ ବିସିସିଆଇ ବିଜ୍ଞପ୍ତି ଜାରି କରିସାରିଛି । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ ବିସିସିଆଇ ଏହି ପଦବୀରେ ନିଯୁକ୍ତି ଲାଗି ତତ୍ପରତା ପ୍ରକାଶ କରିଛି । ଭାରତୀୟ ଦଳର ପରବର୍ତ୍ତୀ ମୁଖ୍ୟ କୋଚଙ୍କ କାର୍ଯ୍ୟକାଳ ୧ ଜୁଲାଇ ୨୦୨୪ରୁ ୩୧ ଡିସେମ୍ବର ୨୦୨୭ ପର୍ଯନ୍ତ ରହିବ ।

 

  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.